ଟ୍ରକ ସିକ୍ରେଟ ଚାମ୍ବରରୁ ୫୦ ଲକ୍ଷର ଗଞ୍ଜେଇ ଜବତ, ଜଣକୁ ବାନ୍ଧିଲା ଗୁଇନ୍ଦା ଅବକାରୀ ବିଭାଗ

Published By : Prameya-News7 Bureau | July 14, 2024 IST

ସମ୍ବଲପୁର ୧୪/୭: ଗୁଇନ୍ଦା ଅବକାରୀ ବିଭାଗକୁ ସଫଳତା । ବାହାର ରାଜ୍ୟକୁ କଣ୍ଟେନର ଟ୍ରକରେ ଚାଲାଣ ହେଉଥିବା ୫ କ୍ବିଣ୍ଟାଲ ଗଞ୍ଜେଇ ଜବତ । ଜଣେ ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ସବୁଦିନ ପରି ଆଜିବି ପାଟ୍ରୋଲିଂ କରୁଥିଲା ଅବକାରୀ ଗୁଇନ୍ଦା ବିଭାଗର ଟିମ୍‌ । ଏହି ସମୟରେ ବରଗଡ ପଟୁ ଯୁପି ନମ୍ବର ବିଶିଷ୍ଟ କଣ୍ଟେନର ଟ୍ରକ ଆସୁଥିବା ଦେଖି ସନ୍ଦେହରେ ଅଇଁଠାପାଲି ଛକରେ ଅଟକାଇ ଯାଞ୍ଚ କରିଥିଲା ଗୁଇନ୍ଦା ଟିମ୍‌ । ଯାଞ୍ଚ ବେଳେ ଟ୍ରକର ସିକ୍ରେଟ ଚାମ୍ବରରୁ ୫ କ୍ବିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ହେବ । କଣ୍ଟେନର ଡ୍ରାଇଭର ଉତ୍ତରପ୍ରଦେଶର ଯୋଗେଶ କୁମାରକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଗଞ୍ଜେଇ ବରଗଡରୁ ଉତ୍ତରପ୍ରଦେଶ ଚାଲାଣ ହେଉଥିବା ମାନିଛି ଅଭିଯୁକ୍ତ । ତେବେ ଗଞ୍ଜେଇ ସହ କଣ୍ଟେନର ଟ୍ରକର ଆନୁମାନିକ ମୂଲ୍ୟ ୬୦ ଲକ୍ଷ ହେବା ନେଇ ସୂଚନା ଦେଇଛନ୍ତି ଗୁଇନ୍ଦା ଅବକାରୀ ବିଭାଗ ଇନ୍ସପେକ୍ଟର ଦିଲ୍ଲୀପ ତାଣ୍ଡି ।  


 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.