ନୂଆଦିଲ୍ଲୀ ୨୯।୦୨: ବିସିସିଆଇର ନୂଆ ସେଂଟ୍ରାଲ କଂଟ୍ରାକ୍ଟ । ଏଥିରେ ୪୦ ଭାରତୀୟ କ୍ରିକେଟର ହୋଇଛନ୍ତି ସାମିଲ । ୨୦୨୩-୨୪ ସିଜିନ୍ ପାଇଁ କ୍ରିକେଟରଙ୍କୁ ମିଳିଛି ଏହି କଣ୍ଟ୍ରାକ୍ଟ । ଖେଳାଳିଙ୍କୁ ୪ଟି ଗ୍ରେଡ୍ କରାଯାଇଛି । ଏ ପ୍ଲସ୍, ଏ, ବି ଏବଂ ସି ଗ୍ରେଡ୍ରେ ଖେଳାଳିଙ୍କୁ ବିଭକ୍ତ କରାଯାଇଛି । ତେବେ ଏହି ଖେଳାଳୀଙ୍କ ମଧ୍ୟରେ ୫ ଯୁବ ପେସ ବୋଲର ସ୍ଥାନ ପାଇଛନ୍ତି । ବିସିସିଆଇର ସେଂଟ୍ରାଲ କଣ୍ଟ୍ରାକ୍ଟରେ ସ୍ଥାନ ପାଇଛନ୍ତି ଆକାଶଦୀପ, ବିଦ୍ୱଥ କୱରପ୍ପା, ଉମରାନ ମଲିକ, ବିଜୟକୁମାର ବୈଶାଖ ଓ ୟଶ ଦୟାଲ ।
{"id":915345,"sizeSlug":"full","linkDestination":"none"}
ଲିଷ୍ଟର ପ୍ରଥମରେ ଅଛନ୍ତି ଆକାଶଦୀପ । ଦ୍ରୁତ ବୋଲର ହେଉଛନ୍ତି ଆକାଶ । ସେ ଇଂଲଣ୍ଡ ବିପକ୍ଷ ରାଞ୍ଚି ଟେଷ୍ଟରେ କରିଥିଲେ ଡେବ୍ୟୁ । ସେ ନିଜର ପ୍ରଥମ ସ୍ପେଲ୍ରେ ନୂଆ ବଲରେ ନେଇଥିଲେ ୩ଟି ୱିକେଟ୍ । ଆକାଶଙ୍କୁ ଫାଷ୍ଟ ବୋଲିଂ କଣ୍ଟ୍ରାକ୍ଟ ମିଳିଛି । ବିହାରର ଆକାଶ ପଶ୍ଚିମବଙ୍ଗ ପାଇଁ ଘରୋଇ କ୍ରିକେଟ୍ ଖେଳନ୍ତି ।
{"id":915347,"width":841,"height":473,"sizeSlug":"full","linkDestination":"none"}
ଲିଷ୍ଟର ଦ୍ବିତୀୟରେ ଅଛନ୍ତି ବିଦ୍ୱଥ କୱରପ୍ପା । ବିଦ୍ୱଥ କର୍ଣ୍ଣାଟକ ପାଇଁ ଘରୋଇ କ୍ରିକେଟ ଖେଳନ୍ତି । ୨୦ ଫାଷ୍ଟକ୍ଲାସ୍ ମ୍ୟାଚରେ ତାଙ୍କ ନାଁରେ ରହିଛି ୮୦ ଓ୍ବିକେଟ । ଏହା ସହିତ ୧୮ ଲିଷ୍ଟ ଏ ମ୍ୟାଚରେ ସେ ୩୮ ଓ୍ବିକେଟ ନେଇ ସାରିଛନ୍ତି । ରଣଜୀ ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । କ୍ୱାର୍ଟର ଫାଇନାଲରେ ୧୦ଟି ୱିକେଟ ନେଇଥିଲେ । ସିଜିନ୍ର କେବଳ ୫ଟି ମ୍ୟାଚରେ ୨୫ ୱିକେଟ ହାସଲ କରିଥିଲେ ବିଦ୍ୱଥ ।
{"id":915348,"sizeSlug":"full","linkDestination":"none"}
ଏହା ପଛକୁ ଅଛନ୍ଚି ୟଶ ଦୟାଲ । ୟୁପିର ଫାଷ୍ଟ ବୋଲର ୟଶ ଦୟାଲଙ୍କୁ ମଧ୍ୟ ଫାଷ୍ଟ ବୋଲିଂ କଣ୍ଟ୍ରାକ୍ଟ ମିଳିଛି । ବାମହାତୀ ଦ୍ରୁତ ବୋଲର ଦୟାଲ ଏପର୍ଯ୍ୟନ୍ତ ୨୩ଟି ଫାଷ୍ଟକ୍ଲାସ୍ ମ୍ୟାଚ ଖେଳିଛନ୍ତି । ଆଉ ଏଥିରେ ୭୨ଟି ୱିକେଟ୍ ନିଜ ନାଁରେ କରିଛନ୍ତି । ଟିମ୍ ଇଣ୍ଡିଆରେ ତାଙ୍କୁ ଏଣ୍ଟ୍ରି ମିଳି ସାରିଛି । କିନ୍ତୁ ଖେଳିବାର ସୁଯୋଗ ପାଇ ନାହାନ୍ତି ଦୟାଲ ।
{"id":915349,"sizeSlug":"full","linkDestination":"none"}
ଟିମ୍ ଇଣ୍ଡିଆର ଫାଷ୍ଟ ବୋଲରଙ୍କରେ ରହିଛନ୍ତି ଉମରାନ ମଲିକ । ସେ ଘଣ୍ଟା ପ୍ରତି ୧୫୫ କିଲୋମିଟରରୁ ଅଧିକ ବେଗରେ ବୋଲିଂ କରିଛନ୍ତି । ତେବେ ଉମରାନ ମଲିକ ବର୍ତ୍ତମାନ ଟିମ୍ ଇଣ୍ଡିଆରୁ ବାହାରେ ଅଛନ୍ତି । ୧୮ଟି ଅନ୍ତର୍ଜାତୀୟ ମ୍ୟାଚରେ ସେ ନେଇଛନ୍ତି ୨୪ଟି ୱିକେଟ୍ ।
{"id":915350,"width":839,"height":472,"sizeSlug":"full","linkDestination":"none"}
ଲିଷ୍ଟର ଶେଷରେ ଅଛନ୍ତି ବିଜୟକୁମାର ବୈଶାଖ । କର୍ଣ୍ଣାଟକର ଫାଷ୍ଟ ବୋଲର ହେଉଛନ୍ତି ବୈଶାଖ । ବିସିସିଆଇର ପେସ୍ ବୋଲିଂ କଣ୍ଟ୍ରାକ୍ଟରେ ଅଛନ୍ତି ବୈଶାଖ । ସେ ୨୦ଟି ଫାଷ୍ଟକ୍ଲାସ୍ ମ୍ୟାଚରେ ଏପର୍ଯ୍ୟନ୍ତି ନେଇଛନ୍ତି ୮୬ଟି ଓ୍ବିକେଟ୍ । ଏହାବ୍ୟତୀତ ସେ ଆଇପିଏଲରେ RCB ପାଇଁ ଖେଳିଥାନ୍ତି ।
{"id":915352,"sizeSlug":"full","linkDestination":"none"}