ଉତ୍ତରାଖଣ୍ଡରେ ଟନେଲ୍ ଟ୍ରାଜେଡି, ଫସିଥିବା ୪୦ ଶ୍ରମିକଙ୍କ ମଧ୍ୟରେ ୫ ଓଡିଆ
13/11/2023 at 10:25 AM

ଭୁବନେଶ୍ୱର ୧୩।୧୧ : ଉତ୍ତରକାଶୀରେ ଟନେଲ ଭୁଶୁଡିବା ଘଟଣା । ଟନେଲ୍ ଭିତରେ ମୋଟ ୪୦ ଶ୍ରମିକ ଫସି ରହିଛନ୍ତି । ସୋମାନଙ୍କ ମଧ୍ୟରେ ଓଡିଶାର ୫ ଜଣ ଶ୍ରମିକ ଥିବା ସୂଚନା ମିଳିଛି । ସମସ୍ତଙ୍କୁ ଉଦ୍ଧାର ପାଇଁ ଚାଲିଛି ଉଦ୍ୟମ । ଏବେ ସୁଦ୍ଧା ସବୁ ଶ୍ରମିକ ସୁରକ୍ଷିତ ଥିବା ଜଣାପଡିଛି ।
ଖବର ଅନୁଯାୟୀ, ଫସି ରହିଥିବା ଶ୍ରମିକମାନଙ୍କୁ ପାଖକୁ ପାଇପ ଜରିଆରେ ଅମ୍ଲଜାନ, ଖାଦ୍ୟ ଏବଂ ପାଣି ପଠାଯାଉଛି । ଏହି ଶ୍ରମିକଙ୍କ ଭିତରେ ୫ଜଣ ଓଡିଶାର ଥିବାବେଳେ ବିହାରର ୪ଜଣ, ଉତ୍ତରାଖଣ୍ଡର ୨ଜଣ, ପଶ୍ଚିମବଙ୍ଗର ୩ଜଣ, ଉତ୍ତର ପ୍ରଦେଶର ୮ଜଣ , ଝାଡଖଣ୍ଡର ୧୫ ଜଣ , ଆସାମର ୨ଜଣ ଏବଂ ହିମାଚଳପ୍ରଦେଶର ଜଣେ ଶ୍ରମିକ ଅଛନ୍ତି । ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଏନଡିଆରଏଫ ଏବଂ ଏସଡିଆରଏଫ ଉଦ୍ୟମ ଜାରି ରଖିଛନ୍ତି ।
Related Posts
ଅଜଣା ବ୍ୟକ୍ତିଙ୍କୁ ଧକ୍କା ଦେଲା ହାଇଓ୍ବା : ଚକ ତଳେ ଚାପି ହୋଇ ଚାଲିଗଲା ଜୀବନ
30 November 2023