ଅମରନାଥ ଯାତ୍ରାରେ ଫସିଛନ୍ତି ରାୟଗଡ଼ା ସହରର ୫ ଓଡ଼ିଆ, ଭିଡିଓ ଜାରି କରି ଦେଲେ ସୂଚନା

Published By : Prameya-News7 Bureau | July 09, 2022 IST

ରାୟଗଡ଼ା, ୦୯/୦୭: ପବିତ୍ର ଅମରନାଥ ଯାତ୍ରାରେ ଥିବା ରାୟଗଡ଼ା ସହରର ୫ ଜଣ ବ୍ୟକ୍ତି ଫସିଥିବା ଜଣାପଡ଼ିଛି । ଗତକାଲି ସେଠାରେ ବାଦଲଫଟା ବର୍ଷା ପରେ ଯାତାୟତ ପ୍ରଭାବିତ ହୋଇଛି । ଫସି ରହିଥିବା ୫ ଜଣ ହେଲେ ବସନ୍ତ କୁମାର ସେନାପତି, ସୈମ୍ୟ ରଞ୍ଜନ ପାତ୍ର, କେ ରବି କୁମାର, ଟୁକୁନା ପ୍ରଧାନ ଓ ନିହାର ରଞ୍ଜନ ପାତ୍ର ।

ଗତକାଲି ଏହି ପାଞ୍ଚ ଜଣ ଅନ୍ୟ ଶ୍ରଦ୍ଧାଳୁ ସହିତ ମିଶି ପବିତ୍ର ଅମରନାଥ ଗୁମ୍ଫାରେ ଦର୍ଶନ କରିଥିଲେ । ଏହାପରେ ଜମ୍ମୁ ଅଭିମୁଖେ ଯାଉଥିବା ବେଳେ ବାଦଲଫଟା ବର୍ଷା ହୋଇଥିଲା । ସେହି ସମୟରେ ଏହି ପାଞ୍ଚ ଜଣ ସେନା କ୍ୟାମ୍ପରେ ରହିଥିଲେ । ହେଲେ ଆଜି ଭୂକମ୍ପ ଓ ବନ୍ୟା ଯୋଗୁଁ ଯାତାୟାତ ପ୍ରଭାବିତ ହୋଇଛି । ଫଳରେ ଏହି ୫ ଶ୍ରଦ୍ଧାଳୁ ଫସି ରହିଥିବା ସୂଚନା ମିଳିଛି । ୧୭ କିଲୋମିଟର ଚାଲି ଯିବାପରେ କୌଣସି ବାହାନ ମିଳିବ ବୋଲି ଏକ ଭିଡିଓ ଜାରି କରିଛନ୍ତି । ବର୍ତ୍ତମାନ ବାଲଟାଲ ଠାରେ ରହିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.