ଗଞ୍ଜାମରେ ଆଉ ୫ କୋଭିଡ-୧୯ ପଜିଟିଭ୍ ଚିହ୍ନଟ, ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୯୪କୁ ବୃଦ୍ଧି
9/05/2020 at 4:42 PM

ଗଞ୍ଜାମ, ୦୯|୦୫: ଗଞ୍ଜାମ ଜିଲ୍ଲାରେ ପୁଣି ୫ଜଣ ସଂକ୍ରମିତ ଚିହ୍ଟଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୯୪କୁ ବୃଦ୍ଧି ପାଇଛି । କେବଲ ଗଞ୍ଜାମ ଜିଲ୍ଲାରେ ମୋଟ ୮୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତ ସୁରଟ ଫେରନ୍ତା ବୋଲି ସୂଚନା ମିଳିଛି ।
ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଶନିବାର ରାଜ୍ୟରେ ଏବେ ସୁଦ୍ଧା ଆଉ ୨୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯୪ରେ ପହଞ୍ଚିଛି ।

ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ୍ବେବସାଇଟ୍ରେ ସୂଚନା ପ୍ରଦାନ କରାଯାଇଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩ଜଣ ମୟୂରଭଞ୍ଜ ଜିଲ୍ଲାର ବୋଲି ଜଣାପଡିଛି । ସେହିପରି ଗଞ୍ଜାମରୁ ୧୮ଜଣ ଚିହ୍ନଟ ହୋଇଥିବା ବେଳେ ଭଦ୍ରକ,ସୁନ୍ଦରଗଡ ଓ ନୟାଗଡରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ଏହାକୁ ମିଶାଇ ଶନିବାର ୨୪ ଆକ୍ରାନ୍ତ ଚିହ୍ନଟ ହେଲେଣି ।
ତେବେ ଗଞ୍ଜାମ ଜିଲ୍ଲାରେ ହିଁ ୮୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ।