ଆଡ଼ମିସନ୍ କରାଇଦେବା ନାଁରେ ବିଏଚୟୁ ହେଲିପ୍ୟାଡ୍ ଗ୍ରାଉଣ୍ଡରେ ୫ ନାବାଳକ ସହ ବଳପୂର୍ବକ ଅପ୍ରାକୃତିକ ଯୌନସଂପର୍କ: ମାମଲା ରୁଜୁ

Published By : Prameya-News7 Bureau | October 26, 2021 IST

ବାରାଣାସୀ ୨୬/୧୦ : ବାରାଣାସୀରେ ଆଡ଼ମିସନ ନାଁରେ ୫ ନାବାଳକଙ୍କ ସହ ଅପ୍ରାକୃତିକ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ମାମଲାରେ ବାରାଣାସୀର ଲଙ୍କା ଥାନାରେ ମାମଲା ରୁଜ୍ଜୁ କରାଯାଇଛି। ମାମଲାର ତଦନ୍ତ ଚାଲିଛି। ନାବାଳକଙ୍କ ସହ ଅପ୍ରାକୃତିକ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିବା ପରେ ଘଟଣାକୁ ନେଇ ଆଲୋଡନ ସୃଷ୍ଟି ହୋଇଛି। ଘଟଣା କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ହେଲିପ୍ୟାଡ଼ ଗ୍ରାଉଣ୍ଡରେ ଘଟିଥିବା ଏଫଆଇଆରରେ ଲେଖାଯାଇଛି।

ନାବାଳକ ଶିଶୁ ଚୋୖବେପୁର ଥାନା ଅନ୍ତର୍ଗତ ଗରୟୋଲି ଗାଁର ଯେଉଁମାନଙ୍କ ବୟସ ୧୧ ବର୍ଷରୁ ୧୪ ବର୍ଷ। ଏମାନେ ବାରାଣାସୀ ଗାଙ୍ଗପୁର ବାସିନ୍ଦା ମୁରାରୀଲାଲ ବିରୋଧରେ ଅପ୍ରାକୃତିକ ଦୁଷ୍କର୍ମ ଅଭିଯୋଗ କରିଛନ୍ତି। ଘଟଣା ଦୁଇ ମାସ ପୂର୍ବର। ମୁରାରୀଲାଲ ବିଏଚୟୁ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟରେ ଆଡ଼ମିସନ କରାଇଦେବା ପ୍ରଲୋଭନ ଦେଇ ସେମାନଙ୍କୁ ବିଏଚୟୁ ନେଇ ଆସିଥିଲା। ଆଡ଼ମିସନ ପ୍ରଲୋଭନ ଦେଇ ସେମାନଙ୍କ ସହ ଅପ୍ରାକୃତିକ ଦୁଷ୍କର୍ମ କରିଥିଲା। ଅଭିଯୁକ୍ତ ନାବାଳକଙ୍କ ପରିବାର ଲୋକଙ୍କୁ କହିଥିଲା ଯେ କେନ୍ଦ୍ରୀୟ ବିଦ୍ୟାଳୟରେ ତାର ଚିହ୍ନା ପରିଚୟ ଅଛି ସେ ଆଡ଼ମିସନ କରାଇଦେବେ।

{"id":533481,"width":696,"height":391,"sizeSlug":"full","linkDestination":"none"}

ଏହି ଲୋଭରେ ପରିବାର ଲୋକେ ପିଲାଙ୍କୁ ମୁରାରୀଲାଲ ସହ ବିଏଚୟୁ ପଠାଇ ଦେଲେ। ଘଟଣା ପରେ ପିଲାମାନେ ଏ ସମ୍ପର୍କରେ ନିଜ ଘର ଲୋକଙ୍କୁ ଜଣାଇଥିଲେ। ତାପରେ ଅକ୍ଟୋବର ୨୧ ତାରିଖରେ ଘରଲୋକ ଥାନାରେ ଅଭିଯୋଗ କରିଥିଲେ। ଘଟଣା ସମ୍ପର୍କରେ ଯାଞ୍ଚ କରିବା ପରେ ପୋଲିସ ମାମଲା ରୁଜ୍ଜୁ କରିଛି।

ଗ୍ରାମୀଣ ଅଞ୍ଚଳର ମାମଲା ହୋଇଥିଲେ ସୁଦ୍ଧା ଏହାକୁ ଲଙ୍କା ଥାନା କମିଶନରେଟରେ ଏଫଆଇଆର ରୁଜ୍ଜୁ କରାଯାଇଛି। କାରଣ ଘଟଣା ବିଏଚୟୁ ପରିସର ସ୍ଥିତ ହେଲିପ୍ୟାଡ଼ ଗ୍ରାଉଣ୍ଡରେ ଘଟିଛି। ଥାନା ପ୍ରଭାରୀ ମହାତ୍ମା ଯାଦବ କହିଛନ୍ତି ଯେ ମାମଲା ରୁଜ୍ଜୁ କରାଯାଇ ଅଭିଯୁକ୍ତକୁ ଗିରଫ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.