ଗୋଟିଏ ଘରୁ ୫ ଜଣଙ୍କ ମୃତଦେହ ଉଦ୍ଧାର : ସମସ୍ତଙ୍କ ମୁହଁରେ ଲଗାଯାଇଥିଲା କଳା ଟ୍ୟାପ

Published By : Prameya-News7 Bureau | July 05, 2019 IST

ଗାଜିଆବାଦ ୫/୭ : ଗାଜିଆବାଦ ମଶୁରିରେ ଗୁରୁବାର ଦିନ ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କ ସନ୍ଦିଗ୍ଧ ପରିସ୍ଥିତିରେ ମୃତ୍ୟୁ ହୋଇଛି । ପୋଲିସ ସୂତ୍ର ଅନୁଯାୟୀ, ଶୁକ୍ରବାର ସକାଳୁ ନ୍ୟୁ ଶତାବ୍ଦୀପୁରମ ଅଂଚଳରୁ ଜଣେ ବ୍ୟକ୍ତି ଏବଂ ତାଙ୍କ ୩ ଶିଶୁଙ୍କ ଶବ ଉଦ୍ଧାର ହୋଇଛି । ୪ ଜଣଙ୍କ ମୁହଁରେ କଳା ଟ୍ୟାପ ମରାଯାଇଥିଲା । ବ୍ୟକ୍ତିଙ୍କ ପତ୍ନୀ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିଲେ । ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଯାଇଛି ।

 

ପୋଲିସ ସୂତ୍ର ଅନୁଯାୟୀ, ଏହା ଆତ୍ମହତ୍ୟା ମାମଲା । କାରଣ ଶବ ନିକଟରୁ ଏକ ସୂଈସାଇଡ ନୋଟ ଜବତ ହୋଇଛି । ମୃତ ବ୍ୟକ୍ତିଙ୍କ ନାଁ ହେଲା ପ୍ରଦୀପ । ତାଙ୍କ ପତ୍ନୀ ଏମ୍ସ ହସ୍ପିଟାଲରେ ନର୍ସ ଥିଲେ । ୩ ଶିଶୁଙ୍କ ବୟସ ୮ ବର୍ଷ, ୫ ବର୍ଷ ଓ ୩ ବର୍ଷ । ପ୍ରଦୀପ ବହୁତ ମଦ ପିଉଥିଲେ । ପଡୋଶୀଙ୍କ କହିବାନୁଯାୟୀ ମଦ ପାଇଁ ସବୁବେଳେ ପତି ପତ୍ନୀ ମଧ୍ୟରେ ଝଗଡା ହେଉଥିଲା । କିଛି ଦିନ ପୂର୍ବରୁ ପ୍ରଦୀପ ଏକ ଘରୋଇ କମ୍ପାନୀରେ ଚାକିରୀ ଆରମ୍ଭ କରିଥିଲା । ତେବେ ଆତ୍ମହତ୍ୟାର କାରଣ ଏବେ ଯାଏଁ ଜଣାପଡିନାହିଁ ।

ପୋଲିସ ସୂଚନା ଅନୁଯାୟୀ, ସକାଳ ୫.୪୦ ସମୟରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବା ସୂଚନା ମିଳିଥିଲା । ସୂଚନାପାଇ ପୋଲିସ ଟିମ ଘଟଣାସ୍ଥଳରେ ପହଂଚିଥିଲେ । ପୋଲିସ ଟିମ କବାଟ ଭାଙ୍ଗି ଘରକୁ ପଶିଥିଲେ । ଘର ଭିତରେ ୩ ଶିଶୁଙ୍କ ଶବ ପଡିଥିଲା । ମହିଳାଙ୍କ ମୁଣ୍ଡରେ ଶକ୍ତ ଆଘାତ ହୋଇଥିଲା । ୪୭ ବର୍ଷ ବୟସ୍କ ପ୍ରଦୀପ ନିଜ ଶିଶୁଙ୍କ ମୁହଁରେ ଟ୍ୟାପ ବାନ୍ଧି ତାଙ୍କୁ ହତ୍ୟା କରିଥିବା ଜଣାପଡିଛି । ଏହାପରେ ନିଜ ପତ୍ନୀକୁ ହାତୁଡିରେ ପ୍ରହାର କରିଥିଲେ । ଏହାପରେ ନିଜେ ସୂଈସାଇଡ କରିଥିଲେ । ପୋଲିସ ସୂଈସାଇଡ ନୋଟ ଜବତ କରି ତଦନ୍ତ କରୁଛି ।

ସୂଚନା ଅନୁଯାୟୀ, ପ୍ରଦୀପ ନିଜ ବାପା ମା, ଭଉଣୀ ଓ ପତ୍ନୀ ଏବଂ ୩ ଶିଶୁଙ୍କ ସହ ମଶୁରିର ନ୍ୟୁ ଶତାବ୍ଦୀପୁରମ କଲୋନୀରେ ରହୁଥିଲା । ପ୍ରଦୀପ ତାଙ୍କ ପତ୍ନୀ ଏବଂ ୩ ଶିଶୁ ତାଙ୍କ କୋଠରୀରେ ସୋଇଥିଲେ । ଶୁକ୍ରବାର ଦିନ କବାଟ ନ ଖୋଲିବାରୁ ଘରର ଅନ୍ୟ ସଦସ୍ୟ କବାଟ ବାଡେଇଥିଲେ । ଘରଲୋକ ଝରକା ପଟୁ ଦେଖିଲେ ପ୍ରଦୀପ ଏବଂ ୩ ଶିଶୁ ଖଟ ଉପରେ ପଡିଛନ୍ତି । ସମସ୍ତଙ୍କ ମୁହଁରେ କଳା ଟ୍ୟାପ ଲାଗିଥିଲା । ପ୍ରଦୀପଙ୍କ ପତ୍ନୀ ଲହୁଲୁହାଣ ଅବସ୍ଥାରେ ତଳେ ପଡି ଛଟପଟ ହେଉଥିଲେ । ଘରଲୋକ ସଂଗେ ସଂଗେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଆସି ପ୍ରଦୀପ ଓ ୩ ଶିଶୁଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଘଟଣା ସମ୍ପର୍କରେ ପୋଲିସ ଘରର ଅନ୍ୟ ସଦସ୍ୟଙ୍କୁ ପଚରାଉଚୁରା କରୁଛି ।

ପ୍ରାଥମିକ ତଦନ୍ତରୁ ପୋଲିସ ସନ୍ଦେହ କରୁଛି ଯେ, ପ୍ରଦୀପ ପ୍ରଥମେ ପତ୍ନୀକୁ ହାତୁଡିରେ ଶକ୍ତ ପ୍ରହାର କରିଥିଲା ଏବଂ ପରେ ଶିଶୁଙ୍କୁ ହତ୍ୟା କରି ନିଜେ ସୂଈସାଇଡ କରିଥିଲା । ତେବେ ଘରର ଅନ୍ୟ ସଦସ୍ୟ କହିଛନ୍ତି ସେମାନେ କୌଣସି ପ୍ରକାର ପାଟିତୁଣ୍ଡ ଶୁଣିନଥିଲେ । ସକାଳୁ କବାଟ ନ ଖୋଲିବାରୁ ସେମାନେ ଝରକା ପଟୁ ଦେଖିଥିଲେ ଏବଂ ସଂଗେ ସଂଗେ ପୋଲିସକୁ ସୂଚନା ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.