ବଡ ଖୁଲାସା: କରୋନାରେ ୫ ଲକ୍ଷ ଆମେରିକୀୟଙ୍କ ପ୍ରାଣହାନୀ ଘଟିପାରେ

Published By : Prameya-News7 Bureau | March 07, 2020 IST

ନୂଆଦିଲ୍ଲୀ ୦୭।୦୩- କରୋନା ଭୂତାଣୁକୁ ନେଇ ସମଗ୍ର ଦୁନିଆରେ ଆତଙ୍କର ମାହୋଲ ଛାଇ ରହିଛି।  ସମଗ୍ର ବିଶ୍ଵରେ କରୋନା ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଏହା ମଧ୍ୟରେ ଲିକ୍ ହୋଇଥିବା ଏକ ତଥ୍ୟରୁ ଖୁଲାସା ହୋଇଛି ଯେ, କରୋନା ଭୂତାଣୁ କାରଣରୁ ଆମେରିକାରେ ପ୍ରାୟ ୯ କୋଟି ଲୋକ କରୋନାରେ ସଂକ୍ରମିତ ହେବାର ସମ୍ଭାବନା ରହିଛି। କେବଳ ଏତିକି ନୁହେଁ  କରୋନା କାରଣରୁ ୪.୮ ଲକ୍ଷ ଲୋକଙ୍କ ପ୍ରାଣହାନୀ ମଧ୍ୟ ଘଟିପାରେ। ଦ ଆମେରିକନ ହସ୍ପିଟାଲ ଆସୋସିଏସନ(AHA) ଫେବୃଆରୀରେ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ଏଥିରେ ଉପସ୍ଥାପିତ ଉପସ୍ଥାପନରେ ଏହି ତଥ୍ୟକୁ ଉଲ୍ଲେଖ କରାଯାଇଥିଲା।

{"id":234345,"sizeSlug":"large"}

ଡେଲି ମେଲର ରିପୋର୍ଟ ଅନୁଯାୟୀ, ଦ ଆମେରିକନ ହସ୍ପିଟାଲ ଆସୋସିଏସନର ପ୍ରେଜେନଟେସନର ତଥ୍ୟ ଏହା ଦର୍ଶାଉଛି ଯେ, କରୋନା ଭୂତାଣୁକୁ ନେଇ ଆମେରିକୀୟ ଅଧିକାରୀ ଯେଉଁ ଦୃଢୋକ୍ତି ପ୍ରକାଶ କରୁଛନ୍ତି, ତାର ବୀପରିତ ଦେଶରେ କରୋନ ବିପଦ ୧୦ ଗୁଣ ଅଧିକ ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଦମ୍ଭୋକ୍ତି ପ୍ରକାଶ କରିଥିଲେ ଯେ, କରୋନ ଭୂତାଣୁରେ ଆମେରିକାବାସୀଙ୍କ ପ୍ରତି ବିପଦ କମ ରହିଛି।

ଦ ଆମେରିକନ ହସ୍ପିଟାଲ ଆସୋସିଏସନ ଫେବୃଆରୀ ୨୬ରେ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲା, ଯାହାର ନାମ ଥିଲା COVID-19(କରୋନା ଭାଇରସ) ପାଇଁ ପ୍ରସ୍ତୁତି: ହେଲଥ କେୟାର ଲିଡର୍ସଙ୍କୁ କଣ କରାଯିବା ଉଚିତ୍। କାର୍ଯ୍ୟକ୍ରମରେ ୟୁନିଭର୍ସିଟି ଅଫ ନେବ୍ରାସ୍କା ମେଡିକାଲ ସେଣ୍ଟରର ପ୍ରଫେସର ଡ. ଜେମ୍ସ ଲଲର ନିଜର ଉପସ୍ଥାପନରେ ‘ବେଷ୍ଟ ଗେସ୍’ ଆଧାରରେ ସମ୍ଭାବିତ ତଥ୍ୟର ଅନୁମାନ ଲଗାଇଥିଲେ।

{"id":234346,"sizeSlug":"large"}

ବିଜନେଟ୍ ଇନସାଇଟର ରିପୋର୍ଟ ଅନୁଯାୟୀ, ଉପସ୍ଥାପିତ ଉପସ୍ଥାପନାରେ ଡାକ୍ତର କହିଛନ୍ତି ଯେ, ଆମେରିକାରେ କରୋନା ଭୂତାଣୁ କାରଣରୁ ହେବାକୁ ଥିବା ମୃତ୍ୟ ସଂଖ୍ୟା ହ୍ରାସ ପାଇଁ ହସ୍ପିଟାଲଗୁଡିକ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯିବାର ଆବଶ୍ୟକତା ରହିଛି।

ଯେବେ ଏହି କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା, ସେତେବେଳକୁ ସମଗ୍ର ଦୁନିଆରେ ୮୦ ହଜାର କରୋନା ଭୂତାଣୁ ସଂକ୍ରମିତ ମାମଲା ସାମ୍ନାକୁ ଆସି ସାରିଥିଲା। ସେହି ସମୟରେ ଆମେରିକାରେ ୬୦ ଜଣ କରୋନା ସଂକ୍ରମିତ ହୋଇଥିଲେ ଏବଂ ଏଥିରେ କାହାରି ପ୍ରାଣହାନୀ ଘଟିନଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.