୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ଦୁଇ ବ୍ୟବସାୟୀ ଗିରଫ

Published By : Prameya-News7 Bureau | November 27, 2022 IST

ଟାଙ୍ଗୀ: ବ୍ରାଉନ ସୁଗାର ବିକ୍ରି ଅଭିଯୋଗରେ ୨ ଜଣ ବ୍ୟବସାୟୀ ଗିରଫ। ବେପାରୀମାନେ ହେଲେ ଟାଙ୍ଗୀ ଅବକାରୀ ବିଭାଗ ଅଧି ଛଣଗିରି  ଗ୍ରାମର ପ୍ରଶାନ୍ତ କୁମାର ସାହୁ ଓ ଅରୁଣ କୁମାର ବେହେରା । ଏ ଦୁହେଁ ଲୁଚାଛପା ଭାବେ ବ୍ରାଉନ୍-ସୁଗାର ବେପାର କରି ଆସୁଥିଲେ ମାତ୍ର ଧରପଗଡ ପୂର୍ବରୁ ଚମ୍ପଟ ମାରୁଥିଲେ। ଜବତ ବ୍ରାଉନ୍-ସୁଗାରର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ।

ଏମାନଙ୍କୁ ଧରପଗଡ କରିବା ପାଇଁ ଅବକାରୀ ବିଭାଗର ଅଧିକାରୀ ଆଲୋକ ପ୍ରଧାନଙ୍କ ନିର୍ଦ୍ଦେଶ ଏକ ଟିମ୍ ଅତର୍କିତ ଚଢ଼ାଉ କରି ଏହି ୨ ବ୍ରାଉନ୍-ସୁଗାର ବେପାରୀଙ୍କୁ ଗିରଫ କରିବା ସହିତ ଅରୁଣ ବେହେରା ଠାରୁ  ୧୫ ଗ୍ରାମ ଏବଂ ପ୍ରଶାନ୍ତ ସାହୁ ନିକଟରୁ  ୩୫ ଗ୍ରାମ୍ ବ୍ରାଉନ୍-ସୁଗାର ଜବତ କରିଛନ୍ତି । ଜବତ ବ୍ରାଉନ୍-ସୁଗାରର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ। ଗିରଫ ଅଭିଯୁକ୍ତ ଦୁହେଁ ଏହି ବ୍ରାଉନ୍-ସୁଗାର କେଉଁଠାରୁ ଆଣିଲେ , ଏଥିରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ତାହାର ଖୋଳତାଡ କରୁଛି ଟାଙ୍ଗୀ ଅବକାରୀ ବିଭାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.