ବାଣ କାରଖାନାରେ ବିସ୍ଫୋରଣ; ୫ ମୃତ ଓ ୧୦ ଆହତ

Published By : Prameya-News7 Bureau | November 10, 2022 IST

ମଦୁରାଇ: ବାଣ କାରଖାନାରେ ବିସ୍ଫୋରଣ ଘଟି ୫ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି। ତାମିଲନାଜୁ ମଦୁରାଇ ଜିଲ୍ଲା ଭଡକମ୍ପଟ୍ଟିରେ ଏଭଳି ଦୁର୍ଘଟଣା ଘଟିଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ କାରଖାନାରେ କାର୍ଯ୍ୟରତ ଶ୍ରମିକଙ୍କ ଶରୀର ଖଣ୍ଡିବଖଣ୍ଡିତ ହୋଇ ତଳେ ପଡ଼ି ରହିଛି।

wp:html /wp:html

ତେବେ ମୃତକଙ୍କ ପରିଚୟ ମିଳିଛି। ସେମାନେ ହେଲେ ଅମ୍ମାଭାସି, ଭଲ୍ଲାରସୁ, ଗୋପୀ, ବିକି ଓ ପ୍ରେମା ବୋଲି ମଦୁରାଇ ଏସପି ସୂଚନା ଦେଇଛନ୍ତି। ବିସ୍ଫରୋଣ ପରେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କାରଖାନାରେ କେମିତି ବିସ୍ଫୋରଣ ହେଲା ସେ ନେଇ ଖୋଳତାଡ଼ ଆରମ୍ଭ କରିଛି ମଦୁରାଇ ପୁଲିସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.