ୟୁପି ମାଧବଗଡ଼ରେ ମର୍ମନ୍ତୁଦ ବସ୍ ଦୁର୍ଘଟଣା, ଚାଲିଗଲା ୫ ଜୀବନ, ୧୭ରୁ ଅଧିକ ଆହତ

Published By : Prameya-News7 Bureau | May 07, 2023 IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଜାଲୌନ ଜିଲ୍ଲାର ମାଧବଗଡ଼ ଅଞ୍ଚଳରେ ବସ୍‌କୁ ଅଜଣା ଗଡ଼ି ଧାକ୍କା ଦେବାରୁ ୫ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୧୭ରୁ ଅଧିକ ଯାତ୍ରୀ ଗମ୍ଭୀର ଭାବେ ଆହତ ହୋଇଛନ୍ତି । ପୋଲିସ ଓ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି ।  

ପୋଲିସର ସୂଚନା ଅନୁଯାୟୀ, ଶନିବାର ମାଣ୍ଡେଲା ଗାଁରୁ ଏହି ବରଯାତ୍ରୀ ବସ୍ ରାମପୁରାର ଦୁତାବାଲ୍ଲୀ ଆସିଥିଲା । ବସ୍ ବରଯାତ୍ରୀଙ୍କୁ ନେଇ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ରବିବାର ରାତି ପ୍ରାୟ ୩ଟା ସମୟରେ ମାଧବଗଡ଼ ଗୋପାଳପୁର ନିକଟରେ ଏକ ଅଜଣା ଗଡ଼ି ବସ୍‌କୁ ଧକ୍କା ଦେଇଥିଲା । ଫଳରେ ବସ୍‌ଟି ରାସ୍ତା ପାର୍ଶ୍ବରେ ଥିବା ବଡ଼ ଗର୍ତ୍ତକୁ ଖସିପଡ଼ିଥିଲା । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୫ଜଣ ପ୍ରାଣ ହରାଇଛନ୍ତି । ସେହିପରି ୧୭ ଅଧିକ ବରଯାତ୍ରୀ ଗମ୍ଭୀର ଭାବେ ଆହତ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରୁ ମୃତଦେହକୁ ଜବତ କରିବା ସହିତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛି । ଏହି ବସ୍‌ରେ ପ୍ରାୟ ୪୦କୁ ଅଧିକ ଲୋକ ଯାତ୍ରା କରୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.