ଯାଜପୁରରୁ ୫ ଆନ୍ତଃ ରାଜ୍ୟ ଡକାୟତ ଗିରଫ

Published By : Prameya-News7 Bureau | August 12, 2018 IST

ଯାଜପୁର ୧୨/୮ : ଯାଜପୁର ବରୀ ପୋଲିସ ଦ୍ବାରା ୫ ଆନ୍ତଃ ରାଜ୍ୟ ଡକାୟତ ଗିରଫ ହୋଇଛନ୍ତି । ଏମାନଙ୍କ ଠାରୁ ୩ ଟି ବାଇକ୍, ୨ଟି ବନ୍ଧୁକ, ଲାପଟପ, ଏଲଇଡି ଟିଭି, ସୁନା ଅଳଙ୍କାର ସହ ବିଭିନ୍ନ ମାରଣାସ୍ତ୍ରକୁ ଜବତ କରିଛି ପୋଲିସ। ଗିରଫ ଡକାୟତମାନେ ହେଲେ କେନ୍ଦ୍ରାପଡା ଅଂଚଳର ଆଲୋକ ମଲିକ, ସୁନିଲ ସେଠୀ, ତ୍ରିଲୋଚନ ମଲିକ, ପଟ୍ଟାମୁଣ୍ଡାଇ ଅଂଚଳର ଦେବାଶିଷ ମଲିକ, ଯାଜପୁର ଅଂଚଳର ବଳରାମ ମଲିକ। ଏମାନଙ୍କ ନାଁରେ କେନ୍ଦ୍ରାପଡା, ପଟ୍ଟାମୁଣ୍ଡାଇ, ବରୀ, ବିଂଝାରପୁର, ଯାଜପୁର ଟାଉନ ଆଦି ଥାନାରେ ଏକାଧତ୍କ ଡକାୟତି ମାମଲା ରହିଥିବା ଯାଜପୁର ଏସଡିପିଓ ପ୍ରଶାନ୍ତ କୁମାର ମଲ୍ଲ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଚଳିତ ୧୦ ତାରିଖରେ ବରୀ ବାଲିଆପାଳସ୍ଥ ଏକ ବିଦ୍ୟାଳୟରେ ମା ତାରିଣୀ ଜୁଏଲାରୀ ଦୋକନରୁ ଲୁଟ ଉଦ୍ୟମ କରିବା ପାଇଁ ଯୋଜନା ଚଳାଇଥିବା ବେଳେ ବରୀ ପୁଲିସ ପାଟ୍ରୋଲିଂ ସମୟରେ ସନ୍ଦେହରେ ସେମାନଙ୍କ ଅଟକ ରଖି ପଚରାଉଚୁରା କରିଥିଲା । ଜିଲା ଓ ଜିଲା ବାହାରେ ବିଭିନ୍ନ ଅଂଚଳରୁ ଡକାୟତ କାର୍ଯ୍ୟ କରୁଥିବା ସହିତ ସେମାନଙ୍କ ନାମରେ ଜିଲା ବିଭିନ୍ନ ଥାନାରେ ମାମଲା ରହିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.