Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ସମୁଦ୍ରରେ ଗାଧୋଉଥିବା ବେଳେ ଲାଗିଲା ଜେଲିଫିସ୍‌ ଲାଳ, ୫ ପର୍ଯ୍ୟଟକ ଆହତ

11/06/2022 at 9:47 PM

ପୁରୀ, ୧୧/୦୬: ପୁରୀ ସମୁଦ୍ରରେ ସ୍ନାନ କରୁଥିବା ସମୟରେ ଜେଲି ଫିସ ଲାଗି ୫ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି । ସେମାନେ ଏକ ବେସରକାରୀ ହସପିଟାଲରେ ଚିକିତ୍ସିତ ହେଉଛନ୍ତି  । ଚୈତନ ଛକ ବେଳାଭୂମିଠାରୁ ଲାଇଟ୍ ହାଉସ ବେଳାଭୂମି ସମୁଦ୍ରରେ ଗାଧୋଉଥିବା ସମୟରେ କିଛି ପର୍ଯ୍ୟଟକ ଜେଲିଫିସ ଆକ୍ରମଣର ଶିକାର ହୋଇଥିଲେ । ଜେଲି ଫିସର ଲାଳ ଲାଗି ସେମାନେ ଆହତ ହୋଇଥିବା ଜଣାପଡିଛି  ।

ଜେଲିଫିସର ଲାଳ ଲାଗିବା ଫଳରେ ଦେହ ହାତ ଜଳା ପୋଡା ହେଉଛି । ଏଥିରେ ପଶ୍ଚିମବଙ୍ଗ   ଓ କିଛି ଓଡିଆ ପର୍ଯ୍ୟଟକ ଆହତ ହୋଇଛନ୍ତି । ଆହତ ହୋଇଥିବା ପର୍ଯ୍ୟଟକମାନେ ହେଲେ ବିଶାଖା ଚକ୍ରବର୍ତ୍ତୀ, ବାଦଲ କିଶାନ, କସ୍ତୁରୀ ହେମ୍ରମ୍ବ, ଅଭିଶେକ ବାନାର୍ଜୀ, ସୋମାଲି ଗାଙ୍ଗୁଲି, କିଶାନ ସାହୁ, ମୃଣମୟ ସାହୁ    ।

   Related Posts