ଘର ଶୋଇଥିବା ବେଳେ ନିଆଁ ଲାଗି ୫ଗୁରୁତର

Published By : Prameya-News7 Bureau | June 19, 2019 IST

କନ୍ଧମାଳ ୧୯|୬: ଘରେ ଶୋଇଥିବା ବେଳେ ନିଆଁ ଲାଗି ୫ ଜଣ ଗୁରୁତର ହୋଇଛନ୍ତି । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଗେରୁପଡା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସମସ୍ତ ଗୁରୁତରଙ୍କୁ ଫୁଲବାଣୀ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଗେରୁପଡା ଗାଁର ଗୋଟିଏ ପରିବାର ରାତିରେ ଶୋଇଥିବାବେଳେ ଘରେ ନିଆଁ ଲାଗିଯାଇଥିଲା । ଫଳରେ ୫ଜଣ ଗୁରୁତର ହୋଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ନିଆଁକୁ ଆୟତ କରିଛି । ଗୁରୁତର ସମସ୍ତେ ଗୋଟିଏ ପରିବାରର । ଗୁରୁତରମାନଙ୍କୁ ଫୁଲବାଣୀ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କ ମଧ୍ୟରେ ଅରୁଣ ବେହେରା, ତାଙ୍କ ସ୍ତ୍ରୀ ବେଲମତୀ ବେହେରା, ତାଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ବତିରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.