ଲମତାପୁଟ: ଗଛରେ ପିଟିଲା ଟେମ୍ପୁ, ୫ ଗୁରୁତର, ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କାଟାପନ୍ନ

Published By : Prameya-News7 Bureau | February 12, 2021 IST

ଲମତାପୁଟ୧୨/୨: ଗଛରେ ପିଟିଲା ଟେମ୍ପୁ। ଦୁର୍ଘଟଣାରେ ୫ ଜଣ ଗୁରୁତର। ଲମତାପୁଟ ବ୍ଲକ କାଡାମ ଗ୍ରାମ ଛକ ନିକଟରେ ଏଭଳି ଦୁର୍ଘଟଣା ଘଟିଛି। ଲମତାପୁଟ ପୋଲିସ ସହାୟତାରେ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ଲମତାପୁଟ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ  ଭର୍ତ୍ତି କରାଯାଇଛି। ଟେମ୍ପୁରେ ୯ ଜଣ ଥିବା ବେଳେ ୫ଜଣ ଗୁରୁତରଙ୍କ ମଧ୍ୟରେ ଦୁଇଜଣଙ୍କ ଅବସ୍ଥା ସଙ୍କାଟାପନ୍ନ ରହିଛି। ସେମାନଙ୍କୁ ବିଶାଖପାଟଣାକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଆନ୍ଧ୍ରପଟୁ ଜୟପୁର ଅଭିମୁଖେ ଏହି ଟେମ୍ପୁ ଯାଉଥିଲା। ରାସ୍ତାରେ ଭାରସାମ୍ୟ ଗଛରେ ପିଟି ହୋଇଥିଲା। ଏହି ଦୁର୍ଘଟଣାରେ ୫ ଜଣ ଗୁରୁତର ହୋଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.