ନେପାଳରେ ଦୁର୍ଘଟଣାଗ୍ରସ୍ତ ବିମାନରେ ଥିଲେ ୫ ଭାରତୀୟ, ସାମନାକୁ ଆସିଲା ପରିଚୟ

Published By : Prameya-News7 Bureau | January 15, 2023 IST

ନୂଆଦିଲ୍ଲୀ: ନେପାଳର ପୋଖରା ବିମାନ ବନ୍ଦରରେ ଦୁର୍ଘଟଣାଗ୍ରସ୍ତ ବିମାନରେ ଯାତ୍ରା କରୁଥିବା ୧୫ ବିଦେଶ ଯାତ୍ରୀଙ୍କ ମଧ୍ୟରେ ୫ ଭାରତୀୟ ଥିଲେ । ନେପାଳରେ ଭାରତୀୟ ଦୂତାବାସ ଏହି ସୂଚନା ଦେଇଛି । ଏବେ ବିମାନରେ ଯାତ୍ରା କରୁଥିବା ଭାରତୀୟଙ୍କ ପରିଚୟ ସାମନାକୁ ଆସିଛି । ୟତି ଏୟାରଲାଇନ୍ସ ଅଧିକାରୀଙ୍କ ଅନୁସାରେ ବିମାନରେ ଥିବା ଭାରତୀୟଙ୍କ ପରିଚୟ ଅଭିଷେକ କୁଶବାହ, ବିଶାଳ ଶର୍ମା, ଅନିଲ କୁମାର ରାଜଭର, ସୋନୁ ଜୟଶୱାଲ ଏବଂ ସଞ୍ଜୟ ଜୟଶୱାଲଙ୍କ ରୂପେ ହୋଇଛି । ବର୍ତ୍ତମାନ ଏମାନଙ୍କ ସ୍ଥିତି ଜଣାପଡି ନାହିଁ ।

ଭାରତୀୟ ଦୂତାବାସ ଟ୍ୱିଟ୍ କରି କରି କହିଛି, 'କାଠମାଣ୍ଡରୁ ଯାତ୍ରା କରୁଥିବା ୟତି ଏୟାରଲାଇନ୍ସ ଏଟିଆର-୭୨ ବିମାନ ଆଜି ପୋଖରା ବିମାନ ବନ୍ଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ନେପାଳ ବେସାମିରକ ବିମାନ ଚଳାଚଳ ମନ୍ତ୍ରାଳୟରୁ ମିଳିଥିବା ସୂଚନା ଅନୁସାରେ ଏହି ବିମାନରେ ପାଞ୍ଚ ଭାରତୀୟ ଯାତ୍ରା କରୁଥିଲେ' ।   

ନେପାଳର ଏକ ଯାତ୍ରୀ ବିମାନ ଖୋପରା ବିମାନ ବିନ୍ଦରରେ ଅବତରଣ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ନେପାଳନ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ କହିଛି ଯେ ୟତି ଏୟାରଲାଇନ୍ସର ୯ଏନ-ଏଏନସି ଏଟିଆର-୭୨ ବିମାନ ସକାଳ ୧୦ଟା ୩୩ ମିନିଟରେ କାଠମାଣ୍ଡୁର ତ୍ରିଭୁବନ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରୁ ଉଡାନ ଭରିଥିଲା ଏବଂ ପୋଖରାରେ ଦୁର୍ଘଟଣାର ଶିକାର ହୋଇଥିଲା । ପୋଖରା ଏହି ହିମାଳୟ ଦେଳର ଏକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.