ଭାରତର ଗର୍ବ ହେଉଛନ୍ତି ଏହି ୫ ଜଣ ମହିଳା, ଏମାନଙ୍କ ମଧ୍ୟରୁ ଜଣେ ଥିଲେ ବାରାକ ଓବାମଙ୍କ ବଡିଗାର୍ଡ…

Published By : Prameya-News7 Bureau | November 28, 2019 IST

ଜୀବନରେ କିଛି ବଡ କରିବା ପ୍ରତି ମଣିଷର ଲକ୍ଷ୍ୟ ଥାଏ। କିନ୍ତୁ ଯିଏ କଠିନ ପରିଶ୍ରମ କରେ ସିଏ ହିଁ ତା ଲକ୍ଷ୍ୟସ୍ଥଳରେ ପହଞ୍ଚିପାରେ। ଯାହାର ସବୁ ବାଧାକୁ ସାମ୍ନା କରିବାର ସକ୍ଷମତା ଥାଏ ଓ ଯିଏ କେବେ ହାର ମାନି ନଥାଏ ସିଏ ହିଁ ସଫଳ ହୁଏ। ଠିକ୍‌ ସେହିଭଳି  ୫ ଜଣ ଭାରତୀୟ ମହିଳାଙ୍କ ବିଷୟରେ ଜାଣନ୍ତୁ ଯିଏ ଆଜି ଦେଶର ଗର୍ବ।

{"id":191124,"sizeSlug":"large"}

୧- ପୂଜା ଠାକୁର- ଭାରତର ଗୌରବ ଓ ସମ୍ମାନ ପୂଜା ଠାକୁରଙ୍କୁ କୁହାଯାଏ। ସମଗ୍ର ଦେଶ ପୂଜା ଠାକୁରଙ୍କୁ ସେତେବେଳେ ଜାଣିଲା ଯେବେ ସେ ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ସହ ପ୍ରଥମ ଭାରତୀୟ ସେବା ଗାର୍ଡ ଅଧିକାରୀ ଭାବେ ଠିଆ ହୋଇଥିଲେ। ବାରାକ ଓବାମାଙ୍କ ସହ ଠିଆ ହୋଇଥିବା ଏକମାତ୍ର ଭାରତୀୟ ଗାର୍ଡ ଅଧିକାରୀ ଥିଲେ ପୂଜା ଠାକୁର।

{"id":191125,"sizeSlug":"large"}

୨- ସାଇନା ନେହୱାଲ- ମାତ୍ର ୨୪ ବର୍ଷ ବୟସରେ ସାଇନା ନେହୱାଲ ବ୍ୟାଡମିଟନ ଚ୍ୟାମ୍ପିୟନର ଟାଇଟେଲ ଜିତିଥିଲେ। ଏହା ଭାରତ ପାଇଁ କୌଣସି ଛୋଟ କଥା ନୁହେଁ। ଭାରତର ଗୌରବ ହେଉଛନ୍ତି ସାଇନା ନେହୱାଲ। ବ୍ୟାଡ୍‌ମିଟନରେ ଭାରତ ପାଇଁ ପ୍ରଥମ ଅଲମ୍ପିକ୍‌ ପଦ ଜିତିଥିବାରୁ ସେ ଭାରତର ଗର୍ବ।

{"id":191127,"sizeSlug":"large"}

୩- ମେରି କମ୍‌- ମେରି କମ୍‌ ସମଗ୍ର ବିଶ୍ବରେ ଚର୍ଚ୍ଚିତ। ସେ ସଫଳତାର ପ୍ରତୀକ ଓ ଦେଶର ସବୁ ମହିଳାଙ୍କ ପାଇଁ ଜଣେ ଆଇକନ୍‌। ମେରି ୫ ଥର ବିଶ୍ବ ବକ୍ସିଂ ଚାମ୍ପିୟନସିପ୍‌ରେ ସଫଳତା ହାସଲ କରି ଭାରତର ନାଁ ଉଜ୍ଜ୍ବଳ କରିଥିଲେ।

{"id":191128,"sizeSlug":"large"}

୪- ଅରୁଣିମା ସିହ୍ନା- ଏକ ସାଂଘାତିକ ରେଳ ଦୁର୍ଘଟଣାରେ ଆହାତ ହେବା ପରେ ଅରୁଣିମାଙ୍କର ବାମ ଗୋଡ ନାହିଁ। ଏହା ସତ୍ତ୍ବେ ସେ ମାଉଣ୍ଟ ଏଭରେଷ୍ଟରେ ଚଢିଥିବା ପ୍ରଥମ ମହିଳା।ସେ ମହିଳାମାନଙ୍କ ପାଇଁ କୌଣସି ପ୍ରେରଣାରୁ କମ ନୁହନ୍ତି।

{"id":191131,"sizeSlug":"large"}

୫- ଭକ୍ତି ଶର୍ମା- ଭାରତର ପ୍ରତିଭା ଭକ୍ତି ପ୍ରଥମ ଏସୀୟ କମ ବୟସର ମହିଳା ଯିଏ ଆଣ୍ଟର୍କାଟିକା ସନ୍ତରଣ ପ୍ରତିଯୋଗୀତାରେ ଭାଗନେଇ ବିଶ୍ବ ରେକର୍ଡ ସ୍ଥାପନ କରିବାରେ ସକ୍ଷମ ହୋଇଛନ୍ତି ।ସବୁଠୁ ଅଦିକ ଦୂରତା ସନ୍ତରଣ କରିବା କ୍ଷେତ୍ରରେ ଭକ୍ତି ବହୁ ବିଶ୍ବ ରେକର୍ଡ ସ୍ଥାପନ କରିଛନ୍ତି । ଭକ୍ତି ୨୦୨୦ ମସିହାରେ ଟକିଓ ଅଲମ୍ପିକରେ ଭାରତ ପାଇଁ ସ୍ବର୍ଣ୍ଣ ପଦ ଜିତିବାକୁ ଇଚ୍ଛା ରଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.