ନୂଆଦିଲ୍ଲୀ ୦୫।୦୬: ଟିମ୍ ଇଣ୍ଡିଆର ଷ୍ଟାର ପ୍ଲେୟର । ଆଇପିଏଲ୍ ପରେ ଖେଳିବେ ଟି-୨୦ ଓ୍ବାର୍ଲକପ୍ । ବିଶ୍ବକପ୍ ସ୍କାଡ୍ରେ ସାମିଲ୍ ହୋଇଛନ୍ତି ୧୫ ଖେଳାଳୀ । କିନ୍ତୁ ଏପରି କିଛି ପ୍ଲେୟର ଅଛନ୍ତି ଯିଏକି ପ୍ରଥମଥର ପାଇଁ ଟି-୨୦ ବିଶ୍ୱକପ୍ ଟିମ୍ରେ ହୋଇଛନ୍ତି ସାମିଲ୍ । ଆରମ୍ଭ ହୋଇଛି ଟି-୨୦ ବିଶ୍ବକପ୍ ୨୦୨୪।
ଟିମ୍ ଇଣ୍ଡିଆ ଉପରେ ରହିଛି ସମସ୍ତଙ୍କ ନଜର । ଚଳିତ ସିଜିନ୍ରେ ଟି-୨୦ ବିଶ୍ୱକପରେ ହୋଇଛି ବଡ ପରିବର୍ତ୍ତନ । ୧୫ ସଦସ୍ୟ ବିଶିଷ୍ଟ ଦଳରେ ଏଭଳି ୫ ଖେଳାଳୀ ଅଛନ୍ତି, ଯିଏକି ପ୍ରଥମଥର ଟି-୨୦ ବିଶ୍ୱକପ ଟିମ୍ରେ ହୋଇଛନ୍ତି ସାମିଲ । ଏଥିରେ ଫାଷ୍ଟ ବୋଲର ମହମ୍ମଦ ସିରାଜଙ୍କ ଠାରୁ ଷ୍ଟାର ଓପନର୍ ଯଶସ୍ୱୀ ଜୈସୱାଲ ଯାଏଁ ରହିଛନ୍ତି ସାମିଲ ।
ଲିଷ୍ଟର ପ୍ରଥମରେ ରହିଛନ୍ତି ଦ୍ରୁତ ବୋଲର ମହମ୍ମଦ ସିରାଜ । ସିରାଜ କିଛି ସମୟରୁ ଟିମ୍ ଇଣ୍ଡିଆର ଅଂଶ ହୋଇଛନ୍ତି । ୨୦୧୭ରେ ସିରାଜ ଟି-୨୦ ଆନ୍ତର୍ଜାତୀୟ ଡେବ୍ୟୁ କରିଥିଲେ । କିନ୍ତୁ ଟି-୨୦ ବିଶ୍ୱକପରେ ମନୋନୀତ ହେବା ପାଇଁ ତାଙ୍କୁ ୨୦୨୪ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଲା। ୨୦୨୩ ରେ ଖେଳାଯାଇଥିବା ODI ବିଶ୍ୱକପରେ ସିରାଜ ଟିମ୍ ଇଣ୍ଡିଆର ଅଂଶ ମଧ୍ୟ ଥିଲେ । ବର୍ତ୍ତମାନ ତାଙ୍କୁ ଟି-୨୦ ବିଶ୍ୱକପ ପାଇଁ ମଧ୍ୟ ଚୟନ କରାଯାଇଛି।
ଏହାପଛକୁ ଅଛନ୍ତି ଟିମ୍ ଇଣ୍ଡିଆର ଷ୍ଟାର ଓପନର୍ ଯଶସ୍ବୀ ଜୈସୱାଲ । ଟେଷ୍ଟ ଏବଂ ଟି-୨୦ ଇଣ୍ଟରନ୍ୟାସନାଲରେ ସୃଷ୍ଟି କରିଛନ୍ତି ନିଜର ପରିଚୟ । ସେ ଟିମ୍ ଇଣ୍ଡିଆର ମୁଖ୍ୟ ଓପନର୍ ହୋଇଛନ୍ତି । ପ୍ରଥମଥର ପାଇଁ ଟି-୨୦ ବିଶ୍ୱକପ ପାଇଁ ଜୈସୱାଲଙ୍କୁ କରାଯାଇଛି ଚୟନ । ଜୈସୱାଲ ୨୦୨୩ରେ ଆନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିଲେ । ସେ ଅଧିନାୟକ ରୋହିତ ଶର୍ମାଙ୍କ ସହ ଟୁର୍ନାମେଣ୍ଟ ଓପନିଂ କରୁଥିବା ଦେଖିବାକୁ ମିଳିପାରନ୍ତି ।
ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନ୍ । ୨୦୧୫ ଟି-୨୦ଅନ୍ତର୍ଜାତୀୟ ମ୍ୟାଚ୍ରେ କରିଥିଲେ ଡେବ୍ୟୁ । କିନ୍ତୁ ସଞ୍ଜୁଙ୍କୁ ପ୍ରଥମଥର ଟି-୨୦ ବିଶ୍ୱକପ୍ର ଅଂଶ ହେବାକୁ ଲାଗିଥିଲା ପ୍ରାୟ ୯ ବର୍ଷ । ଆଇପିଏଲ୍ ୨୦୨୪ରେ ସଞ୍ଜୁ ଚମତ୍କାର ପ୍ରଦର୍ଶନ କରିଥିଲେ । ଏହି କାରଣରୁ ଟି-୨୦ ବିଶ୍ୱକପ୍ ଟିମ୍ରେ ତାଙ୍କୁ ସାମିଲ୍ କରାଯାଇଛି । ତେବେ ସଞ୍ଜୁଙ୍କ ପାଇଁ ପ୍ଲେଇଙ୍ଗ୍ ଇଲେଭେନ୍ରେ ସ୍ଥାନ ପାଇବା ସହଜ ହେବନି । କାରଣ ତାଙ୍କ ମୁକାବିଲା ରିଷଭ ପନ୍ତଙ୍କ ସହ ହେବ । ଯିଏକି ବୋଧେ ପ୍ଲେଇଙ୍ଗ୍ ଇଲେଭେନ୍ରେ ଟିମ୍ ଇଣ୍ଡିଆର ପ୍ରଥମ ପସନ୍ଦ ।
ଏମାନଙ୍କ ବ୍ୟତୀତ ଟିମ୍ରେ ସ୍ଥାନ ପାଇଛନ୍ତି ଟିମ୍ ଇଣ୍ଡିଆର ଅଲରାଉଣ୍ଡର ଶିବମ୍ ଦୁବେ । ଆଇପିଏଲ୍ ୨୦୨୪ର ଆରମ୍ଭରେ ଶିବମ ଦୁବେ କରିଥିଲେ ଉତ୍କୃଷ୍ଟ ବ୍ୟାଟିଂ ପ୍ରଦର୍ଶନ । କିନ୍ତୁ ସେ ଟୁର୍ନାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟରେ ହୋଇଥିଲେ ଫ୍ଲପ୍ । ଦୁବେଙ୍କ ଫ୍ଲପ୍ ସୋ ଟି-୨୦ ବିଶ୍ୱକପ ଚୟନ ପରେ ହିଁ ସାମ୍ନାକୁ ଆସିଥିଲା। ପ୍ରଥମଥର ପାଇଁ ଟି-୨୦ ବିଶ୍ୱକପରେ ଦୁବେଙ୍କୁ ହିଁ ଚୟନ କରାଯାଇଛି । ତେବେ ପ୍ଲେୟିଙ୍ଗ୍ ଇଲେଭେନ୍ରେ ସ୍ଥାନ ପାଇବା ତାଙ୍କ ପାଇଁ ସହଜ ହେବନି ।
ଶେଷରେ ଅଛନ୍ତି ଷ୍ଟାର ସ୍ପିନର୍ କୁଳଦୀପ ଯାଦବ । ପ୍ରଥମଥର ପାଇଁ ଟି-୨୦ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆର ହୋଇଛନ୍ତି ଅଂଶ । କୁଲଦୀପ ଦୀର୍ଘ ସମୟ ଧରି ଟିମ୍ ଇଣ୍ଡିଆର ଏକ ଅଂଶ ରହି ଆସିଛନ୍ତି ଏବଂ ତିନୋଟି ଫର୍ମାଟ୍ରେ ଖେଳୁଛନ୍ତି । କିନ୍ତୁ ସେ ୨୦୨୪ରେ ପ୍ରଥମଥର ପାଇଁ ଟି-୨୦ ବିଶ୍ୱକପରେ ହୋଇଛନ୍ତି ସାମିଲ୍ । ତେବେ ଦେଖିବାକୁ ବାକି ରହିଲା ଏହି ୫ ଖେଳାଳୀ ଟି-୨୦ ବିଶ୍ବକପ୍ରେ କିପରି କରୁଛନ୍ତି ପ୍ରଦର୍ଶନ ।