କଟକ: ଭାରତୀୟ ଟିମର ଅଧିନାୟକ ରୋହିତ୍ ଶର୍ମା ଫର୍ମକୁ ଫେରିଛନ୍ତି । ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ସେ ବିସ୍ଫୋରକ ବ୍ୟାଟିଂ କରି ଶତକ ମାରିଛନ୍ତି । ଦୀର୍ଘ ମାସ ପରେ ରୋହିତ୍ ଶର୍ମାଙ୍କ ବ୍ୟାଟରୁ ଏପରି କୌଣସି ଇନିଂସ ଦେଖିବାକୁ ମିଳିଛି । ରୋହିତ୍ ଶର୍ମା ମାତ୍ର ୩୦ ବଲରେ ହିଁ ଅର୍ଦ୍ଧଶତକ କରିଥିଲେ । ଏହାପରେ ୭୬ ବଲରେ ଶତକ ମାରିଥିଲେ । ଆଜିର ମ୍ୟାଚ୍ରେ ରୋହିତ୍ ନିଜ ନାଁରେ ଏକ ବଡ଼ ରେକର୍ଡ କରିଛନ୍ତି । ଦିନିକିଆ କ୍ରିକେଟରେ ସବୁଠୁ ଅଧିକ ରନ୍ କରିବାରେ ଚତୁର୍ଥ ଭାରତୀୟ କ୍ରିକେଟର ହୋଇଛନ୍ତି । ରୋହିତ୍ ଶର୍ମା ଏହି ମାମଲାରେ ପୂର୍ବତନ କ୍ରିକେଟର ରାହୁଲ ଦ୍ରାବିଡଙ୍କୁ ପଛରେ ପକାଇଛନ୍ତି ।
୫. ରାହୁଲ ଦ୍ରାବିଡ
ରାହୁଲ ନିଜ ଦିନିକିଆ କ୍ରିକେଟ୍ କ୍ୟାରିୟରରେ ମୋଟ୍ ୧୦୮୮୯ ରନ୍ କରିଥିଲେ । ସେ ୱାନଡେରେ ସବୁଠୁ ଅଧିକ ରନ୍ କରିବାରେ ପଞ୍ଚମ ଭାରତୀୟ ଖେଳାଳି । ରାହୁଲ ଦୀର୍ଘ ବର୍ଷ ଯାଏ ଭାରତୀୟ ଟିମ୍ ଖେଳିଥିଲେ ।
୪. ରୋହିତ୍ ଶର୍ମା
ଟିମ୍ ଇଣ୍ଡିଆର ବର୍ତ୍ତମାନ କ୍ୟାପ୍ଟେନ ରୋହିତ ଶର୍ମା ଏବେ ଦିନିକିଆ ଫର୍ମାଟ୍ରେ ଚତୁର୍ଥ ସବୁଠୁ ଅଧିକ ରନ୍ କରିଥିବା ଭାରତୀୟ ଖେଳାଳି ହୋଇଛନ୍ତି । ଇଂଲଣ୍ଡ ବିପକ୍ଷ କଟକ ଦିନିକିଆରେ ସେ ଏହି ଉପଲବ୍ଧ ହାସଲ କରିଛନ୍ତି । ରୋହିତ୍ ଶର୍ମା ମହାନ ବ୍ୟାଟ୍ର ରାହୁଲ ଦ୍ରାବିଡଙ୍କ ରେକର୍ଡ ଭାଙ୍ଗି ଏହି କୀର୍ତ୍ତିମାନ କରିଛନ୍ତି ।
୩. ସୌରଭ ଗାଙ୍ଗୁଲି
ଏହି ସୂଚୀରେ ତୃତୀୟ ସ୍ଥାନରେ ଅଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି । ନିଜ ଦିନିକିଆ କ୍ୟାରିୟରରେ ଗାଙ୍ଗୁଲି ମୋଟ ୧୧,୩୬୩ ରନ୍ କରିଥିଲେ ।
୨. ବିରାଟ କୋହଲି
ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ଓ ବର୍ତ୍ତମାନ ଆଉଟ୍ ଅଫ୍ ଫର୍ମରେ ଥିବା ବିରାଟ କୋହଲି ଏହି ସୂଚୀରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ସେ ନିଜ କ୍ୟାରିୟରରେ ୧୩,୯୧୧ ରନ୍ କରିଛନ୍ତି । ରନ୍ ମେସିନ୍ ବିରାଟ କୋହଲି ଶତକ ମାମଲାରେ ସଚିନଙ୍କ ରେକର୍ଡ ଭାଙ୍ଗିପାରିବେ ବୋଲି କୁହାଯାଉଛି ।
୧. ସଚିନ ତେନ୍ଦୁଲକର
ସଚିନ ତେନ୍ଦୁଲକର ସାରା ଦୁନିଆରେ ସବୁଠୁ ଅଧିକ ଦିନିକିଆ ଖେଳିଥିବା ଖେଳାଳି । ସେ ନିଜ କ୍ୟାରିୟରରେ ମୋଟ ୧୮,୪୨୬ ରନ୍ କରିଥିଲେ । ତେନ୍ଦୁଲକରଙ୍କ ନାଁରେ ସବୁଠୁ ଅଧିକ ଶତକର ବି ରେକର୍ଡ ବି ରହିଛି, ଯାହାକୁ ଭାଙ୍ଗିବା କୌଣସି ବି ବ୍ୟାଟରଙ୍କ ପାଇଁ ସହଜ ନୁହେଁ ।
Also Read: ବାରବାଟୀରେ ଫେରିଲା ହିଟ୍ ମ୍ୟାନ୍ଙ୍କ ଫର୍ମ ! ୧୬ ମାସ ପରେ ଦିନିକିଆରେ ଶତକ ମାରିଲେ ରୋହିତ