ଅଗ୍ନିକାଣ୍ଡରେ ଜଳିଗଲା ୫ ବଖରା ଘର, ଆସବାବ ପତ୍ର ସହ ପୋଡିଗଲା ଅତ୍ୟାବଶ୍ୟକୀୟ ସାମଗ୍ରୀ

Published By : Prameya-News7 Bureau | November 13, 2023 IST

ଚଣ୍ଡୀଖୋଲ ୧୩/୧୧: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୫ ବଖରା । ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧୀନ ଚଣ୍ଡିତଳ ଗ୍ରାମରେ ଭୟାଭୟ ଅଗ୍ନିକାଣ୍ଡ ଘଟି ୫ ବଖରା ଚାଳ ଘର ସମ୍ପୂର୍ଣ ଜଳିଯାଇଛି । ଚଣ୍ଡୀତଳ ଗ୍ରାମର ବିନୋଦ ଦଳେଇ ଓ ସର୍ବେଶ୍ୱର ଦଳେଇଙ୍କ ପାଞ୍ଚ ବଖରା ଚାଳ ଘର ସମ୍ପୂର୍ଣ୍ଣ ଜଳିଯାଇଛି ।

କୌଣସି କାରଣରୁ ସର୍ବେଶ୍ୱରଙ୍କ ଚାଳଘରେ ନିଆଁ ଲାଗି ଯିବାରୁ ନିଆଁର ଭୟାଭୟତା ଅଧିକ ଥିବାରୁ ନିଆଁ ବ୍ୟାପି ଯାଇଥିଲା । ଯାହା ଫଳରେ ପାଞ୍ଚ ବଖରା ଚାଳ ଘର ସମ୍ପୂର୍ଣ୍ଣ ଜଳିଯିବା ସହ ସମସ୍ତ ଆସବାବ ପତ୍ର ଜଳି ପୋଡି ପାଉଁଶ ହୋଇଯାଇଛି ।

ଘଟଣା ସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ କରିଥିଲେ । ଅଗ୍ନିକାଣ୍ଡର କାରଣ ଜଣା ପଡିନଥିବା ବେଳେ ଘଟଣା ସ୍ଥଳରେ ଚଣ୍ଡିତଳ ପଂଚାୟତର ସରପଞ୍ଚ ପହଂଚି ଘର ପୋଡି ଯାଇଥିବା ବ୍ୟକ୍ତିଙ୍କୁ ସହାୟତା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.