scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଶୀତ ଋତୁରେ ଆପଣଙ୍କର ବି ଫାଟୁଛି କି ଓଠ ? ଆପଣାନ୍ତୁ ଏହି ୫ ଟି ଘରୋଇ ଉପଚାର

3/12/2023 at 2:37 PM

ମୁମ୍ଵାଇ ୦୩।୧୨: ଶୀତ ଋତୁ ଆସିଲେ ଅନେକ ସମସ୍ୟା ନେଇ ଆସିଥାଏ। ଏହି ସମୟରେ ଅନେକ ତ ଥଣ୍ଡା-କାଶ ଏବଂ ଜ୍ୱରରେ ପୀଡିତ ହୁଅନ୍ତି। କେବଳ ଏତିକି ନୁହେଁ ଶୀତ ଆସିଲେ ଆପଣଙ୍କ ଚେହେରାର ସୌନ୍ଦର୍ଯ୍ୟକୁ ମଧ୍ୟ ଖରାପ କରିଦେଇଥାଏ। ଏହା ପ୍ରାୟ ସାଧାରଣ ଆଉ ଏହି ସମସ୍ୟାଟି ହେଲା ଓଠ ଫାଟିବା। ଏହି ମୁଖ୍ୟ କାରଣ ହେଉଛି ଶୀତଳ ପବନ । କେବଳ ଚର୍ମକୁ ଶୁଷ୍କ କରେ ନାହିଁ ବରଂ ଏହାକୁ କଳା ମଧ୍ୟ କରିଥାଏ।

ଏହି କାରଣରୁ ଓଠ ଫାଟିବା ଆରମ୍ଭ ହୁଏ। ଓଠ ଫାଟି ଧୀରେ ଧୀରେ ଯନ୍ତ୍ରଣା ହେବା ଏବଂ ରକ୍ତସ୍ରାବ ମଧ୍ୟ ଦେଖାଯାଏ। ଏଭଳି ପରିସ୍ଥିତିରେ ଏହାର ବିଶେଷ ଯତ୍ନ ନେବା ମଧ୍ୟ ଜରୁରୀ ଅଟେ। ଏନେଇ ଏଥିରୁ ମୁକ୍ତି ପାଇବାକୁ ବଜାରରେ ଅନେକ ଉତ୍ପାଦ ମିଳୁଥିଲେ ମଧ୍ୟ ଏହା ଖୁବ ମହଙ୍ଗା ହୋଇଥାଏ। ହେଲେ ଘରୋଇ ଉପଚାର କରି ସମସ୍ୟାରୁ ମୁକ୍ତି ପାଇପାରିବେ। ଆସନ୍ତୁ ଜାଣିବା ଏହି ସହଜ ଉପାୟ କ’ଣ…

ନଡିଆ ତେଲ ପ୍ରତିଦିନ ଓଠରେ ୨ରୁ ୩ ଥର ନଡିଆ ତେଲ ଲଗାନ୍ତୁ। ରାତିରେ ଶୋଇବା ପୂର୍ବରୁ ନଡିଆ ତେଲ ଲଗେଇ ଶୁଅନ୍ତୁ। ଏହା କରିବା ଦ୍ୱାରା ଓଠ ଫାଟିବା ସମସ୍ୟା ଦୂର ହେବା ସହ ଚର୍ମ ମଧ୍ୟ ନରମ ହୋଇଯାଏ।

ବାଦାମ ତେଲ: ଶୀତଦିନେ ଓଠଫଟା ସମସ୍ୟାରୁ ମୁକ୍ତି ପାଇବା ପାଇଁ ବାଦାମ ତେଲ ଅତ୍ୟନ୍ତ ଲାଭଦାୟକ। ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଓଠରେ ବାଦାମ ତେଲ ଲଗାନ୍ତୁ ଏବଂ ଓଠକୁ ପାଞ୍ଚ ମିନିଟ୍ ପାଇଁ ଆଙ୍ଗୁଠିରେ ମାଲିସ୍ କରନ୍ତୁ। ଏହା ଦ୍ୱାରା ଓଠର ଚର୍ମ କୋମଳ ହୋଇଯିବ ଏବଂ ଓଠର ରଙ୍ଗ ମଧ୍ୟ ଗୋଲାପୀ ହୋଇଯିବ।

ମହୁ: ମହୁକୁ ମଧ୍ୟ ଓଠ ଫଟା ପାଇଁ ମଧ୍ୟ ବ୍ୟବହାର କରାଯାଇପାରେ। ଓଠ ପାଇଁ ମହୁ ଏକ ବହୁତ ଭଲ । ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ରହିଛି। ଏହା ଶୁଖିଲା ଏବଂ ଫାଟିଯାଇଥିବା ଓଠକୁ ଆରାମ ପ୍ରଦାନ କରିଥାଏ। ଏହା ଓଠରେ ସଂକ୍ରମଣ ହେବାର ଆଶଙ୍କା ମଧ୍ୟ ହ୍ରାସ କରିଥାଏ। ଏହା ବ୍ୟତୀତ ଏଥିରେ ଥିବା ଭିଟାମିନ୍ ଏବଂ ମିନେରାଲ୍ସ ମଧ୍ୟ ଓଠର ସୌନ୍ଦର୍ଯ୍ୟକୁ ବଢାଇଥାଏ।

ହଳଦୀ: ଯଦି ଆପଣଙ୍କର ଓଠ ଅଧିକ ଫାଟୁଥାଏ ଯେ ଏଥିରୁ ରକ୍ତସ୍ରାବ ଆରମ୍ଭ ହୁଏ, ତେବେ ଚାରି ଚାମଚ କ୍ଷୀରରେ ୨ ଚିମୁଟା ହଳଦୀ ମିଶାଇ ଓଠରେ ଲଗାନ୍ତୁ। ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଏହା କରନ୍ତୁ। ଖୁବ୍ ଶୀଘ୍ର ଏହି ସମସ୍ୟାରୁ ଆରାମ ମିଳିବ।

   Related Posts