ଅଟୋରେ ଚୋରି କରି ନେଉଥିଲେ ସୋଲାର ପ୍ଲେଟ୍ ଓ ବ୍ୟାଟେରୀ, ୫ ଗିରଫ

Published By : Prameya-News7 Bureau | December 18, 2021 IST

ମୋରଡା, ୧୮/୧୨: ମୋରଡା ପୋଲିସ ପାଟ୍ରୋଲିଂ ବେଳେ ଲକ୍ଷାଧିକ ଟଙ୍କାର ସୋଲାର ପ୍ଲେଟ ଓ ବ୍ୟାଟେରି ଜବତ କରିଛି । ଏହି ସବୁ ସାମଗ୍ରୀ ଏକ ଅଟୋର ଯାଉଥିବା ବେଳେ ପୋଲିସ ଧରିଛି ।

ସୂଚନାନୁସାରେ, ଏକ ଅଟୋରେ ଶତାଧିକ ବ୍ୟାଟେରି ସହିତସୋଲାର ପ୍ଲେଟ୍ ଚାଲାଣ ହେଉଥିଲା । କିନ୍ତୁ ଏସବୁ ପାଟ୍ରୋଲିଂ କରୁଥିବା ମୋରଡା ପୋଲିସ ହାବୁଡ଼ରେ ପଡିଥିଲା । ପୋଲିସ ଅଟୋ ଚାଳକଙ୍କୁ କାଗଜପତ୍ର ଦେଖାଇବାକୁ କୁହାଯାଇଥିଲା । କିନ୍ତୁ ସେ କୈାଣସି କାଗଜପତ୍ର ଦେଖାଇ ପାରିନଥିଲେ । ତେବେ ଏ ଘଟଣାରେ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ପାଞ୍ଚ ଜଣ ହେଲେ ଖୁଣ୍ଟା ଥାନା ଅନ୍ତର୍ଗତ କୃଷ୍ଣ ବାଗରାୟ, ବିଭୁତି ପ୍ରସାଦ ନାୟକ, ସୂର୍ଯ୍ୟକାନ୍ତ ନାୟକ , ମଣ୍ଟୁ ନାୟକ ଓ ପ୍ରବେଶ୍ୱର ନାୟକ ।

ଏହି  ଯୁବକ ଚିକିଟାମାଟିଆ ଗାଁରେ ସରକାରୀ ସ୍ତରରେ ଲାଗିଥିବା ସୋଲାର ପ୍ଲେଟ୍ ଓ ବ୍ୟାଟେରୀକୁ ଚୋରି କରି ଖୁଣ୍ଟାକୁ ନେଉଥିଲେ । ପୋଲିସ ତଦନ୍ତ କରିବା ସହ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି । ଜବତ ବ୍ୟାଟେରୀ ଓ ସୋଲାର ପ୍ଲେଟ୍‌ର  ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ମୋରଡା ଓଆଇସି ପଦ୍ମଲୋଚନ ପାଣିଗ୍ରାହୀ କହିଛନ୍ତି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.