ଅନ୍ତନଳୀକୁ ସୁସ୍ଥ ରଖିବା କେତେ ଜରୁରୀ ? ଜାଣନ୍ତୁ କେମିତି ରଖିବେ ସୁସ୍ଥ...

Published By : Prameya-News7 Bureau | November 27, 2023 IST

ନୂଆଦିଲ୍ଲୀ ୨୭।୧୧: ଶରୀରକୁ ସୁସ୍ଥ ରଖିବା ପାଇଁ ଅନ୍ତନଳୀକୁ ସୁସ୍ଥ ରଖିବା ଜରୁରୀ । ଅନ୍ତନଳୀର କାର୍ଯ୍ୟଶୈଳୀ ବିଗିଡିଗଲେ ସ୍ୱାସ୍ଥ୍ୟ ଉପରେ ପଡିପାରେ ଗୁରୁତର ପ୍ରଭାବ । ପ୍ରତିଦିନ ଖାଉଥିବା କିଛି ଜିନିଷ ଅନ୍ତନଳୀକୁ ନଷ୍ଟ କରିପାରେ । ଆସନ୍ତୁ ଜାଣିବା…

{"id":875378,"width":838,"height":1142,"sizeSlug":"full","linkDestination":"none"}

ଅମ୍ଳଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ଅନ୍ତନଳୀ ଫୁଲିଯିବାର ଆଶଙ୍କା ଅଧିକ । ପେଷ୍ଟ୍ରି, ଧଳା ଚାଉଳ, ପାସ୍ତା, ମିଠା ଜଳଖିଆ ଏଗୁଡିକ ଖାଇବାଠାରୁ ଦୂରେଇବା ଉଚିତ୍ ।  ଯଦି ଗ୍ୟାଷ୍ଟ୍ରିକ୍ ସମସ୍ୟା ରହିଥାଏ ତେବେ ଏହି ଜିନିଷଠୁ ଦୂରେଇ ରହିବା ଉଚିତ୍ ।

{"id":875379,"sizeSlug":"full","linkDestination":"none"}

ସେହିପରି ଲାଲ ମାଂସର ଅତ୍ୟଧିକ ବ୍ୟବହାର ଅନ୍ତନଳୀ ପାଇଁ ଖରାପ । ଏହା ଅନ୍ତନଳୀରେ ଅନେକ ଅବାଞ୍ଛିତ ଜିନିଷ ଉତ୍ପାଦନ କରେ । ଯଦି ଲାଲ ମାଂସରେ ପ୍ରୋସେସ୍ ମିଟ୍ ଥାଏ ତେବେ ଏହା ଅଧିକ କ୍ଷତିକାରକ । ବିଶେଷଜ୍ଞଙ୍କ ଅନୁଯାୟୀ ପ୍ରୋସେସ୍ ମିଟ୍ରେ କର୍କଟ ରୋଗର ଆଶଙ୍କା ଅଧିକ ।

{"id":875380,"width":840,"height":1493,"sizeSlug":"full","linkDestination":"none"}

ଫାଷ୍ଟଫୁଡ୍ ଖାଦ୍ୟ ଅନ୍ତନଳୀ ପାଇଁ ବହୁତ ଖରାପ । ଏହି ଖାଦ୍ୟରେ କାର୍ବୋହାଇଡ୍ରେଟ୍ ସହିତ ପ୍ରଚୁର ଚର୍ବି ରହିଥାଏ । ଯାହା ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ । ଏହି ଜିନିଷଗୁଡ଼ିକ ଅନ୍ତନଳୀ ଉପରେ ବହୁତ ଚାପ ପକାଇଥାଏ । ଯେଉଁ କାରଣରୁ ଭଲଭାବେ ଖାଦ୍ୟ ହଜମ ହୋଇନଥାଏ । ତେଣୁ ଏପରି ଜିନିଷ କମ୍ ଖାଇବା ଉଚିତ୍ ।

{"id":875381,"width":843,"height":1500,"sizeSlug":"full","linkDestination":"none"}

ଶୁଗାର ଡ୍ରିଙ୍କ୍ସ ମଧ୍ୟ ଅନ୍ତନଳୀ ପାଇଁ କ୍ଷତିକାରକ । ଏହା ପେଟରେ ଅଧିକ ଏସିଡ୍ ସୃଷ୍ଟି କରିଥାଏ । ଯାହାର ଗ୍ୟାଷ୍ଟ୍ରିକ୍ ସମସ୍ଯା ରହିଛି,ସେମାନେ ଏହାକୁ ପିଇବା ଅତ୍ୟନ୍ତ ବିପଜ୍ଜନକ । ଏଥିରେ  ପ୍ରଚୁର ପରିମାଣରେ କ୍ୟାଲୋରୀ ରହିଥାଏ । ଯାହା ପେଟ ପାଇଁ ଭଲ ନୁହେଁ । ଏହାବ୍ୟତୀତ ଶୁଗାର ଡ୍ରିଙ୍କସ୍ ପିଇବା ଦ୍ବାରା ଟାଇପ୍-୨ ଡାଇବେଟିସ୍ ହେବାର ଆଶଙ୍କା ବଢିଥାଏ । ଏହା ମଧ୍ୟ ମେଦବହୁଳତା ଏବଂ ଅନ୍ୟାନ୍ୟ ବିପଦକୁ ଡାକିଥାଏ । 

{"id":875382,"width":840,"height":416,"sizeSlug":"full","linkDestination":"none"}

ଫାଷ୍ଟଫୁଟ୍ ଖାଦ୍ୟ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ । ଏହାକୁ ଖାଇବା ଦ୍ବାରା ଶରୀରରେ ଚର୍ବି ଏବଂ କାର୍ବୋହାଇଡ୍ରେଟର ପରିମାଣ ବଢିଥାଏ । ଏହା ପେଟ ପାଇଁ ବହୁତ କ୍ଷତି କରିଥାଏ । ତେଣୁ ଫାଷ୍ଟଫୁଟ୍ ଖାଦ୍ୟାଠାରୁ ଦୂରେଇ ରହିବା ଉଚିତ୍ ।

You Can Read:

wp:embed {"url":"https://www.prameyanews7.com/food-pulses-that-check-heat-stroke-cholesterol-benefits/","type":"wp-embed","providerNameSlug":"prameya-news-7"}
https://www.prameyanews7.com/food-pulses-that-check-heat-stroke-cholesterol-benefits/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.