AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର୨: CFSLର ସହାୟତାରେ ASI ଗୋପାଳ ଦାସଙ୍କ ହେବ ଭଏସ ଟେଷ୍ଟ
  • ||
  • ଖଲ୍ଲିକୋଟ: ବସ୍‌ କର୍ମଚାରୀ ଭୁଲିଗଲେ ମାନବିକତା, ଅଧାରାସ୍ତାରେ ଛାଡି ଚାଲିଗଲେ ମୃତଦେହ
  • ||
  • ଦାରିଙ୍ଗବାଡି: ବାଇକ୍‌-କାର୍‌ ମୁହାଁମୁହିଁ ଧକ୍କା: ୨ ମୃତ, ଜଣେ ଆହତ
  • ||
  • ପାଟଣା: ପୋଖରୀ ଭିତରକୁ ପଶିଲା ତେଲ ଟ୍ୟାଙ୍କର, ଭାରସାମ୍ୟ ହରାଇ ଓଲଟିପଡିଲା
  • ||

ପୋଲ ଉପରେ ୫ ଫୁଟର ବନ୍ୟାଜଳ ପ୍ରବାହିତ, ୪ ଦିନ ହେବ ଯାତାୟତ ବାଧାପ୍ରାପ୍ତ

16/08/2022 at 2:48 PM

ବିନିକା ୧୬।୮: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି ।  ଗତ ଦୁଇ ଦିନ ହେବ ସମଗ୍ର ଜିଲ୍ଲାରେ ତୁହାକୁ ତୁହା ବର୍ଷା ଲାଗି ରହିଥିଲା  l ବିନିକା ଅଞ୍ଚଳର ବିଭିନ୍ନ ସ୍ଥାନ ତିନି ଦିନ ହେବ ଜଳମଗ୍ନ ଅବସ୍ଥାରେ ରହିଛି ।  ହୀରାକୁଦ ଜଳଭଣ୍ଡାରରୁ ଏବେ ମହାନଦୀରେ ୧୬ଟି ଗେଟ୍‌ର ବନ୍ୟାଜଳ ନିଷ୍କାସନ ହେଉଥିବାରୁ ଏବେ ବିନିକା ଅଞ୍ଚଳର ଶାଖା ନଦୀ ତଥା ନାଳଗୁଡ଼ିକ ଫୁଲିକି ରହିଛି l ବିଶେଷ କରି ବିନିକା ଏନଏସି ୱାର୍ଡ ନମ୍ବର ୨ ଗୁଲାପଡ଼ା ଯୋଗେଶ୍ବର ମନ୍ଦିର ରାସ୍ତାର ପୋଲ ଉପରେ ୫ ଫୁଟର ବନ୍ୟାପାଣି ପ୍ରବାହିତ l  ଯେଉଁଥି ପାଇଁ  ଆଜିକୁ ୪ ଦିନ ହେବ ଯାତାୟତ ବାଧାପ୍ରାପ୍ତ ହେବା ସହ ଗ୍ରାମବାସୀମାନେ ବନ୍ୟା ପାଇଁ ଚିନ୍ତାରେ ରହିଥିବାର ଦେଖାଦେଲାଣି ।

ମହାନଦୀରେ ଜଳପତ୍ତନ ବୃଦ୍ଧି ପାଉଥିବାରୁ ନଦୀ କୂଳିଆ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ବିନିକା ଅଞ୍ଚଳର ସେଲେଡି, ଗୁଲାପଡ଼ା, ଝରାପଡ଼ା ଅଞ୍ଚଳର ବହୁ ଧାନ, ପନିପରିବା ଚାଷ ଜମି ଏବେ ମଧ୍ୟ ବନ୍ୟା ପାଣି ଭିତରେ ବୁଡ଼ି ରହିଥିବାର ଦେଖାଦେଇଛି l ବିନିକା ଏନଏସି ଚେୟାରମ୍ୟାନ ଓ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ମଧ୍ୟ ବନ୍ୟାପାଣି ଘେରରେ ଥିବା ସ୍ଥାନଗୁଡ଼ିକ ବୁଲିବା ସହ ବନ୍ୟାକୁ ଦୃଷ୍ଟିରେ ରଖି ଏନଏସି ପ୍ରଶାସନ ମଧ୍ୟ ପୁରା ସଜାଗ ଥିବା କହିଛନ୍ତି l

   Related Posts