scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଏମାନେ ହେଉଛନ୍ତି ପ୍ରସିଦ୍ଧ ୫ଜଣ ବିଦେଶୀ କ୍ରିକେଟର ଯେଉଁମାନେ ବିବାହ କରିଥିଲେ ଭାରତୀୟ ମହିଳାଙ୍କୁ : ଜାଣନ୍ତୁ କିଏ?

11/07/2019 at 10:26 AM

ନୂଆଦିଲ୍ଲୀ ୧୧/୭: ଭାରତରେ ଅନେକ ପ୍ରକାରର ଖେଳ ରହିଛି,କିନ୍ତୁ କ୍ରିକେଟ ପାଇଁ ପ୍ରେମର କୈାଣସି ସୀମା ନାହିଁ।

ଆପଣ ଯେତେବେଳେ କାହାକୁ ପ୍ରକୃତ ପ୍ରେମ କରନ୍ତି ସେତେବେଳେ ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରିଥାନ୍ତି। ଆସନ୍ତୁ ଜାଣିବା ଏପରି ୫ଜଣ ବିଦେଶୀ କ୍ରିକେଟ ଖେଳାଳିଙ୍କ ବିଷୟରେ ଯେଉଁମାନେ ସମସ୍ତ ବନ୍ଧନକୁ ଭାଙ୍ଗି ଭାରତୀୟ ମୂଳ ମହିଳାଙ୍କୁ ବିବାହ କରି ତାଙ୍କୁ ଜୀବନସାଥୀ କରିଛନ୍ତି।

୧.ଶନ୍ ଟେଟ୍ ଏବଂ ମାସୁମ୍ ସିଙ୍ଘା : ଅ​ଷ୍ଟେଲିଆର ଦ୍ରୃତ ବୋଲର ଶନ ଟେଟ୍ ମଡେଲ୍ ମାସୁମ ସିଙ୍ଘାଙ୍କୁ ୨୦୧୪ମସିହା ଜୁନରେ ବିବାହ କରିଥିଲେ। ଏହି ପ୍ରେମୀ ଯୁଗଳ ୪ବର୍ଷ ଯାଏଁ ପରସ୍ପରକୁ ଡେଟ୍ କରିବା ପରେ ପରସ୍ପରକୁ ଜୀବନସାଥୀ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତୀୟ ମଡେଲ୍ ମାସୁମ ସିଙ୍ଘା ମୁମ୍ବାଇରେ ରୁହନ୍ତି। ଶନ୍ ଟେଟ୍ ଏବଂ ମାସୁମ ସିଙ୍ଘାଙ୍କ ସାକ୍ଷାତ  ଆଇପିଏଲ୍ ରାଜସ୍ଥାନ ରୟାଲସ ମ୍ୟାଚ୍ ଚାଲିଥିବାବଳେ ହୋଇଥିଲା।

୧.ମୁଥୈୟା ମୁରଲୀଧରନ ଏବଂ ମାଥିମଲାର ରାମାମୂର୍ତ୍ତି : ସମଗ୍ର ବିଶ୍ବରେ ସ୍ପିନ ବୋଲର ମୁଥୈୟା ମୁରଲୀଧରନ ଶ୍ରୀଲଙ୍କାର ଖେଳାଳୀ ଅଟନ୍ତି। ମୁଥୈୟା ମୁରଲୀଧରନ ନିଜ ଜୀବନସାଥୀ ଭାବେ ଚେନ୍ନାଇର ମାଥିମଲାର ରାମାମୂର୍ତ୍ତିଙ୍କୁ ବାଛିଥିଲେ । କ୍ରିକେଟ ଇତିହାସରେ ମୁଥୈୟା ମୁରଲୀଧରନଙ୍କ ଗଣନା ଘାତକ ବୋଲରଙ୍କ ସହ ହୋଇଥାଏ। ମୁଥୈୟା ମୁରଲୀଧରନ ଏବଂ ମାଥିମଲାର ରାମାମୂର୍ତ୍ତି ୨୦୦୫ମସିହା ମାର୍ଚ୍ଚରେ ଚେନ୍ନାଇରେ ବିବାହ କରିଥିଲେ। ମାଥିମଲାର ରାମାମୂର୍ତ୍ତି ଚେନ୍ନାଇର ପ୍ରସିଦ୍ଧ ଡାକ୍ତର ରାମାମୂର୍ତ୍ତିଙ୍କ ଝିଅ।

୩.ଗ୍ଲେନ ଟର୍ଣ୍ଣର ଏବଂ ସୁଖିନ୍ଦର କୈାର : ନ୍ୟୁଜିଲାଣ୍ଡର ପୂର୍ବତନ କ୍ରିକେଟର ଗ୍ଲେନ ଟର୍ଣ୍ଣରଙ୍କୁ ନିଜ ସ୍ବପ୍ନର ରାଣୀ ଭାରତୀୟ ମହିଳା ସୁଖିନ୍ଦରଙ୍କ ମଧ୍ୟରେ ନଜର ଆସିଥିଲା। ୧୯୭୩ମସିହାରେ ଗ୍ଲେନ ଟର୍ଣ୍ଣର ଏବଂ ସୁଖିନ୍ଦର କୈାର ପରସ୍ପରକୁ ବିବାହ କରିଥିଲେ। ଏହାପରଠୁ ସେମାନେ ନ୍ୟୁଜିଲାଣ୍ଡରେ ରୁହନ୍ତି। ୧୯୭୦ଦଶକରେ ଗ୍ଲେନ ଟର୍ଣ୍ଣର ନ୍ୟୁଜିଲାଣ୍ଡ ଟିମ ତରଫରୁ କ୍ରିକେଟ ଖେଳୁଥିଲେ। ସୁଖିନ୍ଦର କୈାରଙ୍କ ଜନ୍ମ ପଞ୍ଜାବର ଲୁଧିଆନାରେ ହୋଇଥିଲା।

୪.ସୋଏବ ମଲ୍ଲିକ ଏବଂ ସାନିଆ ମିର୍ଜା : ପାକିସ୍ତାନ ଟିମର କ୍ରିକେଟର ସୋଏବ ମଲ୍ଲିକଙ୍କ ଗଣନା ପାକିସ୍ତାନ ଟିମର ଅଲରାଉଣ୍ଡର କ୍ରିକେଟରଭାବେ ହୋଇଥାଏ। ସୋଏବ ଭାରତୀୟ ଟେନିସ ଖେଳାଳି ସାନିଆ ମିର୍ଜାଙ୍କୁ ୨୦୧୦ମସିହାରେ ବିବାହ କରିଥିଲେ। ସାନିଆ ମିର୍ଜାଙ୍କ ଜନ୍ମ ଭାରତର ହାଇଦ୍ରାବାଦରେ ହୋଇଛି।

୫.ଜହୀର ଆବ୍ବାସ ଏବଂ ରୀତା ଲୁଥରା : ପୂର୍ବତନ ପାକିସ୍ତାନୀ କ୍ରିକେଟର ଜହୀର ଆବ୍ବାସ ଭାରତୀୟ ମହିଳା ରୀତା ଲୁଥରାଙ୍କୁ ୧୯୮୮ମସିହାରେ ବିବାହ କରିଥିଲେ। ବିବାହ ପରେ ରୀତା ଲୁଥରା ନିଜ ନାଁ ବଦଳାଇ ସମିନା ଆବ୍ବାସ ରଖିଥିଲେ। ଜହୀର ୧୯୬୯ମସିହାରୁ ୧୯୮୫ମସିହା ଯାଏଁ ପାକିସ୍ତାନ ଟିମ୍ ପାଇଁ ଆନ୍ତର୍ଜାତେୀୟ କ୍ରିକେଟ ମ୍ୟାଚ୍ ଖେଳିଥିଲେ। ଜହୀର ଏବଂ ରୀତାଙ୍କ ପ୍ରଥମ ସାକ୍ଷାତ ଇଂଲଣ୍ଡରେ ହୋଇଥିଲା। ଏହାପରେ ଉଭୟେ ପରସ୍ପରକୁ ଜୀବନସାଥୀ କରିବାର ନିଷ୍ପତ୍ତି ନେଇଥିଲେ।

   Related Posts