ବ୍ରିଜ୍‌ର ଭୁଲ୍ ନିର୍ମାଣ ଯୋଗୁଁ ୫ ପରିବାର ହନ୍ତସନ୍ତ

Published By : Prameya-News7 Bureau | August 16, 2020 IST

ଭଦ୍ରକ୧୬/୮:  ବ୍ରିଜର ଭୁଲ ନିର୍ମାଣ ଶୈଳୀକୁ ନେଇ ବିବାଦ ବଢ଼ୁଛି। ରାଜପଥ ସଂପ୍ରସାରଣ ବେଳେ ବ୍ରିଜର ଭୁଲ ନିର୍ମାଣ ଶୈଳୀକୁ ନେଇ ଏବେ ବିପଦ ଘନଉଛି। ବର୍ଷା ଟିକେ ଜୋର ହେଲେ ଡ୍ରେନ୍‌ରେ ପାଣି ନିଷ୍କାସନ ହେବାର ବାଧାପ୍ରପ୍ତ ହେଉଛି।ଏଥିସହ ବ୍ରିଜ୍‌ର ପ୍ରୋଟେକ୍ସନ ଓ୍ବାଲ ମଧ୍ୟ ବର୍ଷା ଯୋଗୁଁ ଭୁଶୁଡି ପଡିଛି। ଏହି କାରଣ ଯୋଗୁଁ ଏବେ ୫ ପରିବାର ହଇରାଣ ହରକତ ହେଉଛନ୍ତି। ଏ ନେଇ ରାଜପଥ ସଂପ୍ରସାରଣ କରୁଥିବା କମ୍ପାନୀ ସହ ବାରମ୍ବାର ଆଲୋଚନା କରିବା ସତ୍ତ୍ବେ କୌଣସି ନିଷ୍କର୍ଶ ବାହାରି ପାରି ନାହିଁ।

ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ନିକଟ ଜନାଳିଆ ଉପରେ ନିର୍ମାଣ ହେଉଥିବା ପୋଲ । ରାଜପଥ ସଂପ୍ରସାରଣ କାର୍ଯ୍ୟ ଚାଲୁଥିବାରୁ ଏହି ପୋଲର ମଧ୍ୟ ସଂପ୍ରସାରଣ କାର୍ଯ୍ୟ ହେଉଛି । କିନ୍ତୁ ନିର୍ମାଣ ବେଳେ ଠିକ ଡିଜାଇନରେ ନିର୍ମାଣ ହୋଇନଥିବା ଅଭିଯୋଗ ହୋଇଛି। କାରଣ ସାମାନ୍ୟ ବର୍ଷାରେ ନାଳିଆର ପାଣି ନିଷ୍କାସନ ହୋଇ ପାରୁ ନାହିଁ । ଏମିତି କି ସଂପ୍ରସାରଣ ବେଳେ ନିର୍ମାଣ କାର୍ଯ୍ୟ କରୁଥିବା ଡିବିଏଲ କମ୍ପାନୀ ତିଆରି କରିଥିବା ପ୍ରୋଟେକ୍ସନ ୱାଲ ମଧ୍ୟ ଧସିଯାଇଛି। ଫଳରେ ନିକଟରେ ଥିବା ଏକ ଘରର କାନ୍ଥ ସହ ଘର ଭିତରେ ମଧ୍ୟ ଫାଟ ସୃଷ୍ଠୀ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.