scan steel
web-baneer-728x90
WhatsApp Image 2023-12-06 at 12.52.17
krs-300-250-banner english-1
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରାୟଗଡାରେ ଡେଙ୍ଗୁ ଆତଙ୍କ ; ୫ ଡେଙ୍ଗୁ ରୋଗୀ ଚିହ୍ନଟ

8/06/2018 at 11:36 AM

ରାୟଗଡା ବ୍ଲକ କୋତାପେଟା ପଂଚାୟତର ବୀରନାରାୟଣପୁର ଗାଁରେ ଗତ ୧୫ ଦିନ ହେବ ବ୍ୟାପିଛି ଅଜଣା ଜ୍ବର। ଅଜଣା ଜ୍ବରରେ ଗାଁର ୫୦ ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି | ୧୦୨ ରୁ ୧୦୩ ଜ୍ବରରେ ଆକ୍ରାନ୍ତମାନେ ଥରୁଛନ୍ତି । ଶିଶୁ ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ଗତ ୨୪ ତାରିଖଠାରୁ ଜ୍ବର ଆରମ୍ଭ ହୋଇ ଜଣକ ପରେ ଜଣେ ଏଥିରେ ଆକ୍ରାନ୍ତ ହୋ ଘରେ ଶୋଇଛନ୍ତି । ଆକ୍ରାନ୍ତ ମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଘରୋଇ କ୍ଲିନିକକୁ ଯାଇ ଚିକିତ୍ସିତ ହେଉଥିଲେ ମଧ୍ୟ ଜ୍ବର କମୁନାହିଁ। ଫଳରେ ଗ୍ରାମବାସୀଙ୍କ ଚିନ୍ତା ବଢିଯାଇଛି। ଏଭଳିକି ଆକ୍ରାନ୍ତଙ୍କ ମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ଡେଙ୍ଗୁ ହୋଇଥିବା ଜଣାପଡିଛି। ସେହିଭଳି ଆଉ କିଛି ଜଣ ମ୍ୟାଲେରିଆରେ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପ୍ରବଳ ଗୁଳୁଗୁଳି ସାଙ୍ଗକୁ ଏହି ଜ୍ବର ଅସ୍ତବ୍ୟସ୍ତ କରୁଥିବା ପରିଲିକ୍ଷିତ ହୋଇଛି। ହଲେ ଜ୍ବରର ପ୍ରକାର ଓ ନାମ ଡାକ୍ତର କହୁନଥିବାରୁ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି । ତେବେ ଡେଙ୍ଗୁ ଓ ମ୍ୟାଲେରିଆ ନେଇ ସନ୍ଦେହ ଉପୁଜିବାପରେ ବର୍ତମାନ ଗାଁ ସଫେଇକୁ ତ୍ବରାନ୍ବିତ କରାଯାଇଛି। ଗ୍ରାମବାସୀ ମିଳିତ ଭାବେ ଗାଁର ଡ୍ରେନ ସଫା କରିବା ସହ ଆବର୍ଜନା ହଟାଉଛନ୍ତି ।

Leave a Reply

   Related Posts