AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରକାଶ ପାଇଲା ଜେଇଇ (ମେନ୍‌) ସେସନ-୧ ରେଜଲ୍ଟ, ଓ୍ୱେବସାଇଟ୍‌ରେ ଦେଖିପାରିବେ ଛାତ୍ରଛାତ୍ରୀ
  • ||
  • ଫେବୃୟାରୀରେ ଅଧିକ ରହିବ ତାପମାତ୍ରା, ଜଳବାୟୁ ଶୁଷ୍କ ଥିବାରୁ ଜଙ୍ଗଲରେ ଲାଗୁଛି ନିଆଁ
  • ||

ବାଲେଶ୍ବରରେ ଧରାପଡିଲେ ୫ ଡକାୟତ : ଲୋକଙ୍କ ହାବୁଡରେ ପଡି ଖାଇଲେ ନିର୍ଦ୍ଧୁମ ମାଡ

25/01/2019 at 5:47 PM

ବାଲେଶ୍ବର ୨୫|୧: ବାଲେଶ୍ବରରେ ଧରାପଡିଲେ ୫ ଡକାୟତ । ଲୋକଙ୍କ ହାବୁଡରେ ପଡି ଖାଇଲେ ନିର୍ଦ୍ଧୁମ ମାଡ । ୨ଜଣଙ୍କୁ ଗ୍ରାମବାସୀ ଧରି ଉତ୍ତମ ମଧ୍ୟମ ଦେଇଥିବା ବେଳେ  ପୋଲିସ ୩ଜଣଙ୍କୁ କାବୁ କରିଛି ।..

ଦେଖନ୍ତୁ କିଭଳି ୨ଜଣ ବ୍ୟକ୍ତିଙ୍କୁ ପିଟିଛନ୍ତି ଗାଁ ଲୋକେ । ଯିଏ ଯେମିତି ପାରିଲା ପିଟି ଦେଇ ଗଲା । ଶକ୍ତ ଦଉଡ଼ିରେ ବନ୍ଧା ଯାଇଛି । ଫିଟି ଯିବାର ବାଟ ନାହିଁ ।  ଗ୍ରାମବାସୀଙ୍କ ହାବୁଡରେ ଧରାପଡିଥିବା ବେଳେ  ଡାକୟତଙ୍କୁ ବାନ୍ଧି  ଉତ୍ତମ ମଧ୍ୟମ ଦେଇଛନ୍ତି ଲୋକେ । ବାଲେଶ୍ବର ଦୂର୍ଗାଦେବୀରେ ଡ଼କାୟତ ମାନେ ଡ଼କାୟତି କରିବାର ଗୋଟାଏ ଦିନ ମଧ୍ୟରେ ପୁଲିସ ୩ଜଣଙ୍କୁ ଧରିଥିବା ବେଳେ ଗ୍ରାମବାସୀ ୨ଜଣଙ୍କୁ ଧରି ନିର୍ଦ୍ଧୁମ ଛେଚିଛନ୍ତି । ସୁଶାନ୍ତ ମାହାନ୍ନାଙ୍କ ଘରୁ ଡକାୟତ ମାନେ କଳା କନା ବୁଲାଇଥିଲେ । ୭୦ ହଜାର ଟଙ୍କା, ମୋବାଇଲ ଲୁଟି ନେଇଥିଲେ । ଏପରିକି ତାଙ୍କ ୫ବର୍ଷର ପୁଅ ରଖିଥିବା ଖୁଚୁରା ଟଙ୍କା ମଧ୍ୟ ଛାଡି ନଥିଲେ । ଆଉ ଏବେ ଧରାପଡିବା ପରେ ମାନିଛନ୍ତି ଦୋଷ ।

ଘଟଣାର ଗୋଟିଏ ଦିନ ଭିତରେ ରେମୁଣା ପୁଲିସ ୨ଜଣ ଡ଼କାୟତଙ୍କୁ ଧରିବାରେ ସକ୍ଷମ ହୋଇଛି । ସେପଟେ ଗାଁ ଲୋକେ ଅନ୍ୟ ୨ଜଣଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି । ସେମାନଙ୍କ ନିକଟରୁ ୨ଟି ରିଭରବଲ, ଟଙ୍କା ଓ ସୁନାଗହଣା ଜବତ କରାଯାଇଛି । ଗ୍ରାମବାସୀ ଧରିଥିବା ୨ଜଣହେଲେ  ଦୂର୍ଗାଦେବୀର ଅଜିତ କୁମାର ପରିଡ଼ା ଓ  ଢ଼େଙ୍କାନାଳର ରାଜା । ସେହିପରି ରେମୁଣା ପୁଲିସ କେନ୍ଦ୍ରାପଡ଼ାରେ ରହୁଥିବା ସେମାନଙ୍କ ମୁଖିଆକୁ ଧରିଥିବା ବିଶେଷ ସୁତ୍ରରୁ ଜଣାପଡ଼ଛି। ଆସନ୍ତାକାଲି ଏସ୍ ପି ସାମ୍ବାଦିକ ସମ୍ମିଳନୀ କରି ସମସ୍ତ କଥା ଜଣାଇବେ ବୋଲି ସୂଚନା ମିଳିଛି।

   Related Posts