oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ଫେରିବ ଶୀତ, ୫ ଡିଗ୍ରୀ ଯାଏଁ ଖସିବ ପାରଦ

31/12/2021 at 7:38 AM

ଭୁବନେଶ୍ୱର, ୩୧/୧୨ : ଆସନ୍ତା ୪ରୁ ୫ଦିନ ମଧ୍ୟରେ ରାଜ୍ୟରେ କମିବ ତାପମାତ୍ରା । ବିଶେଷ କରି ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଖସିବ । ପୁଣି ଜାଡ଼ ଲେଉଟିବ । ରାଜ୍ୟକୁ ଶୀତ ଫେରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେହିପରି ଶୁକ୍ରବାର ସକାଳେ ରାଜ୍ୟର ୧୭ଟି ଜିଲ୍ଲାରେ ଘନ କୁହୁଡ଼ି ହେବ ।

ଅପରପକ୍ଷେ ଶନିବାର ରାତିରୁ ନୂଆବର୍ଷ ସକାଳ ପର୍ଯ୍ୟନ୍ତ ରାଜ୍ୟର ୧୮ ଜିଲ୍ଲାରେ ଘନ କୁହୁଡ଼ି ଦେଖା ଦେବ ବୋଲି ବିଭାଗ ଆକଳନ କରିଛି । ତେଣୁ ସେହି ଜିଲ୍ଲାଗୁଡିକ ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ୍‌ କମିଶନର୍‌ ବା ଏସଆରସି ସତର୍କ ସୂଚନା ଜାରି କରିଛନ୍ତି । ଏନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସପିମାନଙ୍କୁ ଚିଠି ଲେଖିଛନ୍ତି ।

ଶୁକ୍ରବାର ସକାଳେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ, ଅନୁଗୁଳ, ଦେଓଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ନୂଆପଡ଼ା, ବୌଦ୍ଧ, ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ ଘନ କୁହୁଡ଼ି ଦେଖାଦେବ । ସେହିପରି ଉପରୋକ୍ତ ଜିଲ୍ଲାଗୁଡିକ ସମେତ ବଲାଙ୍ଗୀର ଜିଲ୍ଲାରେ ଶୁକ୍ରବାର ରାତିରୁ ଶନିବାର ସକାଳ ପର୍ଯ୍ୟନ୍ତ ଘନ କୁହୁଡ଼ି ଦେଖା ଦେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ତେଣୁ ସଡ଼କ ଦୁର୍ଘଟଣା ଏଡ଼ାଇବା ପାଇଁ ପୁଲିସ ପ୍ରଶାସନ ଓ ପରିବହନ ଅଧିକାରୀ ଆବଶ୍ୟକ ପଦକ୍ଷେପ ନେବାକୁ ଏସ୍‌ଆରସି ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି ଯେ, ଶୁକ୍ରବାର ରାଜ୍ୟର କିଛି ସ୍ଥାନରେ ଘନ କୁହୁଡ଼ି ଦେଖାଦେବ । ସେହିପରି ଏବେ ରାଜ୍ୟର କିଛି ସ୍ଥାନରେ ସ୍ୱାଭାବିକଠୁ ୩ରୁ ୫ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ତାପମାତ୍ରା ଅଧିକ ରହୁଥିବା ବେଳେ ଧୀରେ ଧୀରେ ତାପମାତ୍ରା ଖସିବ। ଯାହା ସ୍ୱାଭାବିକ ହେବ ବୋଲି ଶ୍ରୀ ବିଶ୍ୱାସ ଆକଳନ କରିଛନ୍ତି ।

ଗୁରୁବାର ସକାଳ ୮ଟା ୩୦ ସୁଦ୍ଧା ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁରରେ ୫୬ ମିଲିମିଟର ବର୍ଷା ହୋଇଛି । ସେହିପରି ସୋନପୁରରେ ୫୩ ମିଲିମିଟର, ବଲାଙ୍ଗୀରରେ ୩୨ ମିଲିମିଟର, ଫୁଲବାଣୀ/ଝାରସୁଗୁଡ଼ାରେ ୨୭ ମିଲିମିଟର, ସୁନ୍ଦରଗଡ଼ରେ ୨୫ ମିଲିମିଟର, କେନ୍ଦୁଝରରେ ୨୨ ଓ ବୌଦ୍ଧରେ ୨୧ ମିଲିମିଟର ବର୍ଷା ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ଼ କରିଛି ।

   Related Posts