scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୫ ଦଫା ଦାବିରେ ତାତିଲେ ଖୁଚୁରା ବିକ୍ରେତା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

5/07/2023 at 5:47 PM

କଟକ ୦୫/୦୭: ଅଲ ଇଣ୍ଡିଆ ଫେୟାର ପ୍ରାଇସ ସପ୍ ଡିଲର୍ସ ଫେଡେରେସନ ଓଡିଶା ଶାଖା ଆହ୍ୱାନରେ ରାଜ୍ୟର କାର୍ଯ୍ୟରତ ଖୁଚୁରା ବିକ୍ରେତାମାନେ ରାଜ୍ୟର ସମସ୍ତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛନ୍ତି । ଅଠେଇଶ ମାସର ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନା ବଣ୍ଟନ ବାବଦ ବକେୟା ପାରିଶ୍ରମିକ ସମେତ ପାଞ୍ଚ ଦଫା ଦାବି ନେଇ ବିକ୍ଷୋଭ କରିଛନ୍ତି ।

ଏହି କ୍ରମରେ କଟକ ଜିଲ୍ଲା ଫେଡେରେସନ ପକ୍ଷରୁ DRDA ଅଫିସ ସମ୍ମୁଖରୁ ଏକ ବିଶାଳ ଶୋଭାଯାତ୍ରା ବାହାରି କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା । ବିକ୍ଷୋଭ ପ୍ରଦର୍ଶନ ସହ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରାଯାଇଛି । ଆଗରୁ ବିଧାନସଭାରେ ଖଣ୍ଡପଡା ବିଧାୟକ ଏହି ପ୍ରସଙ୍ଗରେ ପ୍ରଶ୍ନ ଉଠାଇଥିଲେ ମଧ୍ୟ ଏଯାବତ କୌଣସି ସୁଫଳ ମିଳିପାରି ନଥିବା ଡିଲର ଆସୋସିଏସନ ଅଭିଯୋଗ କରିଛି ।

ଏ ନେଇ କଟକ ଜିଲ୍ଲାର ବିଭିନ୍ନ ବ୍ଲକ, ପୌରପରିଷଦ ମହାନଗରର ଶହ ଶହ ଖୁଚୁରା ବିକ୍ରେତାମାନେ ଯୋଗଦେବା ସହିତ ଯେତେଦିନ ପର୍ଯ୍ୟନ୍ତ ଦାବି ପୂରଣ ନ ହୋଇଛି ସେତେଦିନ ପର୍ଯ୍ୟନ୍ତ ଯୋଗାଣ ବନ୍ଦ ରହିବ ବୋଲି ଚେତାବନୀ ଦେଇଛନ୍ତି ସଂଘର କର୍ମକର୍ତ୍ତା ।

   Related Posts