ଜମ୍ମୁ- କଶ୍ମୀରର ଲଦାଖ ନିକଟବର୍ତ୍ତୀ ଖାର୍‌ଡ଼ୁଙ୍ଗଲା ନିକଟରେ ବରଫ ଅତଡା ଖସି ୫ ଜଣଙ୍କ ମୃତ୍ୟୁ, ୫ନିଖୋଜ

Published By : Prameya-News7 Bureau | January 18, 2019 IST

ଜମ୍ମୁ ୧୮|୧: ଜମ୍ମୁ- କଶ୍ମୀରର ଲଦାଖ ନିକଟବର୍ତ୍ତୀ ଖାର୍‌ଡ଼ୁଙ୍ଗ୍‌ ଲା ନିକଟରେ ବରଫ ଅତଡା ଖସି ୫ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୫ ଜଣ ଏବେବି ନିଖୋଜ ଅଛନ୍ତି । ସକାଳେ ଏକ ବଡ ବରଫ ଅତଡା ତଳକୁ ଖସି ପଡିବା ଫଳରେ ଏହା ତଳେ ୧୦ ଜଣ ଚାପି ହୋଇ ରହିଯାଇଥିଲେ । ଖବର ମିଳିବା ପରେ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ବରଫ ଗଦା ତଳେ ଫସି ରହିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିବାକୁ ଆରମ୍ଭ ହୋଇଥିଲା ପ୍ରୟାସ । ମାଇନସ୍ ୧୫ ଡିଗ୍ରୀରେ ଉଦ୍ଧାର କାର୍ଯ୍ୟ କଷ୍ଟକର ହୋଇଥିଲା ।

{"id":75492}

ଉଦ୍ଧାରକାରୀ ଦଳ ୫ ଜଣଙ୍କ ମୃତ ଦେହ ଉଦ୍ଧାର କରିଛନ୍ତି । ଅନ୍ୟ ୫ ଜଣଙ୍କ ଏଯାଏ ପତ୍ତା ମିଳିନି । ଜମ୍ମୁ- କଶ୍ମୀର ଉପତ୍ୟକାରେ ପ୍ରବଳ ଶୀତଲହରି ଜାରି ରହିଛି । ଅନେକ ସ୍ଥାନରେ ତୁଷାରପାତ ଜାରି ରହିଛି । ଏହାକୁ ଦୃଷ୍ଟିରେ ରଖି ଜମ୍ମୁ- କଶ୍ମୀରର ଅନନ୍ତନାଗ, ବଡ଼ଗାମ୍‌, ବାରମୁଲ୍ଲା, ବାନ୍ଦିପୋରା, ଗନ୍ଦେରବାଲ, କାରଗିଲ୍‌, କୁଲଗାମ୍‌, କୁପ୍‌ଓ୍ଵାରା ଓ ଲେହେ ଅଞ୍ଚଳରେ ବରଫ ଅତଡ଼ା ଧସିବାର ସମ୍ଭାବନା ରହିଥିବା ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ।

{"id":75493}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.