oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ସିମ୍‌ କାର୍ଡ ଜାଲିଆତି ମାମଲା, ୩ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡ ଅନୁମତି ଦେଲେ କୋର୍ଟ

2/05/2022 at 5:07 PM

କଟକ, ୦୨/୦୫: ସିମ କାର୍ଡ ଜାଲିଆତି ମାମଲାରେ ରିମାଣ୍ଡରେ ଆସିବେ ତିନି ଅଭିଯୁକ୍ତ । ଗିରଫ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ଅନୁମତି ଦେଲେ କୋର୍ଟ । ଆସନ୍ତା ୪ ତାରିଖ ଠାରୁ ଏହି ତିନି ଅଭିଯୁକ୍ତ ରିମାଣ୍ଡରେ ଆସିବା ନେଇ ଜଣାପଡ଼ିଛି ।

ବାଚସ୍ପତିଙ୍କ ନାଁରେ ଫେକ୍‌ ଆକାଉଣ୍ଟ କରିଥିଲେ ଏହି ଅଭିଯୁକ୍ତମାନେ । ସିମ୍‌ ଜାଲିଆତି ଘଟଣାରେ ଏପରି ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି । ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ନାଁରେ ହୋଇଥିଲା ହ୍ବାଟସଆପ ଆକାଉଣ୍ଟ । ଓଡ଼ିଶା ସର୍କଲର ଏକ BSNL ନମ୍ବରକୁ ବ୍ୟବହାର କରିଥିଲେ ଠକ।

ଖବର ଅନୁଯାୟୀ, ରବିବାର ଦିନ କ୍ରାଇମବ୍ରାଞ୍ଚ ସିମ୍‌ ଜାଲିଆତି କାର୍‌ବାର ନେଇ ଏକ ରାକେଟ୍‌କୁ ଠାବ କରିଥିଲା । ଏହି ଗ୍ୟାଙ୍ଗକୁ ଠାବ କରିବା ପରେ ଏବେ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି । ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନାଁକୁ ବ୍ୟବହାର କରିଥିଲେ ସାଇବର ଠକ ।ବାଚସ୍ପତିଙ୍କ ନାଁରେ ତିଆରି କରିଥିଲେ ଜାଲ ଆକାଉଣ୍ଟ । ଓଡ଼ିଶା ସର୍କଲର ଏକ ବିଏସଏନଏଲ ସିମକୁ ବାଚସ୍ପତିଙ୍କ ହ୍ବାଟ୍ସଆପ ନମ୍ବର ଭାବେ ଦର୍ଶାଇଥିଲେ ଦୃବୁର୍ତ୍ତ । ଘଟଣାରେ ଅଧିକ ତଥ୍ୟ ହାସଲ ପାଇଁ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ । ରିମାଣ୍ଡ ପାଇଁ ଆଜି କୋର୍ଟରେ ଆବେଦନ କରିବ କ୍ରାଇମ୍‌ବ୍ରାଞ୍ଚ ।

   Related Posts