ଆପଣଙ୍କ ଚର୍ମ ଏବଂ ଶରୀରକୁ ସତେଜ ରଖିବାକୁ ଚାହୁଁଛନ୍ତି କି ? କରନ୍ତୁ ଏହି ୫ଟି ଅଭ୍ୟାସ

Published By : Prameya-News7 Bureau | September 29, 2018 IST

ବୟସ ବଢିବା ସହ ସମସ୍ତେ ସୁସ୍ଥ ଏବଂ ସତେଜ ଦେଖାଯିବା ପାଇଁ ଚାହିଁଥାଆନ୍ତି। ଯଦି ଆପଣ ଆପଣଙ୍କ ବୟସ ତୁଳନାରେ ଶରୀରକୁ ଅଧିକ ସତେଜ ରଖିବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କୁ ଦୈନନ୍ଦିନ ଜୀବନରେ କିଛି ଅଭ୍ୟାସକୁ ସାମିଲ କରିବାକୁ ହେବ । ମୁଖ୍ୟତଃ ଏହି ୫ଟି ଅଭ୍ୟାସ ଜରୁରୀ । ଏଠାରେ ଏପରି ୫ ଅଭ୍ୟାସ ବିଷୟରେ ଆମେ କହୁଛୁ ଯାହା ଖାଦ୍ୟରେ ସାମିଲ କରିବା ଦ୍ବାରା ଆପଣ ଆପଣଙ୍କ ଶରୀରକୁ ସୁସ୍ଥ ଏବଂ ସେତଜ ରଖିପାରିବେ । ୧. କିଛି ଓଜନ ଓଠାନ୍ତୁ : ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ଶରୀର ସୁସ୍ଥ ଦେଖାଯିବା ପାଇଁ ଏବଂ ବୟସ ବଢିବା ସହ ଆପଣଙ୍କ ଚର୍ମ ଅଧିକ ଲୋଚାକୋଚା ନହେବ ତେବେ କିଛି ଓଜନଦାର ଜିନିଷ ଉଠାଇବା ଦୈନନ୍ଦିନ ଜୀବନରେ ସାମିଲ କରନ୍ତୁ । ଓଜନ ଉଠାଇବା ଦ୍ବାରା ଶରୀରର ମାଂସପେଶୀ ସତେଜ ରହିଥାଏ । ଏଥିପାଇଁ ଆପଣଙ୍କୁ ପ୍ରଥମେ ଅଧିକ ଓଜନ ଉଠାଇବାର ଆବଶ୍ୟକତା ନାହିଁ । ପ୍ରଥମେ କମ୍ ଓଜନର ଉଠାନ୍ତୁ । ଏହା ଅଭ୍ୟାସ ହୋଇଯିବା ପରେ ଅଧିକ ଓଜନ ଉଠାନ୍ତୁ । ଏହା କରିବା ସମୟରେ ପୁରା ଶରୀର ଉପରେ ଧ୍ୟାନ ଦିଅନ୍ତୁ । ୨. ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଆନ୍ତୁ : କମ୍ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ଶରୀରର ମାଂସପେଶୀ କ୍ଷୟ ହେବାକୁ ଲାଗିଥାଏ। ୫୦ବର୍ଷ ବୟସ ପରେ ଶରୀର ପୂର୍ବାପେକ୍ଷା ଅଧିକ ପ୍ରୋଟିନ୍ ଆବଶ୍ୟକ କରିଥାଏ । ସାଧାରଣତଃ ଆମ ଶରୀର କିଲୋଗ୍ରାମ ପ୍ରତି ୦.୮ ଗ୍ରାମ ପ୍ରୋଟିନ୍ ଆବଶ୍ୟକତା କରିଥାଏ । ୩. ଦିନରେ ୩ ଥର ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଆନ୍ତୁ : ସୁସ୍ଥ ଏବଂ ସତେଜ ଦେଖାଯିବା ପାଇଁ ଦିନକୁ ତିନିଥର ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଆନ୍ତୁ । ସକାଳ ଜଳଖିଆ, ମଧ୍ୟାହ୍ନ ଭୋଜନ, ରାତ୍ରି ଭୋଜନରେ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଆନ୍ତୁ । ୪. ଭିଟାମିନ୍-ଡି : ସୂର୍ଯ୍ୟକିରଣରୁ ମିଳୁଥିବା ଭିଟାମିନ୍ ଶରୀର ପାଇଁ ବେଶ୍ ଉପଯୋଗୀ । ଯଦି ଆପଣଙ୍କ ଶରୀରରେ ଭିଟାମିନ୍-ଡି କମ୍ ମାତ୍ରାରେ ରହିଛି ତେବେ ଆପଣ ପର୍ଯ୍ୟାପ୍ତ ପରିମାଣର ସୂର୍ଯ୍ୟକିରଣରେ ରୁହନ୍ତୁ କିମ୍ବା ଭିଟାମିନ୍-ଡି ବଟିକା ଖାଆନ୍ତୁ । ଏହା ଆପଣଙ୍କ ହାଡକୁ ଶକ୍ତ ରଖିବାରେ ସାହାଯ୍ୟ କରିଥାଏ । ୫. ଖାଦ୍ୟରେ ଆଣ୍ଟିଅକ୍ସିଡାଣ୍ଟ : ଆପଣଙ୍କ ଖାଦ୍ୟରେ ଗ୍ରୀନ୍ ଟି ସାମିଲ କରନ୍ତୁ । ଗ୍ରୀନ୍ ଟିରେ ଆଣ୍ଟିଅକ୍ସିଡାଣ୍ଟ ଭରି ରହିଛି । ଏହା ଶରୀର ପାଇଁ ଲାଭଦାୟକହୋଇଥାଏ । ଏହା ଶରୀରର ପାଚନ ଶକ୍ତିକୁ ମଧ୍ୟ ବୃଦ୍ଧି କରିଥାଏ । ଏହା ବ୍ୟତୀତ ଡାଳିମ୍ବକୁ ମଧ୍ୟ ଖାଦ୍ୟରେ ସାମିଲ କରନ୍ତୁ । ଏଥିରେ ଅଧିକ ଆଣ୍ଟିଅକ୍ସିଡାଣ୍ଟ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.