LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଡକାୟତ ଗ୍ୟାଙ୍ଗର ୫ ସଦସ୍ୟ ଗିରଫ ; ମାରଣାସ୍ତ୍ର ଜବତ

23/12/2018 at 1:15 PM

ବଡବିଲ ୨୩|୧୨: ବଡ଼ବିଲ ପୋଲିସକୁ ମିଳିଛି ବଡ଼ ସଫଳତା । ବିଭିନ୍ନ ଡକାୟତି, ଚୋରି ଓ ଲୁଟ୍ ଭଳି ଘଟଣାରେ ସଂପୃକ୍ତ ଏକ ଡକାୟତି ଗ୍ୟାଙ୍ଗର ୫ଜଣଙ୍କୁ ଗିରଫ କରିଛି ପୋଲିସ । ଏମାନଙ୍କ ନିକଟରୁ ୨ଟି ବୋଲରୋ ଗାଡି, ଗୋଟିଏ ମୋଟରସାଇକଲ ସହିତ ୨ଟି ଭୁଜାଲି ଓ ୫ଟି ମୋବାଇଲ ଫୋନ୍ ଜବତ କରିଛି ପୋଲିସ । ଖବର ପାଇ ବଡ଼ବିଲ ପୋଲିସର ଏକ ଟିମ୍ ସୟାବାଲି ଅଂଚଳରେ ଚଢଉ କରି ଏମାନଙ୍କୁ ଗିରଫ କରିଥିଲା।

ଗତ ନଭେମ୍ବର ୧୫ ତାରିଖରେ ବଡ଼ବିଲ ନିକଟରୁ ଟ୍ରକ୍ ଲୁଟ୍ ଘଟଣାରେ ସଂପୃକ୍ତ ଥିବା ପୋଲିସ କହିଛି । ରାୟପୁରରୁ ଝାଡ଼ଖଣ୍ଡ ଯାଉଥିବା ଏକ ଡୋଲୋମାଇଟ୍ ବୋଝେଇ ଟ୍ରକର ଡ୍ରାଇଭରକୁ ମାଡ଼ମାରି ଟ୍ରକଟିକୁ ଲୁଟି ନେଇ ପଳାଇଯିବାକୁ ଚେଷ୍ଟା କରିଥିଲେ ଏମାନେ । ତେବେ ପୋଲିସ ଟ୍ରକଟିକୁ ରିମୁଳି ନିକଟରୁ ଉଦ୍ଧାର କରିଥିବାବେଳେ ଏମାନେ ଫେରାର ହୋଇଯାଇଥିଲେ । ସେହିପରି ବିଭିନ୍ନ ଟ୍ରକରୁ ଡିଜେଲ ଚୋରି କରିବା ସହିତ ମାରଣାସ୍ତ୍ର ଦେଖାଇ ଟ୍ରକ ଡ୍ରାଇଭରଙ୍କ ଠାରୁ ଲୁଟ୍ କରିଥାନ୍ତି ବୋଲି ପୋଲିସ କହିଛି । ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରେ ୩ଜଣ ଯୋଡ଼। ଥାନା ଅଂଚଳର ଓ ୨ଜଣ ବଡ଼ବିଲ ଥାନା ଅଂଚଳର ବୋଲି ଜଣାପଡିଛି । 

   Related Posts