ନକ୍ସଲ ସହ ଗୁଳି ବିନିମୟରେ ୫ ଯବାନ ଆହତ
11/01/2023 at 4:37 PM

ରାଞ୍ଚି: ଝାରଖଣ୍ଡରେ ନକ୍ସଲ ଓ ସିଆର୍ପିଏଫ୍ ସେନା ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ୫ ସେନା ଯବାନ ଆହତ ହୋଇଛନ୍ତି। ଆଇଇଡି ବିସ୍ଫୋରଣ ହେବାରୁ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ତେବେ ତେବେ ଦୁର୍ଘଟଣା ପରେ ଘଟଣା ସ୍ଥଳରୁ ଉଦ୍ଧାର କାର୍ଯ୍ୟ କରାଯାଇଥିଲା। ଆହତ ଯବାନଙ୍କୁ ସେଠାରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଗୁଳିବିନିମୟ ବେଳେ ନକ୍ସଲମାନେ ଜଙ୍ଗଲରେ ଆଇଇଡି ବିଛେଇ ରଖିଥିଲେ। ହେଲେ ଯବାନମାନେ ଏହା ଜାଣିପାରି ନଥିଲେ। ଗୁଳିବିନିମୟ ସମୟରେ ଆଇଡି ସମ୍ପର୍କରେ ଆସିବାରୁ ଏହା ଭୟଙ୍କର ବିସ୍ଫୋରଣ ହୋଇଥିଲା। ତୋନ୍ତୋ ପୁଲି ଷ୍ଟେସନ ଏରିଆ ତମ୍ବହକା ଠାରେ ଏହି ବିସ୍ଫୋରଣ ହୋଇଥିଲା।
ଆହତ ହୋଇଥିବା ଯବାନମାନେ ଚାଇବାସ ପୁଲିସର କୋବ୍ରା ବାଟାଲିଅନ ହୋଇଥିବା ବେଳେ ନସ୍କଲ ସର୍ଚ୍ଚ ଅପରେସନ ବଳେ ଏହି ବିସ୍ଫୋରଣ ହୋଇଥିଲା ବୋଲି ସୂଚନା ମିଳିଛି। ତେବେ ଏହି ଦୁର୍ଘଟଣାରେ କାହାର ମୃତ୍ୟୁ ହୋଇ ନାହିଁ ବୋଲି ସେନା ପକ୍ଷରୁ ସୂଚନା ଦିଆଯାଇଛି। ଆହତ ଯବାନମାନଙ୍କୁ ଚିକିତ୍ସା ପାଇଁ ଏୟାର ଲିଫ୍ଟ କରି ରାଞ୍ଚି ଅଣାଯାଇଛି।