ଆୟକର ବିଭାଗର ଚଢ଼ାଉ, କାର୍‌ରୁ ଜବତ ହେଲା ୫ କୋଟି ଟଙ୍କା

Published By : Prameya-News7 Bureau | May 14, 2024 IST

ଭୁବନେଶ୍ବର: ଗାଡ଼ିରୁ ମିଳିଲା ୫କୋଟି ଟଙ୍କା । ଭୁବନେଶ୍ବର ସୂର୍ଯ୍ୟ ନଗରରେ ଆୟକର ବିଭାଗର ଚଢ଼ାଉ ବେଳେ ଏହି ଟଙ୍କା ଜବତ୍‌ ହୋଇଛି । ଏକ ଫର୍ଚ୍ୟୁନର ଗାଡ଼ିରେ ଟଙ୍କା ନେଇ ଯାଉଥିବା ବେଳେ ଚଢ଼ାଉ କରି ଧରିଛି ଆୟକର ବିଭାଗ । ଯାଜୁପର ଅଂଚଳର ଜଣେ କଣ୍ଟ୍ରାକ୍ଟରଙ୍କ ଗାଡ଼ିରୁ ଏହି ଟଙ୍କା ମିଳିଥିବା କୁହାଯାଉଛି । ଏହି ଟଙ୍କା ମିଳିବା ପରେ ଯାଜପୁର ଟାଉନଥାନା ଅଂଚଳର ଏହି କଣ୍ଟ୍ରାକ୍ଟରଙ୍କ ବାସଭବନ ଓ ଅଫିସରେ ରେଡ୍‌ କରିଛି ଆୟକର ବିଭାଗ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.