ବିଜୁଳୀ ତାର ସଂସ୍ପର୍ଶରେ ଆସି ୫ ଗାଈ ଏବଂ ୨ ବାଛୁରୀ ମୃତ

Published By : Prameya-News7 Bureau | October 27, 2021 IST

ବନ୍ଧୁଗାଁ ୨୭/୨୧ : ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ କାନାଗାଁ ପଞ୍ଚାୟତର ଅଘଟଣ ଘଟିଛି। ବିଜୁଳୀ ତାର ସଂସ୍ପର୍ଶରେ ଆସିବାରୁ ୱାଟାକା ମନସନଙ୍କ ସାତୋଟି ଗୋରୁଙ୍କ ମୃତ୍ୟୁ ହୋଇଛି I ଗତକାଲି ସନ୍ଧ୍ୟା ୫ଟାରେ ନିଜର ୫ଟି ଗାଈ ଓ ୨ଟି ବାଛୁରୀକୁ ନେଇ ନିଜ କୁଡ଼ିଆରୁ କିଛି ଦୂରରେ ନିଜର ଚାଷ ଜମିରେ ବାନ୍ଧି ମନସନ ଚାଲିଯାଇଥିଲେ I କିନ୍ତୁ କିଛି ସମୟ ପରେ ମନସନଙ୍କ ଚାଷ ଜମି ଦେଇ କୋମ୍ଭୁଗାଣ୍ଡା ପଞ୍ଚାୟତର ସମସ୍ତ ଗ୍ରାମ ପାଇଁ ଯାଇଥିବା ଏଲସି ବିଜୁଳୀ ଲାଇନ ବହୁ ବର୍ଷର ପୁରୁଣା ହୋଇଥିବାରୁ ହଠାତ ଛିଣ୍ଡିଯିବାରୁ ୭ଟି ଗୋରୁଙ୍କ ମୃତ୍ୟୁ ହୋଇଛି I

ଏହାକୁ ନେଇ ଦାୟିତ୍ୱରେ ରହିଥିବା ବିଜୁଳୀ ବିଭାଗର ମାନସ ନାୟକଙ୍କୁ ଫୋନ୍‌ ମାଧ୍ୟମରେ ଜଣାଇବା ପରେ କାନଗାଁରୁ କୋମ୍ଭୁଗାଣ୍ଡା ଦେଇ ଯାଇଥିବା ବିଜୁଳୀ କାଟି ଘଟଣା ସ୍ତଳରେ ପହଞ୍ଚି ଛିଣ୍ଡିଥିବା ବିଜୁଳୀ ତାରକୁ ଘଟଣା ସ୍ଥାନରୁ ହଟାଇ ଲୋକଙ୍କୁ ସଚେତନ କରିଥିଲେ I ସକାଳେ ବନ୍ଧୁଗାଁ ବ୍ଲକର ପ୍ରାଣୀ ବିଭାଗର ଅଧିକାରୀ ବି.ଭି.ଓ ଶ୍ରୀ ଦୁର୍ଗା ପ୍ରସାଦ ଓ ଏଲ.ଆଇଙ୍କୁ ଜଣାଇଥିଲେ I

ଘଟଣାସ୍ଥଳରେ କାନାଗାଁ ପଞ୍ଚୟତର ଆର. ଆଇ. ଓ ପ୍ରାଣୀ ବିଭାଗର ଅଧିକାରୀ ଘଟଣାସ୍ଥାନକୁ ଯାଇଥିଲେ I ସାତ ଗୋଟି ଗୋରୁଙ୍କ ବ୍ୟବଛେଦ କରିବା ପରେ ପରିବାରଙ୍କୁ ହସ୍ଥାନ୍ତର କରାଯାଇଛି। କ୍ଷତିପୂରଣ ପାଇଁ ସରକାରଙ୍କ ତରଫରୁ ସହୟତା ଯୋଗାଇ ଦେବା ପାଇଁ ଲିଖିତ ଭାବରେ ସରକାରଙ୍କୁ ଜଣାଇବେ ବୋଲି ଆରଆଇ ମନସନଙ୍କୁ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.