ପାକିସ୍ତାନରୁ ଜାମ୍ମୁ-କାଶ୍ମୀର ଦେଇ ଭାରତ ଆସୁଛି ଡ୍ରଗ୍ସ: ୧୭ ଗିରଫ, ୫ ପୁଲିସ ଅଫିସର ଏହି ଅପରାଧରେ ସାମିଲ୍

Published By : Prameya-News7 Bureau | December 23, 2022 IST

ନୂଆଦିଲ୍ଲୀ: ପାକିସ୍ତାନରୁ ଜାମ୍ମୁ-କାଶ୍ମୀର ଦେଇ ଭାରତ ଆସୁଛି ଡ୍ରଗ୍ସ । ଏଥିରେ ମାଫିଆଙ୍କୁ ସହଯୋଗ କରୁଛି ପୁଲିସ୍। ଆଜି ଏଭଳି ଡ୍ରଗ୍ସ କାରବାର କରୁଥିବା ଟିମ୍‌ର ପର୍ଦ୍ଦାଫାସ ହୋଇଛି। ଘଟଣାରେ ପୁଲିସ କୁପୱାରା ଜିଲ୍ଲାରୁ ୧୭ ଜଣଙ୍କୁ ଗରିଫ କରିଛି। ଗିରଫଙ୍କ ମଧ୍ୟରୁ ୫ ଜଣ ପୁଲିସ କର୍ମୀ ଥିବା ସୂଚନା ମିଳିଛି।
ପୁଲିସ କହିଛି ଯେ ବହୁ ସଂଖ୍ୟାରେ ମାଫିଆ ଏହି ଡ୍ରଗ୍ସ କାରବାରରେ ସାମିଲ ରହୁଛନ୍ତି। ପାକିସ୍ତାନରୁ ଡ୍ରଗ୍ସ ଆଣି ଜାମ୍ମୁ-କାଶ୍ମୀର ବିଭିନ୍ନ ସ୍ଥାନରେ ଏହାକୁ ବିକ୍ରି କରୁଛନ୍ତି। କୁପୱାର ଜିଲ୍ଲାର କେରାନ ସେକ୍ଟର ଦେଇ ଡ୍ରଗ୍ସ ଅଣାଯାଉଛି ବୋଲି ପୁଲିସ କହିଛି।

ଗିରଫଙ୍କ ମଧ୍ୟରେ ୫ ପୁଲିସ କର୍ମୀଙ୍କ ସମେତ ଦୋକାନୀ, ରାଜନୈତିକ ବ୍ୟକ୍ତି ଏବଂ କଣ୍ଟ୍ରାକ୍ଟର ବି ସାମିଲ ଅଛନ୍ତି ବୋଲି ବରିଷ୍ଠ ଏସ୍‌ପି ଯୁଗଳ କୁମାର ମନହସ ସୂଚନା ଦେଇଛନ୍ତି। ପିଓକର କେରାନ୍‌ରେ ରହୁଥିବା ଶାହାକିର ଅଲି ଖାନ ପୁଅ ତମହୀଦ ଅହମଦକୁ ଡ୍ରଗ୍ସ ସପ୍ଲାଏ କରୁଛି ବୋଲି ଏସ୍‌ଏସ୍‌ପି କହିଛନ୍ତି।   

କୁପୱାରା ଜିଲ୍ଲାରେ ଡ୍ରଗ୍ସ ମାଫିଆଙ୍କୁ ଉପରେ ପୁଲିସ ତଦନ୍ତ କରିବା ପରେ ଜିଲ୍ଲାରେ ବହୁ ସଂଖ୍ୟାରେ ଲୋକେ ଏହି କାର୍ଯ୍ୟରେ ଲିପ୍ତ ଥିବା ଜଣାପଡ଼ିଛି। ତେବେ ଗିରଫମାନଙ୍କ ଠାରୁ ୨ କେଜି ହେରୋଇନ ଜବତ ହୋଇଥିବା ବେଳେ ଏମାନେ ପାକିସ୍ତାନରୁ ୫ କେଜି ହେରୋଇନ୍ ଆମଦାନୀ କରିଥିବା ଜଣାପଡ଼ିଛି।

ଚଳିତ ବର୍ଷ ଏହି ଘଟଣାରେ ୮୫ ମାମଲା ରୁଜୁ ହେବା ସହ ୧୬୧ ଲୋକଙ୍କୁ ଏଥିରେ ଦାୟୀ କରାଯାଇଛି। କାଶ୍ମୀର ସମେତ ପୂରା ଭାରତରେ ଡ୍ରଗ୍ସ ରପ୍ତାନୀକୁ ନିୟନ୍ତ୍ରଣ କରିବା ଭାରତ ସରକାରଙ୍କର ପାଇଁ ଚ୍ୟାଲେଞ୍ଜର କାରଣ ପାଲଟିଛି। କାରଣ ଏଥିରେ ପୁଲିସ ଓ ସେନା କର୍ମୀମାନେ ମଧ୍ୟ ସାମିଲ୍ ରହୁଛନ୍ତି। ଗତବର୍ଷ ଏହି ମାମଲାରେ ହନ୍ଦୱାରାରେ ଜଣେ ବିଏସ୍‌ଏଫ ଜବାନଙ୍କୁ ଗରିଫ କରିଥିଲା କାଶ୍ମୀର ପୁଲିସ। ଏଲ୍ଇଟି ସହ ଡିଲ୍ କରି ଯବାନ ଏହି କାରବାର କରୁଥିଲେ ବୋଲି ଜଣାପଡ଼ିଥିଲା।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.