oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ପଞ୍ଜାବରେ କଂଗ୍ରେସକୁ ବଡ ଝଟକା, ବିଜେପିରେ ସାମିଲ୍ ହେଲେ ୫ ବଡ ନେତା

4/06/2022 at 5:05 PM

ଚଣ୍ଡିଗଡ: ଦୟନୀୟ ସ୍ଥିତି ଦେଇ ଗତି କରୁଛି ପଞ୍ଜାବ କଂଗ୍ରେସ । ସ୍ଥିତିରେ ସୁଧାର ଆସିବ କଣ ଓଲଟା ଦଳ ଆହୁରି ନିମ୍ନଗାମୀ ହେବାରେ ଲାଗିଛି । ପାର୍ଟିର ବରିଷ୍ଠ ନେତା ତଥା ହିନ୍ଦୁ ଚେହେରା ସୁନୀଲ ଜାଖଡ ବିଜେପିରେ ଯୋଗ ଦେଇ ସାରିଛନ୍ତି । ଏବେ କଂଗ୍ରେସକୁ ପୁଣି ଝଟକା ଲାଗିଛି । ଦଳର ବଡ ପାଂଚ ନେତା ଶନିବାର ବିଜେପିରେ ଯୋଗ ଦେଇଛନ୍ତି ।

ସୂଚନା ଅନୁଯାୟୀ, ପଞ୍ଜାବର ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ଗୁରପ୍ରୀତ ସିଂହ କାଙ୍ଗଡ, ବଲବୀର ସିଂହ ସିଦ୍ଧୁ, ରାଜକୁମାର ବେରକା, ସୁନ୍ଦର ଶାମ ଆରୋରା ଏବଂ ପୂର୍ବତନ ବିଧାୟକ କେବଲ ସିଂହ ଢିଲୋନ ଆଜି ବିଜେପିର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି । ସୁନୀଲ ଜାଖଡ ବିଜେପିରେ ଯୋଗ ଦେବା ପରେ କହିଥିଲେ ଯେ, ତାଙ୍କ ସଂସ୍ପର୍ଶରେ ଅନେକ କଂଗ୍ରେସ ନେତା ଅଛନ୍ତି । ସେମାନେ ବିଜେପିରେ ଖୁବ୍ ଶୀଘ୍ର ଯୋଗ ଦେବେ । ଆଉ ଆଜି ଉକ୍ତ ନେତା ସବୁ ପଦ୍ମ ଧରିଛନ୍ତି ।

ଚଳିତ ବର୍ଷ ବିଧାନସଭା ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜୟ ଭୋଗିଥିଲା । ଅନେକ ବଡ ନେତା ବିଜେପିରେ ସାମିଲ୍ ହେବା ଖବର ଶୁଣି ପଞ୍ଜାବ କଂଗ୍ରେସର ମୁଖ୍ୟ ଅମରିନ୍ଦର ସିଂହ ରାଜା ଭଣ୍ଡିଂ କହିଛନ୍ତି ବିଜେପିରେ ସାମିଲ୍ ନେତାଙ୍କୁ ଶୁଭକାମନା । ସେମାନଙ୍କୁ କୃତଜ୍ଞତା ଜଣାଉଛି ଯେ, ସେମାନେ ଦଳ ଛାଡିବା ଦ୍ୱାରା ସାଧାରଣ ପୃଷ୍ଠ ଭୂମିରୁ ଆସିଥିବା ଯୁବ ନେତାଙ୍କ ପାଇଁ ଜାଗା ଖାଲି କରି ଦେଲେ ।

   Related Posts