ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଇସ୍ତଫା ଦେଇପାରନ୍ତି ୫ କ୍ୟାବିନେଟ୍‌ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ବିରୋଧରେ ସୋନିଆ ଗାନ୍ଧିଙ୍କୁ ଭେଟିବେ କଂଗ୍ରେସ ନେତା

24/08/2021 at 4:11 PM

ନୂଆଦିଲ୍ଲୀ ୨୪/୦୮ : ପଞ୍ଜାବରେ ରାଜନୀତି ସରଗରମ ହେବାରେ ଲାଗିଛି । ରାଜନୀତି ଶାସକ ଏବଂ ବିରୋଧୀ ମଧ୍ୟରେ ନୁହେଁ ବରଂ କ୍ଷମତାରେ ଥିବା ଦୁଇ ଶାସକ ଗୋଷ୍ଠୀ ମଧ୍ୟରେ । ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହଙ୍କ ବିରୋଧରେ ଏକଜୁଟ ହୋଇଛନ୍ତି ନବଜୋତ ସିଂହ ସିଦ୍ଧୁଙ୍କ ଗୋଷ୍ଠୀ । ପରିସ୍ଥିତି ଏମିତି ହୋଇଛି ଯେ, ପଞ୍ଜାବରେ କ୍ୟାପଟେନ୍‌ ସରକାରର ୩ ଜଣ ମନ୍ତ୍ରୀ ଏବଂ ପ୍ରାୟ ୨୦ ବିଧାୟକ, ଗ୍ରାମୀଣ ବିକାଶ ମନ୍ତ୍ରୀ ତୃପ୍ତ ରାଜିନ୍ଦର ବାଜଓ୍ବାଙ୍କ ଘରେ ଏକାଠି ହୋଇଥିବା ସୂଚନା ମିଳିଛି ।

ପଞ୍ଜାବ କଂଗ୍ରେସର ଏକ ଟିମ ଆଜି ହିଁ ଦଳର ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କୁ ଭେଟିବା ପାଇଁ ଦିଲ୍ଲୀ ଯିବେ । ଅମରିନ୍ଦର ସିଂହଙ୍କ ସରକାରରେ କ୍ୟାବିନେଟ୍‌ ମନ୍ତ୍ରୀ ଥିବା ସୁଖଜିନ୍ଦର ରାନ୍ଧଓ୍ବା, ସୁଖବିନ୍ଦର ସରକାରିୟା, ତୃପ୍ତରଜିନ୍ଦର ବାଜଓ୍ବା, ଚରଣଜିତ ଚନ୍ନୀ ଏବଂ ମହାସଚିବ ପରଗଟ ସିଂହ ଯିବେ । ମିଳିଥିବା ଖବର ଅନୁଯାୟୀ ପଞ୍ଜାବ କଂଗ୍ରେସର ୫ ଜଣ ମନ୍ତ୍ରୀ ଇସ୍ତଫା ମଧ୍ୟ ଦେଇପାରନ୍ତି ।

ସୂଚନା ମୁତାବକ, ତୃପ୍ତ ରାଜିନ୍ଦର ବାଜଓ୍ବାଙ୍କ ଘରେ ୩ ଜଣ ମନ୍ତ୍ରୀ ଏବଂ ୨୦ ଜଣ କଂଗ୍ରେସ ବିଧାୟକଙ୍କ ଏକ ବୈଠକ ପ୍ରାୟ ୨ ଘଣ୍ଟା ଧରି ଜାରି ରହିଥିଲା । ବୈଠକରେ ରାଜ୍ୟ କଂଗ୍ରେସର ସ୍ଥିତି କିଭଳି ରହିଛି ସେ ନେଇ ଆଲୋଚନା ହୋଇଥିଲା । ଦଳ ପୂର୍ବରୁ ଯେମିତି ଥିଲା ଆଜି ବି ସେହିଠା​‌ରେ ହିଁ ଅଛି ବୋଲି ଜଣେ ବରିଷ୍ଠ ନେତା କହିଥିଲେ । ଆଗକୁ ନିର୍ବାଚନ ଥିବାରୁ ଦଳ ଲୋକଙ୍କ ଆସ୍ଥା ହରାଇବାକୁ ବସିଲାଣି । ତେଣୁ ଏହାକୁ ତୁରନ୍ତ ଗୁରୁତର ସହ ନିଆଯିବା ଆବଶ୍ୟକ ।

ଆଜିର ଏହି ବୈଠକ ପରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଲାଣି । ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକିଥିବା ବେଳେ ପଞ୍ଜାବ କଂଗ୍ରେସରେ ଗୋଷ୍ଠୀ କନ୍ଦଳ ଦଳର ହାଇକମାଣ୍ଡଙ୍କ ଚିନ୍ତା ବଢାଇଦେଇଛି । ନିର୍ବାଚନ ପୂର୍ବରୁ ହିଁ ମୁଖ୍ୟମନ୍ତ୍ରୀ ବଦଳିବା ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଗଲାଣି । ତେବେ କ୍ୟାପଟେନ୍‌ ଅମରିନ୍ଦର ସିଂହ ଆସନ୍ତା ନିର୍ବାଚନ ଯାଏଁ ମୁଖ୍ୟମନ୍ତ୍ରୀ ପଦରେ ରହିବେ ନା ନିର୍ବାଚନ ପୂର୍ବରୁ ହିଁ ଆଉ କାହାକୁ ଦଳ ମୁଖ୍ୟମନ୍ତ୍ରୀ ଆସନରେ ବସାଇବ ତାହାକୁ ନେଇ ସସ୍‌ପେନ୍ସ ଲାଗି ରହିଛି ।

ତେବେ ଦଳର ହାଇକମାଣ୍ଡଙ୍କୁ ଫେରାଦ ହେବାକୁ ଥିବା ଏହି ଗୋଷ୍ଠୀ ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କ ଗୋଷ୍ଠୀ ନୁହେଁ ବରଂ କ୍ୟାପଟେନ୍‌ ଅମରିନ୍ଦର ସିଂହଙ୍କ ଆଉ ଏକ ବିରୋଧୀ ଗୋଷ୍ଠୀ । ଅର୍ଥାତ ପଞ୍ଜାବ କଂଗ୍ରେସ ଏବେ ୨ ଫାଳ ନୁହେଁ ବରଂ ୩ ଫାଳ ହୋଇସାରିଲାଣି । ସିଦ୍ଧୁଙ୍କ ଗୋଷ୍ଠୀ ବାରମ୍ବାର କ୍ୟାପଟେନ୍‌ଙ୍କ ଗୋଷ୍ଠୀକୁ ଟାର୍ଗେଟ୍‌ କରିଆସୁଥିଲେ । କିନ୍ତୁ ଏହାରି ମଧ୍ୟରେ ପଞ୍ଜାବ କ୍ୟାବିନେଟ୍‌ର ଆଉ କିଛି ମନ୍ତ୍ରୀ ଏବେ ଦଳୀୟ ହାଇକମାଣ୍ଡଙ୍କୁ ଭେଟିବାକୁ ଦିଲ୍ଲୀ ଯିବାକୁ ପ୍ରସ୍ତୁତ ହୋଇଛନ୍ତି । ସିଦ୍ଧୁଙ୍କ ବ୍ୟତିତ ପଞ୍ଜାବ କଂଗ୍ରେସରେ ଏବେ ଆଉ ଏକ ଗୋଷ୍ଠୀ କ୍ୟାପଟେନ୍‌ଙ୍କୁ ଚୌକିରୁ ହଟାଇବାକୁ ଲାଗିପଡିଛନ୍ତି । ତେବେ ପଞ୍ଜାବ କଂଗ୍ରେସ କନ୍ଦଳ ଆଗକୁ କେଉଁ ମୋଡ ନେଉଛି ତାହା ଦେଖିବା ବାକି ରହିଲା ।

   Related Posts