LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଗ୍ୟାଙ୍ଗ୍‌ଷ୍ଟର୍‌ଙ୍କୁ ମନ ଦେଇଥିଲେ ବଲିଉଡ୍ ନାୟିକା, ଏମିତିକି ପ୍ରେମ ପାଇଁ ଛାଡିଦେଲେ କ୍ୟାରିୟର୍

26/05/2023 at 11:58 AM

ମୁମ୍ବାଇ ୨୬।୦୫ : ବଲିଉଡ୍‌ ହିରୋଇନ୍‌ମାନେ ନିଜର ରିଅଲ୍ ଲଭ୍ ଷ୍ଟୋରୀକୁ ନେଇ ସବୁବେଳେ ରହିଥାନ୍ତି ଚର୍ଚ୍ଚାରେ । ୪୦ ଦଶକ ହେଉ କି ବର୍ତ୍ତମାନ ସମୟ ହେଉ, ଲୋକମାନେ ଫିଲ୍ମ ଇଣ୍ଡଷ୍ଟ୍ରିର ହିରୋଇନମାନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବା ପାଇଁ ବେଶ୍ ଆଗ୍ରହ ପ୍ରକାଶ କରିଥାନ୍ତି ।  ବଲିଉଡ୍‌ର ଏମିତି କିଛି ହିରୋଇନ୍ ଅଛନ୍ତି ଯେଉଁମାନଙ୍କ ପ୍ରେମ କାହାଣୀ  ଆଶ୍ଚର୍ଯ୍ୟ କରିଥାଏ । ଏମାନେ ଗ୍ୟାଙ୍ଗ୍‌ଷ୍ଟର୍‌ଙ୍କୁ ଦେଇଥିଲେ ମନ । କେବଳ ଏତିକି ନୁହେଁ, ଜଣେ ଅଭିନେତ୍ରୀ ଗ୍ୟାଙ୍ଗ୍‌ଷ୍ଟର୍‌ଙ୍କ ପ୍ରେମରେ ପଡି ନିଜର କ୍ୟାରିଅର୍‌କୁ ମଧ୍ୟ ଛାଡିଦେଇଥିଲେ। ଆସନ୍ତୁ ଜାଣିବା ଏମାନଙ୍କ ବିଷୟରେ…

ମମତା କୁଲକର୍ଣ୍ଣି । ୧୯୯୩ ମସିହାରେ ତ୍ରିରଙ୍ଗା ଚଳଚ୍ଚିତ୍ରରୁ ଆରମ୍ଭ କରିଥିଲେ କ୍ୟାରିଅର୍ । ୯୦ ଦଶକରେ ମମତା କ୍ୟାରିୟରର ଶିଖରରେ ରହିଥିଲା । ଏହି ସମୟରେ ମମତା କୁଲକର୍ଣ୍ଣିଙ୍କ ପ୍ରେମ ଖବର ସାମ୍ନାକୁ ଆସିଲା। କୁହାଗଲା ଯେ ଦାଉଦ ଇବ୍ରାହିମଙ୍କ ନିକଟତର ଥିବା ଛୋଟା ରାଜନଙ୍କୁ ସେ ଡେଟ୍‌ କରୁଥିଲେ। ଏହା ପରେ ଛୋଟା ରାଜନ ଦୁବାଇକୁ ଚାଲିଗଲେ। କିଛି ଦିନ ପରେ ହଠାତ୍ ମମତା କୁଲକର୍ଣ୍ଣି ମଧ୍ୟ ଇଣ୍ଡଷ୍ଟ୍ରି ଛାଡିଦେଲେ । ଏହା ପରେ ସେ ଗ୍ୟାଙ୍ଗଷ୍ଟରଙ୍କୁ ବିବାହ କରିଥିବା ଆସିଥିଲା ଖବର ।

ମନ୍ଦାକିନୀ । ୮୦ ଦଶକର ପ୍ରସିଦ୍ଧ ହିରୋଇନ୍ । ‘ରାମ ତେରୀ ଗଙ୍ଗା ମୈଲି’ରେ ମନ୍ଦାକିନୀଙ୍କୁ ମିଳିଥିଲା ରାତାରାତି ପ୍ରସିଦ୍ଧି । ତାଙ୍କର ପ୍ରେମ ସମ୍ପର୍କ ଦାଉଦ ଇବ୍ରାହିମ୍‌ଙ୍କ ସହିତ ଥିବାର ଚର୍ଚ୍ଚା ହୋଇଥିଲା । ଏମିତିକି ୯୦ ଦଶକରେ ତାଙ୍କର ଫଟୋ ଭାଇରାଲ ହୋଇଥିଲା। ଏଥିରେ ସେ ଦାଉଦ ଇବ୍ରାହିମଙ୍କ ସହିତ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା। ୧୯୯୬ରେ ମନ୍ଦାକିନୀ ଦେଖିବାକୁ ମିଳିନଥିଲେ । ପରେ ଜଣାପଡିଥିଲା ​​ଯେ ସେ ଜଣେ ବୌଦ୍ଧ ଭିକ୍ଷୁଙ୍କୁ ବିବାହ କରିଥିଲେ।

ବଲିଉଡ ଅଭିନେତ୍ରୀ ମୋନିକା ବେଦୀଙ୍କ ହୃଦୟ ଗ୍ୟାଙ୍ଗଷ୍ଟର ଆବୁ ସଲିମଙ୍କ ପ୍ରତି ଢଳିଥିଲା। ମୋନିକା ୧୯୯୮ ମସିହାରେ ଆବୁ ସଲିମ୍‌ଙ୍କୁ ଭେଟିଥିଲେ ଏବଂ ପରେ ବନ୍ଧୁତା ଆଉ ସଲିମଙ୍କୁ ବିବାହ କରିଥିଲେ ମୋନିକା । ୨୦୦୨ରେ, ମୋନିକା ଏବଂ ଆବୁ ସଲିମଙ୍କୁ ନକଲି ପାସ୍‌ପୋର୍ଟ ଅଭିଯୋଗରେ ପର୍ତ୍ତୁଗାଲ ପୋଲିସ ଗିରଫ କରିଥିଲା। ଏହା ପରେ ଉଭୟଙ୍କୁ ୨୦୦୫ରେ ଭାରତ ପଠାଯାଇଥିଲା ।

୭୦ ଦଶକର ପ୍ରସିଦ୍ଧ ଅଭିନେତ୍ରୀ ହୀନା କୌସର । ସେ ଭେଟେରାନ ନିର୍ଦ୍ଦେଶକ କେ ଆସିଫଙ୍କ ଝିଅ । ହୀନା କ୍ୟାରିୟରର ଶିଖରରେ ଥିବା ବେଳେ ଗ୍ୟାଙ୍ଗଷ୍ଟର ଇକବାଲ୍‌ ମିର୍ଚିଙ୍କ ପ୍ରେମରେ ପଡିଥିଲେ। ଆଉ ୧୯୯୧ରେ ତାଙ୍କୁ କରିଥିଲେ ବିବାହ । ଏହାକୁ ନେଇ ହଙ୍ଗାମା ହେବାରୁ ପରେ ହୀନା ଅଭିନୟ କ୍ୟାରିୟର ଛାଡି ବ୍ରିଟେନକୁ ଚାଲିଯାଇଥିଲେ ।  ହୀନା ୨୦୧୩ ପର୍ଯ୍ୟନ୍ତ ଇକବାଲଙ୍କ ସହ ଥିଲେ । ଆଉ ସେହିବର୍ଷ ଇକ୍‌ବାଲଙ୍କର ମୃତ୍ୟୁ ହୋଇଥିଲା।

୭୦-୮୦ ଦଶକର ଅଭିନେତ୍ରୀ ସୋନା ମସ୍ତାନ୍ ମିର୍ଜା । ସେ ମଧ୍ୟ ଗ୍ୟାଙ୍ଗଷ୍ଟର୍ ହାଜି ମସ୍ତାନଙ୍କ ପ୍ରେମରେ ପଡିଥିଲେ। ହାଜି ମସ୍ତାନ୍ ୧୯୮୪ ରେ ସୋନାଙ୍କୁ ବିବାହ କରିଥିଲେ ।

   Related Posts