ମୁମ୍ବାଇ ୧୩/୧୦: ଆଜିକାଲି ଅଭିନେତ୍ରୀଙ୍କଠାରୁ ସେମାନଙ୍କ ଫିଲ୍ମକୁ ଦର୍ଶକ ବେଶୀ ପସନ୍ଦ କରୁଛନ୍ତି। ୯୦ଦଶକର ଫିଲ୍ମଗୁଡ଼ିକ ଅତ୍ୟଧିକ ରୋମାଣ୍ଟିକ୍ ହୋଇଥିବାରୁ ଦର୍ଶକ ଏହି ଫିଲ୍ମଗୁଡ଼ିକୁ ଅଧିକ ପସନ୍ଦ କରୁଥିଲେ। ଏଥିରେ ଅଭିନୟ କରିଥିବା ଅଭିନେତ୍ରୀମାନଙ୍କ ସୈାନ୍ଦର୍ଯ୍ୟରେ ମଧ୍ୟ ଦର୍ଶକ ବେଶ୍ ପ୍ରଭାବିତ ହୋଇଥିଲେ। ତେବେ ଆସନ୍ତୁ ଜାଣିବା ଏହି ୫ଜଣ ଅଭିନେତ୍ରୀଙ୍କ ବିଷୟରେ ଯେଉଁମାନେ ତାଙ୍କ ସୈାନ୍ଦର୍ଯ୍ୟର ଯାଦୁରେ ଦର୍ଶକଙ୍କ ମନ ଜିଣିପାରିଥିଲେ କିନ୍ତୁ ଏବେ ଦେଖାଯାଉଛନ୍ତି କିପରି
୧.ଅନୁ ଅଗ୍ରଓ୍ବାଲ: ୯୦ଦଶକରେ ଆସିଥିବା ଫିଲ୍ମ ‘ଆଶିକୀ’ ଆଜି ମଧ୍ୟ ଲୋକଙ୍କ ପାଇଁ ସ୍ମରଣୀୟ ହୋଇ ରହିଛି। ଏହି ଫିଲ୍ମର ସବୁ ଗୀତ ସମସ୍ତଙ୍କ ଅତି ପ୍ରିୟ। ଏହି ଫିଲ୍ମରେ ରାହୁଲ ରାୟ ଅଭିନେତ୍ରୀ ଅନୁ ଅଗ୍ରଓ୍ବାଲଙ୍କ ସହ ଖୁବ୍ ରୋମାନ୍ସ କରିଥିଲେ। ଯାହା ପରେ ଅନୁ ଅଗ୍ରଓ୍ବାଲଙ୍କୁ ଦର୍ଶକ ପସନ୍ଦ କରିବାକୁ ଲାଗିଥିଲେ। କିନ୍ତୁ ସେ ବର୍ତ୍ତମାନ ବୁଢ଼ୀଙ୍କ ପରି ଦେଖାଯାଉଛନ୍ତି।

୨.ଫରାହ ନାଜ: ତବ୍ବୁଙ୍କ ବଡ଼ ଭଉଣୀ ଏବଂ ୯୦ଦଶକର ଜଣାଶୁଣା ହିରୋଇନ୍ ଫରାହ ନାଜ ‘ନସୀବ ଅପନା ଅପନା’,‘ଇମାନଦାର’,‘ମରତେ ଦମ୍ ତକ’ ଏବଂ ‘ଦିଲଜଲା’ ଭଳି କେତେକ ହିଟ୍ ଫିଲ୍ମରେ ଚମତ୍କାର ଅଭିନୟ କରିଥିଲେ। କିନ୍ତୁ ଏବେ ସେ ଫିଲ୍ମ ଦୁନିଆରୁ ଦୂରେଇ ଯାଇଛନ୍ତି ଏବଂ ତାଙ୍କ ସୈାନ୍ଦର୍ଯ୍ୟ ମଧ୍ୟ ଆଉ ଆଗ ଭଳି ନାହିଁ।

୩.ମନ୍ଦାକିନି: ଫିଲ୍ମ ‘ରାମ ତେରି ଗଙ୍ଗା ମେଲି’ ରେ ସମସ୍ତଙ୍କ ହୃଦୟ ଚୋରେଇଥିବା ମନ୍ଦାକିନି ନିଜ ବୋଲ୍ଡ ଲୁକ୍ ପାଇଁ ଖୁବ୍ ଚର୍ଚ୍ଚାରେ ଥିଲେ। ସେ କେତେକ ଫିଲ୍ମରେ କାମ କରି ହଠାତ୍ ଫିଲ୍ମ ଦୁନିଆରୁ ଦୂରେଇ ଯାଇଥିଲେ। ଏହା ପରେ ଯେତେବେଳେ ନଜରକୁ ଆସିଥିଲେ ସେତେବେଳେ ପୂର୍ବ ଚମକ ଆଉ ତାଙ୍କ ପାଖରେ ନଥିଲା।

୪.ମିନାକ୍ଷୀ ସେଶାଦ୍ରି: ଦାମିନୀ,ଘାତକ,ହିରୋ,ଘାୟଲ ଏବଂ ଗଙ୍ଗା ଯମୁନା ସରସ୍ବତୀ ଭଳି ହିଟ୍ ଫିଲ୍ମରେ କାମ କରି ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ମିନାକ୍ଷୀ ସେଶାଦ୍ରି ହଠାତ୍ ଫିଲ୍ମରୁ ଗାୟବ ହୋଇଯାଇଥିଲେ। ଆଉ ଯେତେବେଳେ ସାମନାକୁ ଆସିଥିଲେ ତାଙ୍କ ଫ୍ୟାନମାନେ ଆଉ ତାଙ୍କୁ ଚିହ୍ନି ପାରିନଥିଲେ। ବୟସ ବଢ଼ିବା ସହିତ ତାଙ୍କ ସୈାନ୍ଦର୍ଯ୍ୟ ମଧ୍ୟ ମଳିନ ପଡ଼ିଗଲାଣି।

୫.ମନୀଷା କୋଇରାଲା: ଆଜିକାଲି ମନୀଷା କୋଇରାଲାଙ୍କୁ ମା ଏବଂ ବୁଢ଼ୀମା ଭୁମିକାରେ ଦେଖିବାକୁ ମିଳୁଛି। ଯିଏ କେବେ ମନ,ଦିଲ ସେ,ମହାରାଜା,ସନମ ଏବଂ କଚ୍ଚେ ଧାଗେ ଭଳି ସୁପରହିଟ୍ ଫିଲ୍ମରେ କାମ କରିଥିଲେ। କିନ୍ତୁ ନିଶା ଏବଂ ମଦ ଭଳି ଖରାପ ଅଭ୍ୟାସ ଯୋଗୁଁ କ୍ୟାନସର ତାଙ୍କ ଶରୀର ମଧ୍ୟକୁ ପ୍ରବେଶ କରିଥିଲା। ଏହିପରି ଭାବେ କ୍ୟାନସର୍ ତାଙ୍କ ଜୀବନକୁ ପୂରାପୂରି ନଷ୍ଟ କରିଦେଇଥିଲା। ଯାହା ଫଳରେ ତାଙ୍କ ସୈାନ୍ଦର୍ଯ୍ୟ ବିଗିଡ଼ି ଯାଇଥିଲା।