ସବୁଠୁ ଅଧିକ ଥର ପ୍ରେମ କରିଥିବା ଏହି ୫ଜଣ ବଲିଉଡ ଅଭିନେତ୍ରୀଙ୍କ ବିଷୟରେ ଜାଣନ୍ତୁ, ଏମାନଙ୍କ ଭିତରୁ ଜଣେ ଥିଲେ ଶାହାରୁକଙ୍କ ପ୍ରମିକା
15/01/2019 at 12:17 PM

ମୁମ୍ବାଇ ୧୫|୦୧: ଭାରତୀୟ ବଲିଉଡ ଅଭିନେତ୍ରୀମାନେ ସୁନ୍ଦରତାରେ କେହି କାହାଠୁ କମ ନୁହଁନ୍ତି। ଲୋକଙ୍କ ଦିଲରେ ରାଜ କରୁଥିବା ବଲିଉଡ ଅଭିନେତ୍ରୀଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାକୁ ପ୍ରଶଂସକମାନେ ଋଚି ରଖିଥାନ୍ତି। କିଛି ବଲିଉଡ ଅଭିନେତ୍ରୀ ହଲିଉଡରେ ମଧ୍ୟ ବେଶ ଚର୍ଚ୍ଚିତ । ଏହି ବଲିଉଡ ଅଭିନେତ୍ରୀଙ୍କୁ ପସନ୍ଦ କରୁଥିବା ଦର୍ଶକଙ୍କ ଲମ୍ବା ଲିଷ୍ଟ ସୋସିଆଲ ମିଡିଆରୁ ଜଣାପଡେ। ଜାଣନ୍ତୁ ଏମିତି କିଛି ଅଭିନେତ୍ରୀଙ୍କ ବିଷୟରେ ଯିଏ ବଲିଉଡରେ ନିଜ ଲଭ ଆଫେୟର ପାଇଁ ଚର୍ଚ୍ଚାରେ ଥିଲେ। ପ୍ରତିଦିନ ସେଲିବ୍ରିଟିଙ୍କ ବିଷୟରେ କିଛି ନୂଆ ଖବର ଶୁଣିବାକୁ ମିଳିଥାଏ। ସେମାନଙ୍କ ଲଭ ଲାଇଫ ସବୁବେଳେ ହଟ ଟପିକ ହୋଇଥାଏ। କାହାକୁ ଭଲ ପାଇବାରେ ନିଜ ଜୀବନସାଥି ମିଳିଥାଏ ତ କାହାକୁ ବିଶ୍ୱାସଘାତକତା। ତେବେ ବଲିଉଡରେ ଏହି ୫ଅଭିନେତ୍ରୀ ସବୁଠୁ ଅଧିକ ରିଲେସନଶିପରେ ରହିଛନ୍ତି।
ପ୍ରିୟଙ୍କା ଚୋପଡା

ପ୍ରିୟଙ୍କା କେବଳ ବଲିଉଡ ନୁହଁ ହଲିଉଡରେ ମଧ୍ୟ ପ୍ରତିଷ୍ଠା ଲାଭ କରିଛନ୍ତି। ପ୍ରିୟଙ୍କା ବଲିଉଡ ସିନେମା ଜଗତର ଜଣେ ଦାମି ଅଭିନେତ୍ରୀ। ୨୦୧୮ ରେ ସେ ହଲିଉଡ ଅଭିନେତା ନିକ୍ ଯନେସଙ୍କୁ ବିବାହ କରିଲେ। ବିବାହ ପୂର୍ବରୁ ପ୍ରିୟଙ୍କା ୭ଟି ରିଲେସନଶିପରେ ରହିଥିଲେ। ଅସିମ ମର୍ଚେଣ୍ଟ, ହରମନ ବୱେଜା, ଶାହିଦ କପୁର, ଅକ୍ଷୟ କୁମାର, ଟମ ହିଡିଲସକନ, ଶାହରୁଖ ଖାନ ଏବଂ ସ୍ୱାମୀ ନିକ୍ ଯନେସଙ୍କ ସହ ପ୍ରିୟଙ୍କା ରିଲେସନଶିପରେ ଥିଲେ।
ଆଲିୟା ଭଟ୍ଟ

ମୁକେଶ ଭଟ୍ଟଙ୍କ ଝିଅ ଆଲିୟା ଭଟ୍ଟ ଏବେ ବଲିଉଡର ସବୁଠୁ ଟ୍ୟାଲନଟେଡ ଓ ସୁନ୍ଦର ହିରଇନ ବୋଲି କୁହାଯାଉଛି। ଆଲିୟା ପିଲାବେଳୁ ସିନେମା ଜଗତରେ ପାଦ ଦବାକୁ ଉତ୍ସୁକ ଥିଲେ। ୧୯୯୯ ମସିହାରେ ସଂଘର୍ଷ ଫିଲ୍ମରେ ଛୋଟ ପିଲାର ଅଭିନୟ କରିଥିଲେ। ତାଙ୍କ ଡେବ୍ୟୁ ପରେ ୨୦୧୨ ମସିହାରେ ସେ କରନ ଯୋହାରଙ୍କ ଟିନ ଫିଲ୍ମ ଷ୍ଟୁଡେଣ୍ଟ ଅଫ ଦ ଇଅରରେ ଅଭିନୟ କରିଥିଲେ। ଆଲିୟା ୮ଟି ଲଭ ଆଫେୟରରେ ରହିସାରିଛନ୍ତି। ଅର୍ଜୁନ କପୁର, ସିଦ୍ଧାର୍ଥ ମଲହୋତ୍ରା, କୱିନ ମିତ୍ତଲ, ଅଲ୍ଲୀ ଦଦାରକର, ରମେଶ ଦୁବେଙ୍କ ସହ ଆଲିୟା ରିଲେସନଶିପରେ ଥିଲେ। ଏବେ ରଣବୀର କପୁରଙ୍କ ସହ ଆଲିୟା ଭଟ୍ଟଙ୍କର ବିବାହ ଖବର ଶୁଣାଯାଇଛି। ଏହି ତଥ୍ୟର ସତ୍ୟତା ଆଗକୁ ଜଣାପଡିବ।
ଦୀପିକା ପାଦୁକୋନ

ଅଧିକ ସଫଳ ହେବା ସହ ଅଧିକ ଆୟ କରୁଥିବା ଦୀପିକା ନିଜ ଫିଲ୍ମ କ୍ୟାରିଅର ଓମ୍ ଶାନ୍ତି ଓମରୁ ଆରମ୍ଭ କରିଥିଲେ। ୨୦୦୭ରେ ସେ ବଲିଉଡରେ ପାଦ ଦେଇଥିଲେ। ବଲିଉଡ ସହ ହଲିଉଡରେ ମଧ୍ୟ ଦୀପିକା ବେଶ ଚର୍ଚ୍ଚିତ। ସେ ୯ଟି ଲଭ ଆଫୟାରରେ ଥିଲେ। ଉପେନ ପଟେଲ, ରଣବୀର କପୁର, ସିଦ୍ଧାର୍ଥ ମାଲ୍ୟା, ମୁଜ୍ଜମିଲ ଇବ୍ରାହିମ, କ୍ରିକେଟର ଏମ.ଏସ ଧୋନି, ୟୁବରାଜ ସିଂ ଏବଂ ରଭି ଚହାନଙ୍କ ସହ ଦୀପିକା ରିଲେସନଶିପରେ ଥିଲେ। ୨୦୧୮ରେ ରଣବୀର ସିଂ ଓ ଦୀପିକା ପାଦୁକୋନ ବିବାହ କରିଲେ, ଏବଂ ଉଭୟ ବହୁତ ଖୁସି ମଧ୍ୟ ଅଛନ୍ତି।
କଂଗନା ରଣାୱତ

ବଲିଉଡରେ କୁଇନ ନାମରେ ପରିଚିତ କଂଗନା ନିଜ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି। ତାଙ୍କ କ୍ୟାରିଅରରେ ସେ ୫ଟି ରିଲେସନଶିପରେ ରହିସାରିଛନ୍ତି। ଅଜୟ ଦେୱଗନ, ଆଦିତ୍ୟ ପଂଞ୍ଚୋଲି, ଅଧ୍ୟୟନ ସୁମନ, ନିକୋଲସ ଲେଫର୍ଟି ଓ ହ୍ରିତିକ ରୋଶନ ଭଳି ଲୋକପ୍ରିୟ ଅଭିନେତାଙ୍କ ସହ କଂଗନାଙ୍କ ନାଁ ଯୋଡାଯାଇଥିଲା।
ଅନୁଷ୍କା ଶର୍ମା

ଅନୁଷ୍କା ଓ ବିରାଟଙ୍କ ବିବାହ ଖୁବ ଚର୍ଚ୍ଚାରେ ଥିଲା। ବିବାହ ପୂର୍ବରୁ ଅନୁଷ୍କା ୭ଟି ରିଲେସନଶିପରେ ଥିଲେ। ରଣବୀର ସିଂ, ଶାହିଦ କପୁର, ଅର୍ଜୁନ କପୁର, ସୁରେଶ ରୈନା, ଜୋହେବ ୟୁସୂଫ, ରଣବୀର କପୁରଙ୍କ ସହ ଅନୁଷ୍କା ରିଲେସନଶିପରେ ଥିଲେ।