ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ଡକାୟତି ଯୋଜନା ପଣ୍ଡ, ଦେଶୀ ବନ୍ଧୁକ ଓ ମାରଣାସ୍ତ୍ର ସହ ୫ ଗିରଫ

8/11/2022 at 6:20 PM

ପୁରୀ: ଡକାୟତି ଯୋଜନା ପଣ୍ଡ। ଗୋଟିଏ ଦେଶୀ ବନ୍ଧୁକ ଓ ମାରଣାସ୍ତ୍ର ସହ ୫ଜଣ ଡକାୟତ ଗିରଫ। ପୁରୀ ତାଳବଣିଆ ଥାନା ପୋଲିସ ଦ୍ବାରା ଗିରଫ ହୋଇଥିବା ଏହି ୫ ଡକାୟତ ହେଲେ ବାଲିଘାଟ ଆଦର୍ଶ ନଗରର ନାରାୟଣ ମିଶ୍ର, ସତ୍ୟନାରାୟଣ ମହାପାତ୍ର, ଭିଆଇପି ରୋଡ ଜଗନ୍ନାଥ କଲୋନୀର ପ୍ରଦୀପ ବେହେରା, ରାଜା ସେଠୀ ଓ ମହାନ୍ତି ସାହି ନରସିଂହ ବଲ୍ଲଭ ପାଟଣାର ଦିପୁ ବେହେରା।

ଗତକାଲି ବିଳମ୍ବିତ ରାତିରେ ଏହି ଡକାୟତ ମାନେ ଆଖଣ୍ଡଳମଣି ମନ୍ଦିର ପାଖରେ ଏକତ୍ରିତ ହୋଇ ଡକାୟତି ଯୋଜନା କରୁଥିବା ନେଇ ପୋଲିସ ପାଖରେ ବିଶେଷ ସୂତ୍ରରୁ ଖବର ପହଞ୍ଚିଥିଲା। ତାଳବଣିଆ ଥାନା ଆଇଆଇସି ସୁଜାତା ବେହେରାଙ୍କ ନିର୍ଦ୍ଦେଶ କ୍ରମେ ପୋଲିସର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଡ଼କାୟତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ତେବେ ପୋଲିସ ଏମାନଙ୍କ ଠାରୁ ଗୋଟିଏ ବନ୍ଧୁକ, ମାରଣାସ୍ତ୍ର, ମୋବାଇଲ ଫୋନ, ଗୋଟିଏ ଅଟୋ ଓ ମୋଟର ସାଇକେଲ ଜବତ କରିଥିବା ବେଳେ ଆଜି ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

   Related Posts