ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ପାଇପ ଚୋରି ମାମଲା, ୫ ଅଭିଯୁକ୍ତକଙ୍କୁ କୋର୍ଟ ଚାଲାଣ କଲା ପୋଲିସ

27/01/2023 at 10:35 AM

ମୁନିଗୁଡା ୨୭/୦୧: ରାୟଗଡା ଜିଲ୍ଲା ବିଷମ କଟକ ଥାନା ଅଧୀନରେ ରହିଥିବା ମେଗା ପ୍ରକଳ୍ପର ପାଇପ ଚୋରି ଘଟଣାରେ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବିଷମ କଟକ ପୋଲିସ ।

ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ବିଷମ କଟକ ଥାନା ଅନ୍ତର୍ଗତ ଗୋତିଗୁଡା ଗ୍ରାମର ଜଗବନ୍ଧୁ ଜେନା, ରଞ୍ଜନ ପେରିସିକା, ବିଷମ କଟକ ସଦର ବଡ଼ ହରିଜନ ସାହିର ଦୁର୍ଯ୍ୟ କୁଶୁଲିଆ ହେଇଥିବା ବେଳେ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମର ପ୍ରବୀନ ବାରଣାସି, ରାଜେଶ ବାରଣାସି ବୋଲି ଜଣାପଡ଼ିଛି । ବିଷମ କଟକ ଅଞ୍ଚଳର ସଂପୃକ୍ତ ବ୍ୟକ୍ତି ମାନେ ଏହି ସବୁ ପାଇପକୁ ଶ୍ରୀକାକୁଲମର ଶ୍ରୀଗଣେଷ ପ୍ରାଇଭେଟ୍ ଲିମିଟେଡ଼ ସ୍କ୍ରାପ୍ କମ୍ପାନିକୁ ବିକ୍ରି କରୁଥିଲେ ।

ସୂଚନା ଅନୁଯାଏ ବିଷମ କଟକ ବ୍ଲକର କୁମ୍ଭାରଢ଼ାମୁଣି ପଞ୍ଚାୟତରେ ମେଗା ପାନୀୟ ଜଳ ପକଳ୍ପ ନିର୍ମାଣ କାର୍ଯ୍ୟ ଜାରି ରହିଥିଲା । ମେଗା ପାନୀୟ ଜଳ ପକଳ୍ପ ନିର୍ମାଣ କାର୍ଯ୍ୟରେ ବିଛାଯାଇଥିବା ୩୫୪ଟି କାଷ୍ଟ ଆଇରନ୍ ପାଇପ ସେଠାରୁ ଚୋରି ହୋଇଥିଲା । ଏ ନେଇ ମେଗା ପ୍ରକଳ୍ପର ଠିକାଦାର ଗତ ଡିସେମ୍ବର ମାସ ୨୪ତାରିଖରେ ଏବଂ ଜାନୁୟାରି ମାସ ୪ ତାରିଖରେ ୨ଟି ଏତଲା ବିଷମ କଟକ ଥାନାରେ ଦିଆଯାଇଥିଲା । ଥାନାରେ ଦୁଇଟି ମାମାଲ ରୁଜୁ ହବା ପରେ ପୋଲିସ ଏହି ଘଟଣାକୁ ଅତି ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲା ।

ପୋଲିସର ପ୍ରାଥମିକ ତଦନ୍ତ ସମୟରେ କୁମ୍ଭାର ଢାମୁଣି ଅଞ୍ଚଳରେ ନିୟମିତ ବ୍ୟବଧାନରେ ସନ୍ଧିଗ୍ଧ ଅବସ୍ଥାରେ ବୁଲିଥିଲେ ଜଗବନ୍ଧୁ ଏବଂ ରଂଜନ । ଏହି ଦୁଇ ଜଣଙ୍କ ଉପରେ ପୋଲିସର ସନ୍ଦେହ ଘନିଭୂତ ହେବା ଫଳରେ ସଂପୃକ୍ତ ବ୍ୟକ୍ତି ମାନଙ୍କ କଲ ରେକର୍ଡ ଯାଂଚ କରାଯାଇଥିଲା । ଏହି ସନ୍ଧିଗ୍ଧଙ୍କ କଲ ରେକର୍ଡକୁ ଟ୍ରାକ୍ କରି ଗତ ୨୩ତାରିଖ ଦିନ ବିଷମ କଟକ ପୋଲିସର ଏକ ଟିମ ଶ୍ରୀକାକୁଲମ୍‌କୁ ଯାଇ ସେଠାକାର ପୋଲିସ ସହାୟତାରେ ଶ୍ରୀଗଣେଷ ପ୍ରାଇଭେଟ୍ ଲିମିଟେଡ କଂମ୍ପାନୀ ଉପରେ ଚଢ଼ାଉ କରି ସଂପୃକ୍ତ ଦୁଇ ଜଣ ଙ୍କୁ ଗିରଫ କରି ବିଷମ କଟକ ଆଣିଥିଲା ।

ଏଥିସହ ଚୋରିରେ ବ୍ୟବହୃତ ହୋଇଥିବା ଗୋଟାଏ ଟ୍ରକ୍ କୁ ମଧ୍ୟ ଜବତ କରିଛି ବିଷମ କଟକ ପୋଲିସ । ଚୋରି ହୋଇଥିବା ପାଇପ ଗୁଡିକର ଆନୁମାନିକ ମୂଲ୍ୟ ୩୮ଲକ୍ଷ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି ।

   Related Posts