ଭୂକମ୍ପରେ ଥରିଲା ଇରାନ : ୭ ମୃତ, ୪୪୦ରୁ ଅଧିକ ଆହତ
29/01/2023 at 8:40 AM

ନୂଆଦିଲ୍ଲୀ ୨୯।୦୧ : ଭୂକମ୍ପରେ ଥରିଲା ଇରାନ। ଉତ୍ତର ପଶ୍ଚିମ ଇରାନର ପଶ୍ଚିମ ଅଜରବୈଜାନ ଅଞ୍ଚଳର ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୯ ଥିବା ରେକର୍ଡ ହୋଇଛି। ଏହାଦ୍ୱାରା ବହୁ ଧନଜୀବନ ହାନୀ ହୋଇଥିବା ସୂଚନା ମିଳିଛି।
ଇରାନ ମିଡିଆ ରିପୋର୍ଟ ଅନୁସାରେ ଭୂକମ୍ପରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୪୦ରୁ ଅଧିକ ଆହତ ହୋଇଛନ୍ତି । ଆଗକୁ ମୃତାହତଙ୍କ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି। ଇରାନର ପଶ୍ଚିମ ଅଜରବୈଜାନ ଅଞ୍ଚଳରେ କିଛି ସ୍ଥାନରେ ଭୂକମ୍ପର ଝଟକା ଅନୁଭୁତ ହୋଇଛି ।
ସେହିପରି ଖୋୟେ ବ୍ୟତୀତ ଆଖପାଖ ଅଞ୍ଚଳରେ କିଛି ସହରରେ ଭୂକମ୍ପର ଝଟକା ଅନୁଭୁତ ହୋଇଛି । ଖୋୟେ ସହରରେ ଥିବା କିଛି ବଡ଼ ବଡ଼ ଘର ଭୁଶୁଡି ପଡିଛି । ଭଗ୍ନାବଶେଷ ତଳେ ଅନେକ ଲୋକ ଚାପି ହୋଇ ରହିଥିହା ଅନୁମାନ କରାଯାଇଛି । ପ୍ରଶାସନ ପକ୍ଷରୁ ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।