ଜୁଲାଇ ୩୧ ସୁଦ୍ଧା ୫.୮୩ କୋଟି ଆୟକର ରିଟର୍ଣ୍ଣ ଦାଖଲ, ଏବେ ଜରିମାନା ସହ ଦାଖଲ କରିବାକୁ ପଡିବ ITR

Published By : Prameya-News7 Bureau | August 01, 2022 IST

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୧-୨୨ ଏବଂ ଆସେସମେଣ୍ଟ ଇୟର ୨୦୨୨-୨୩ର ପାଇଁ ଆୟକର ଦାଖଲର ଶେଷ ତାରିଖ ଜୁଲାଇ ୩୧ରେ ଶେଷ ହୋଇଛି । ଏହି ତାରିଖ ସୁଦ୍ଧା ୫.83 କୋଟି ଆଇଟିଆର ଦାଖଲ ହୋଇଛି। ଆୟକର ଅଧିକାରୀ ଏହି ସୂଚନା ଦେଇଛନ୍ତି । ଯେଉଁ କରଦାତାଙ୍କ ଆକାଉଣ୍ଟର ଅଡିଟିଂର ଆବଶ୍ୟକତା ନାହିଁ ସେମାନଙ୍କ ପାଇଁ ୨୦୨୨ ଜୁଲାଇ ୩୧ ସୁଦ୍ଧା ଆୟକର ଦାଖଲର ଶେଷ ତାରିଖ ଥିଲା।

ଅଧିକାରୀଙ୍କ ସୂଚନା ମୋଟ ୫.୮୩ କୋଟି ରିଟର୍ଣ୍ଣ ଜୁଲାଇ ୩୧ ସୁଦ୍ଧା ଦାଖଲ କରାଯାଇଛି । ଏହି ସଂଖ୍ୟା ଆର୍ଥିକ ବର୍ଷ ୨୦୨୦-୨୧ ସହ ସମାନ ରହିଛି। ଏହି ଆର୍ଥିକ ବର୍ଷରେ ୨୦୨୧ ଡିସେମ୍ୱର ୩୧ ସୁଦ୍ଧା ୫.୮୯ କୋଟି ଆୟକର ରିଟର୍ଣ୍ଣ ଦାଖଲ କରାଯାଇଥିଲା। ୨୦୨୨ ଜୁଲାଇ ୩୧ ରହିବର କେରଳ ୭୨ ଲକ୍ଷ ଆୟକର ରିଟର୍ଣ୍ଣ ଦାଖଲ ହୋଇଛି।

ଆୟକର ରିଟର୍ଣ୍ଣ ଦାଖଲର ଡେଡଲାଇନ ଶେଷ ହୋଇଛି । ଏବେ ଯେଉଁ କରଦାତା କୌଣସି କାରଣ ଯୋଗୁଁ ରିଟର୍ଣ୍ଣ ଦାଖଲ କରିପାରି ନାହାନ୍ତି ଏବେ ଜରିମାନା ସହ ଏହା ଦାଖଲ କରିବେ। ଯେଉଁ କରଦାତା ୫ ଲକ୍ଷର ସ୍ଲାବରେ ଆସୁଛନ୍ତି, ସେମାନେ ଏବେ ୫୦୦୦ ଜରିମାନା ସହ ରିଟର୍ଣ୍ଣ ଦାଖଲ କରିବେ। ୨୦୨୨ ଡିସେମ୍ୱର ୩୧ ସୁଦ୍ଧା ସେମାନଙ୍କୁ ଆୟକର ରିଟର୍ଣ୍ଣ ଦାଖଲ କରିବାକୁ ପଡିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.