LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ନୋଟବନ୍ଦୀକୁ ପୁରିଲା ୪ ବର୍ଷ: କଳାଟଙ୍କା କେତେ ଧଳା ହେଲା ତାହା ଅସ୍ପଷ୍ଟ, ଏବେ ଯାଏଁ ଚୁପ ହୋଇନାହାନ୍ତି ବିରୋଧି, କିନ୍ତୁ ବଢିଛି ଟିକସ ଓ ଅନଲାଇନ୍ କାରବାର

8/11/2020 at 4:18 PM

ନୂଆଦିଲ୍ଲୀ ୦୮/୧୧ : ଆଜି ଦେଶରେ ନୋଟବନ୍ଦୀକୁ ପୁରିଛି ୪ ବର୍ଷ । ୨୦୧୬ ଅକ୍ଟୋବର ୮ ତାରିଖରେ ଭାରତ ସରକାର ଦେଶରୁ ପାଞ୍ଚ ଶହ ଏବଂ ହଜାରେ ଟଙ୍କିଆ ନୋଟ ବ୍ୟାନ୍ ଘୋଷଣା କରିଥିଲେ । ବିରୋଧି ଦଳମାନେ ନୋଟବନ୍ଦୀକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଘେରିବା ସହ କେନ୍ଦ୍ର ସରକାରକୁ କଟୁ ସମାଲୋଚାନା କରିଥିଲେ । ସାରା ଦେଶରେ ନୋଟବନ୍ଦୀକୁ ନେଇ ଆନ୍ଦୋଳନ ତୀବ୍ର ହେବା ସହ ତମ୍ବି ତୋଫାନ ହୋଇଥିଲା । କେନ୍ଦ୍ର ସରକାର ନୋଟବନ୍ଦୀକୁ ସାକରାତ୍ମକ ବୋଲି ଦର୍ଶାଇଥିଲେ । କିନ୍ତୁ ନୋଟବନ୍ଦୀର ମୁଳ ମୁଦ୍ଦା ଯାହାଥିଲା ବା ଯେଉଁଥି ପାଇଁ ନୋଟବନ୍ଦୀ କରାଯାଇଥିଲା ତାହାର ପରିଣାମ ଦେଖିବାକୁ ମିଳିନଥିଲା, ବରଂ ସାଧାରଣ ଲୋକଙ୍କ ଠାରୁ ଜାତୀୟ ଅର୍ଥନୀତି ପର୍ଯ୍ୟନ୍ତ ସବୁକିଛି ପ୍ରଭାବିତ ହୋଇଥିଲା ।


ଆଜିବି ନୋଟବନ୍ଦୀକୁ ନେଇ ଚର୍ଚ୍ଚା ଥମିନାହିଁ । ଦେଶର ପ୍ରତ୍ୟେକଟି ନାଗରିକ ଏହାକୁ ସାମ୍ନା କରିଥିଲେ । ୨୦୧୬ ନଭେମ୍ବର ୮ ତାରିଖ ରାତି ୮ଟା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହଠାତ ପାଞ୍ଚ ଶହ ଏବଂ ହଜାରେ ଟଙ୍କିଆ ନୋଟ ବନ୍ଦ କରିବାକୁ ଘୋଷଣା କରିଥିଲେ । ତା ସହିତ ନୂଆ ୨ ଶହ ଟଙ୍କିଆ, ୫ ଶହ ଟଙ୍କିଆ ଏବଂ ୨ ହଜାର ଟଙ୍କିଆ ନୋଟ ପ୍ରଚଳନ ପାଇଁ ଘୋଷଣା କରିଥିଲେ ।

ସାଧାରଣ ଲୋକମାନେ ନୋଟବନ୍ଦୀ ବେଳେ ସାମ୍ନା କରିଥିବା ସମସ୍ୟାକୁ ଆଜିବି ଭୁଲି ନାହାଁନ୍ତି । ନୋଟବନ୍ଦୀର ପ୍ରଭାବ ସବୁଠାରୁ ବେଶି ସେହି ଉଦ୍ୟୋଗ ଗୁଡିକ ଉପରେ ପଡିଥିଲା ଯେଉଁମାନେ ବିଶେଷ କରି ନଗଦ କାରବାର କରୁଥିଲେ । ଏଥିରେ ଲଘୁ ଉଦ୍ୟୋଗୀମାନେ ବେଶି ପ୍ରଭାବିତ ହୋଇଥିଲେ । ବ୍ୟବସାୟ କରିବା ପାଇଁ ଏମାନଙ୍କୁ ବହୁ ଅସୁବିଧାର ସାମ୍ନା କରିବାକୁ ପଡିଥିଲା । ଏମିତିକି ବହୁ ଲଘୁ ଉଦ୍ୟୋଗୀ ସେମାନଙ୍କ ବେଉସା ହରାଇଲେ ଏବଂ ଅନେକ ଲୋକଙ୍କୁ ଚାକିରି ହରାଇବାକୁ ପଡିଥିଲା । ଅଚାନକ ନୋଟବନ୍ଦୀକୁ ସହଜରେ ହଜମ କରିପାରିଲେ ନାହିଁ ଦେଶବାସୀ । ସାରା ଦେଶରେ ଅରାଜକତା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଲୋକମାନେ ଟଙ୍କା ବଦଳାଇବାକୁ ଏବଂ ଜମା କରିବାକୁ ଖରା, ବର୍ଷାରେ ଛିଡା ହୋଇ ବ୍ୟାଙ୍କମାନଙ୍କରେ ଲମ୍ବା ଲାଇନ ଲଗାଇଥିଲେ ।


ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ନୋଟବନ୍ଦୀ ସହିତ ଜଡିତ ନିୟମଗୁଡିକୁ ବାରମ୍ବାର ବଦଳାଇଲେ । ନୋଟବନ୍ଦୀ କରିବା ପୂର୍ବରୁ ସରକାର ଆଗୁଆ କୌଣସି ପ୍ରସ୍ତୁତି କରିନଥିଲେ ବୋଲି ବିରୋଧି ଅଭିଯୋଗ ଆଣିଥିଲେ । ମୋଦି ସରକାର ନୋଟବନ୍ଦୀ କରିବାର କିଛି ପ୍ରମୁଖ କାରଣ ଗଣମାଧ୍ୟମ ସାମ୍ନାରେ ରଖିଥିଲେ । କଳାଧନ ବାହାର କରିବା , ଦେଶରେ ନକଲି ନୋଟ କାରବାରକୁ ବନ୍ଦ କରିବା , ଆତଙ୍କବାଦ ଏମଂ ନକ୍ସଲ ଗତିବିଧି ଉପରେ ଲଗାମ ଲଗାଇବା ସମେତ ଅର୍ଥନୀତି ବୃଦ୍ଧି ଭଳି କାରଣ ଦେଶବାସୀଙ୍କ ସାମ୍ନାରେ ରଖିଥିଲେ ସରକାର ।


କେନ୍ଦ୍ର ସରକାର ଦାବୀ କରୁଛନ୍ତି ଯେ ନୋଟବନ୍ଦୀ ହେବାଯୋଗୁଁ ଟ୍ୟାକ୍ସ୍ କାରବାର ବୃଦ୍ଧି ପାଇଛି ଏବଂ କଳାଧନ ସରକାରଙ୍କ ଟ୍ରେଜେରିକୁ ଚାଲିଆସିଛି । କିନ୍ତୁ କଳାଧନ କେତେ ପରିମାଣର ଜବତ ହୋଇଛି ଏବଂ କେଉଁମାନଙ୍କ ଠାରୁ କେତେ ଜବତ କରାଯାଇଛି ତାର ତଥ୍ୟ ଏଯାଏଁ ସରକାର ସାର୍ବଜନୀନ କରିନାହାନ୍ତି । ରିଜର୍ଭ ବ୍ୟାଙ୍କ୍ କହିବା ଅନୁଯାୟୀ ନୋଟବନ୍ଦୀ ପରେ ପ୍ରାୟ ୯୯.୩୦ ପ୍ରତିଶତ ୫ ଶହ ଏବଂ ହଜାରେ ଯଙ୍କିଆ ନୋଟ ବ୍ୟାଙ୍କରେ ଜମା ହୋଇସାରିଛି । ନୋଟବନ୍ଦୀ ଦ୍ବାରା ଜିଡିପିକୁ ମଧ୍ୟ ଜୋରଦାର ଝଟକା ଲାଗିଥିଲା । ପ୍ରଥମ ତ୍ରୈମାସିକରେ ଜିଡିପି ହ୍ରାସ ପାଇ ୬.୧ ପ୍ରତିଶତକୁ ଖସିଆସିଥିଲା । ୨୦୧୫ରେ ଜିଡିପି ୭.୯ ପ୍ରତିଶତ ଥିଲା ।


ତେବେ ନୋଟବନ୍ଦୀ ପରେ ଡିଜିଟାଲ କାରବାର ଦୃତ ଗତିରେ ବୃଦ୍ଧି ପାଇଛି । ନଗଦ କାରବାର କମ ହେବା ସହିତ ମୋବାଇଲ ବ୍ୟାଙ୍କିଂ, ଅନଲାଇନ କାରବାର ବୃଦ୍ଧି ପାଇଛି । ସବୁ କାମରେ ଲୋକମାନେ କ୍ୟାସଲେସର ବିକଳ୍ପ ଆପଣାଉଛନ୍ତି ସେଥିପାଇଁ ନୋଟବନ୍ଦୀ ମଧ୍ୟ ସଫଳ ହୋଇଛି ବୋଲି ସରକାର ଦାବି କରୁଛନ୍ତି ।

   Related Posts