ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ସନ୍ଧ୍ୟାରେ ସରିବ ପ୍ରଚାର, ଶେଷ ଦିନରେ ହେଭିୱେଟ୍‌ଙ୍କ ଜୋରଦାର କସରତ

Published By : Prameya-News7 Bureau | April 27, 2019 IST

ଭୁବନେଶ୍ବର ୨୭|୪: ଚତୁର୍ଥ ପର୍ଯ୍ୟୟ ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ସରିବ ପ୍ରଚାର । ଶେଷ ଦିନରେ ମୈଦାନରେ କସରତ କରିବେ ସବୁ ଦଳର ହେଭିଓ୍ବେଟ୍ । ଏହି ପର୍ଯ୍ୟାୟରେ ୬ଟି ଲୋକସଭା ସମେତ ୪୧ ଟି ବିଧାନସଭା ପାଇଁ ଆସନ୍ତା ୨୯ ତାରିଖରେ ମତଦାନ ଅନୁଷ୍ଠିତ ହେବ ।  ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ସରିବା ପରେ ଭୋଟ୍ ଗ୍ରହଣ ସନ୍ଧ୍ୟା ପର୍ଯ୍ୟନ୍ତ ୪୮ ଘଣ୍ଟାର ନୀରବ ଅବଧି ଲାଗୁ ହେବ ।  ଏହି ସମୟ ଭିତରେ କୌଣସି ବି ରାଜନେତା ନିର୍ବାଚନ ଅନୁଷ୍ଠିତ ହେଉଥିବା ଅଞ୍ଚଳରେ ପ୍ରଚାର କାର୍ଯ୍ୟ କରିପାରିବେନି କି ସାମ୍ବାଦିକ ସମ୍ମିଳନୀ କରି ଗଣମାଧ୍ୟମରେ ବିବୃତି ରଖିପାରିବେ ନାହିଁ ।

{"id":107213}

ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ମୋଟ୍ ୫୨ ଜଣ ପ୍ରାର୍ଥୀ ଲୋକସଭା ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଥିବା ବେଳେ ୩୪୬ ଜଣ ପ୍ରାର୍ଥୀ ବିଧାନସଭା ପାଇଁ ନିର୍ବାଚନ ରଣାଙ୍ଗାନାରେ ନିଜର ଭାଗ୍ୟ ପରୀକ୍ଷା କରିବେ । ମୋଟ୍ ୧୦ ହଜାର ୭୯୨ ବୁଥ୍‌ରେ ୯୫ ଲକ୍ଷ ୧୪ ହଜାର ୮୮୩ ଜଣ ଭୋଟର ନଜର ମତାଧିକାର ସାବ୍ୟସ୍ତ କରିବେ । ମୋଟ୍ ଭୋଟରଙ୍କ ଭିତରୁ ୪୯ ଲକ୍ଷ ୮ ହଜାର ୫୭୫ ଜଣ ପୁରୁଷ ଭୋଟର ଥିବାବେଳେ ୪୬ ଲକ୍ଷ ୫ ହଜାର ୬୯୪ ଜଣ ମହିଳା ଭୋଟର ଓ ୬୧୫ ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.