ଆଜି ଚତୁର୍ଥ ଅନ୍ତର୍ଜାତୀୟ ଯୋଗ ଦିବସ

Published By : Prameya-News7 Bureau | June 21, 2018 IST

ଆଜି ଚତୁର୍ଥ ଅନ୍ତର୍ଜାତୀୟ ଯୋଗ ଦିବସ । ଭାରତ ସହ ବିଶ୍ବର ଅନେକ ଦେଶରେ ବେଶ୍ ଉତ୍ସାହର ସହିତ ଲୋକେ ଯୋଗ ଦିବସକୁ ପାଳନ କରିଛନ୍ତି । ଏବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସର ଥିମ୍ ରହିଛି 'YOGA FOR PEACE' ଶାନ୍ତି ପାଇଁ ଯୋଗ...ଉତ୍ତରାଖଣ୍ଡର ଡେରାଡୁନରେ ୫୫ହଜାର ଲୋକଙ୍କ ସହ ଯୋଗାଭ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଡେରାଡୁନର ଫରେଷ୍ଟ ରିସର୍ଚ ଇନଷ୍ଟିଚ୍ୟୁଟରେ ଆୟୋଜିତ ହୋଇଛି ମେଗା ଇଭେଣ୍ଟ । ସାରା ଦେଶର ପ୍ରାୟ ୫ ହଜାର ସ୍ଥାନରେ ଆଜି ପାଳନ ହୋଇଛି ଚତୁର୍ଥ ଅନ୍ତର୍ଜାତୀୟ ଯୋଗ ଦିବସ । ମୋଦି କହିଛନ୍ତି ଶରୀରକୁ ଫିଟ୍ ରଖିବା ପାଇଁ ଯୋଗ କେବଳ ଯେ ଏକ ବ୍ୟାୟାମ ତାହା ନୁହେଁ, ସୁରକ୍ଷିତ ସ୍ୱାସ୍ଥ୍ୟ ପାଇଁ ଯୋଗ ହେଉଛି ପାସପୋର୍ଟ ସଦୃଶ। ମୁଁରୁ ଆମେ ପର୍ଯ୍ୟନ୍ତ ଯୋଗ ହେଉଛି ଏକ ଯାତ୍ରା। ଯୋଗ ଶାନ୍ତ ଓ ଶୃଙ୍ଖଳିତ କରେ, ଏକାଗ୍ରତା ବଢ଼ାଏ। ଶରୀରକୁ ଶକ୍ତ କରିବା ପାଇଁ ଯୋଗ ଆବଶ୍ୟକ। ଚତୁର୍ଥ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଯୋଗକୁ ଜୀବନର ଏକ ଅଙ୍ଗ କରିବା ପାଇଁ ମୋଦି ବିଶ୍ୱବାସୀଙ୍କୁ ଅନୁରୋଧ କରିଛନ୍ତି। ୧୫୦ରୁ ଅଧିକ ଦେଶରେ ପାଳିତ ହେଉଛି ଚତୁର୍ଥ ଅନ୍ତର୍ଜାତୀୟ ଯୋଗ ଦିବସ । ଡିସେମ୍ବର ୨୦୧୪ରେ ଜାତିସଂଘ ଜୁନ ୨୧କୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରିବା ପାଇଁ ଘୋଷଣା କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.